ବାଣଫୁଟାକୁ କେନ୍ଦ୍ରକରି ତୁମୁଳକାଣ୍ଡ: ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଠେଲାପେଲା
କଟକ: ବାଣଫୁଟାକୁ କେନ୍ଦ୍ରକରି କଟକରେ ତୁମୁଳକାଣ୍ଡ। ରାତି ୯ଟା ପରେ ବାଣ ଫୁଟାଇବାକୁ ବାରଣ କରିବାରୁ ନୟାସଡ଼କ ଛକରେ ଦେଖାଦେଇଥିଲା ଉତ୍ତେଜନା। ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ସହ ଠେଲାପେଲା ହୋଇଥିଲା। ପରିସ୍ଥିତି ଏତେ ଉତ୍ତେଜନାପୂର୍ଣ୍ଣ ହୋଇଥିଲା ଯେ, ଲୋକଙ୍କ ଆକ୍ରୋଶରୁ ବର୍ତ୍ତି ନଥିଲେ ମହିଳା ଏସିପି ଅନନ୍ୟା ଅୱସ୍ତି। ତାଙ୍କୁ ମଧ୍ୟ ଠେଲାପେଲା କରାଯାଇଥିବା ଅଭିଯୋଗ ହୋଇଛି।
ଘଟଣାକୁ ନେଇ ନୟାସଡ଼କ ଅଞ୍ଚଳରେ ଉତ୍ତେଜନା ବଢ଼ିବା ସହ ସ୍ଥିତି ଅଶାନ୍ତ ହୋଇପଡ଼ିଥିଲା। ଏହାପରେ ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।
Powered by Froala Editor