ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ୭ ଆହତ
ପୁରୀ: ପୁରୀରେ ଦୀପାବଳିରେ ଅଘଟଣ । ବାଣ ଫୁଟାଇବା ବେଳେ ଦୀପ ନିଆଁରୁ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ । ବିସ୍ଫୋରଣରେ ୭ ଜଣ ଆହତ । ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର । ବଳିଆପଣ୍ଡା ମଦନ ଭିଲା ପଛ ପଟେ ଦିଲୀପ ସିଂହଙ୍କ ଘରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ । ବଳିଆପଣ୍ଡା ଥାନା ପୋଲିସରେ ତଦନ୍ତ ଆରମ୍ଭ । ବଳିଆପଣ୍ଡା ଅଞ୍ଚଳରେ ଏକ ଅଗ୍ନିକାଣ୍ଡ ଘଟିଛି । ମଦନ ଭିଲ୍ଲା ଗେଷ୍ଟ ହାଉସ୍ର ପଛପାର୍ଶ୍ୱରେ ଅବସ୍ଥିତ ଦିଲୀପ ବଳିଆରସିଂ (୫୫)ଙ୍କ ଘରେ ଏହି ଅଘଟଣା ଘଟିଛି ।
ପୁରୀ ପୋଲିସର ସୂଚନା ଅନୁସାରେ ପ୍ରାଥମିକ, ଘର ପରିସରରେ ରଖାଯାଇଥିବା ଏକ ବୁଲେଟ୍ ମୋଟରସାଇକେଲ୍ରେ ପୂର୍ବରୁ ପେଟ୍ରୋଲ୍ ଲିକ୍ ହେଉଥିଲା । ପରବର୍ତ୍ତୀ ସମୟରେ ମୋଟରସାଇକେଲ୍ରେ ନିଆଁ ଲାଗିବା ସହ ତାହା ଘରକୁ ବ୍ୟାପିଯାଇଥିଲା । ଏହି ସମୟରେ ଘରେ ଥିବା ଏକ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା ।
ଏହି ଘଟଣାରେ ସଞ୍ଜୀବ ସରକାର (୩୫), ଲୋକନାଥ ବିଶ୍ୱାସ (୪୫) ଏବଂ ଅନୁକୂଳ ବିଶ୍ୱାସ (୧୭)ଙ୍କ ସମେତ ଅନ୍ୟ ୩-୪ ଜଣ ଆହତ ହୋଇଛନ୍ତି । ସଞ୍ଜୀବ ସରକାରଙ୍କ ଶରୀରର ପ୍ରାୟ ୩୦ ପ୍ରତିଶତ ପୋଡ଼ିଯାଇଛି । ସମସ୍ତ ଆହତଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH)ରେ ଚିକିତ୍ସା କରାଯାଉଛି ।
ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଉଭୟ ବିଭାଗର କର୍ମଚାରୀଙ୍କ ତତ୍ପରତା ଯୋଗୁଁ ନିଆଁକୁ ଆୟତ୍ତ କରାଯାଇଛି । ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି ।
Powered by Froala Editor