ପୋଡ଼ା ଘା’ ମଲମ ନ ମିଳିବାରୁ ରୋଗୀ ହନ୍ତସନ୍ତ
ସମ୍ବଲପୁର: ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍ଏଚ୍)ରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର ପୁଣି ଥରେ ସାମ୍ନାକୁ ଆସିଛି। ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିବା ପୋଡ଼ା ରୋଗୀଙ୍କୁ ଅତ୍ୟାବଶ୍ୟକୀୟ ପୋଡ଼ା ଘା’ ପାଇଁ ଉଦ୍ଦିଷ୍ଟ ସିଲଭର ସଲ୍ଫାଡାଇଜିନ ମଲମ ନ ମିଳିବାରୁ ବହୁ ସଂଖ୍ୟକ ରୋଗୀ ପୋଡ଼ା ଜ୍ବାଳାରେ ଛଟପଟ ହୋଇ ଫେରୁଥିବା ଦେଖିବାକୁ ମିଳିଛି। ଦୀପାବଳି ସମୟରେ ସାମାନ୍ୟ ପୋଡ଼ା ଘା’ ଜନିତ ଜ୍ବାଳା ଉପଶମ ମଲମଟିଏ ଉପଲବ୍ଧ ନ ହେବା ଡାକ୍ତରଖାନାର ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
Powered by Froala Editor