ପୁଣି ବାତ୍ୟା ଆସିବା ନେଇ ବଢ଼ିଲା ଚର୍ଚ୍ଚା
ପୁରୀ: ନଭେମ୍ବର ୧୩ରୁ ୧୫ ମଧ୍ୟରେ ସାମୁଦ୍ରିକ ଝଡ଼, ପ୍ରବଳ ବାୟୁ ପ୍ରବାହ, ଜୁଆର, ଲଘୁଚାପ ତଥା ବନ୍ୟା ବିତ୍ପାତ ନେଇ ପଞ୍ଜିକାରେ ଆକଳନ ରହିଛି । ପୂର୍ବରୁ ପଞ୍ଜିକାରେ ଯେଉଁ ଗଣନା ରହିଛି ତାହା ସତ ପ୍ରମାଣିତ ହୋଇଥିବାରୁ ପୁଣି ବାତ୍ୟା ଆସିବା ନେଇ ଚର୍ଚ୍ଚା ବଢ଼ିଛି ।
ଏନେଇ ଜ୍ୟୋତିର୍ବିଦ ହରିଶଙ୍କର ମିଶ୍ର କହିଛନ୍ତି, ସରକାରଙ୍କ ପାଣିପାଗ ବିଭାଗ ବାତ୍ୟା, ବର୍ଷା ଆସିବାର କିଛିଦିନ ପୂର୍ବରୁ ପୂର୍ବାନୁମାନ କରୁଛି । ମାତ୍ର ଜ୍ୟୋତିଷ ଗଣନାରେ ବାତ୍ୟା, ବର୍ଷା, ଭୂକମ୍ପ ନେଇ ପୂର୍ବାନୁମାନ ବହୁ ପୂର୍ବରୁ ରହିଛି । ସଂକ୍ରାନ୍ତି ଯେଉଁଦିନ ହୁଏ ରବି ସଂକ୍ରମଣ ଓ ଗ୍ରହ ସ୍ଥିତିକୁ ଦେଖି ପାଣିପାଗ ପୂର୍ବାନୁମାନ କରାଯାଇଥାଏ । ଅସଲି ଖଡ଼ିରତ୍ନ ପଞ୍ଜିକାରେ ନଭେମ୍ବର ୧୩ରୁ ୧୫ ମଧ୍ୟରେ ବାତ୍ୟା ବା ସାମୁଦ୍ରିକ ଝଡ଼, ଲଘୁଚାପ, ବନ୍ୟା ବିତ୍ପାତରେ ବହୁ କ୍ଷୟକ୍ଷତି ସମ୍ଭାବନା ବ୍ୟକ୍ତ କରାଯାଇଛି ।
Powered by Froala Editor