ଆଜିଠାରୁ ୪ ଯାଏଁ ରାଜ୍ୟରେ ରହି କ୍ଷତିଗ୍ରସ୍ତ ଆକଳନ କରିବେ ୮ ଜଣିଆ କେନ୍ଦ୍ରୀୟ ଟିମ୍
ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଓଡ଼ିଶାରେ ବନ୍ୟା ଓ ବ୍ୟାପକ କ୍ଷୟକ୍ଷତି । ଘରଦ୍ୱାରଠାରୁ ଚାଷଜମି, ରାସ୍ତାଘାଟଠାରୁ ବିଦ୍ୟୁତ୍ ଭିତ୍ତିଭୂମି, ବାତ୍ୟା ପରବର୍ତ୍ତୀ ବନ୍ୟା ଛାଡ଼ିଛି କ୍ଷତିର ଚିହ୍ନ । ଏହି କ୍ଷୟକ୍ଷତିର ବାସ୍ତବ ଚିତ୍ର ଅନୁଧ୍ୟାନ ପାଇଁ ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ଆନ୍ତଃମନ୍ତ୍ରଣାଳୟସ୍ତରୀୟ ଟିମ୍ । ଆଜିଠାରୁ ୪ ତାରିଖ ଯାଏଁ ରାଜ୍ୟରେ ରହି ୮ ଜଣିଆ ଟିମ୍ କରିବେ କ୍ଷତିଗ୍ରସ୍ତ ଅଞ୍ଚଳର ସ୍ଥଳଭିତ୍ତିକ ଆକଳନ । କେବଳ କ୍ଷୟକ୍ଷତି ନୁହେଁ, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ମଧ୍ୟ କରିବେ ସମୀକ୍ଷା ।
ତେବେ ବାତ୍ୟା ଅର୍ଣ୍ଣବ ପ୍ରଭାବିତଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ବନ୍ୟା ପୀଡିତଙ୍କ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି । ଘର ଭାଙ୍ଗିଥିଲେ ମିଳିବ ସହାୟତା । ଏକ ଲକ୍ଷ ୩୦ ହଜାର ଟଙ୍କା । ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୮୫୦୦ ଟଙ୍କା ଦେବେ ସରକାର । ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୭ ହଜାର ଟଙ୍କା ଦିଆଯିବ । ବାରମାସୀ ଫସଲ ପାଇଁ ହେକ୍ଟର ପିଛା ମିଳିବ ୨୨,୫୦୦ ଟଙ୍କା ସହାୟତା ପ୍ରଦାନ କରାଯିବ ।
ପ୍ରଭାବିତ ପରିବାରକୁ ୫୦ କେଜି ଚାଉଳ, ୨୫୦୦ ଟଙ୍କା ଦିଆଯିବ । ସମତଳ ଅଞ୍ଚଳରେ ଘର ଭାଙ୍ଗିଥିଲେ ୧ ଲକ୍ଷ ୨୦ ହଜାର ଟଙ୍କା ଦିଆଯିବ । ସେହିପରି ପାହାଡ଼ିଆ ଅଞ୍ଚଳରେ ଘର ଭାଙ୍ଗିଥିଲେ ମିଳିବ ୧ ଲକ୍ଷ ୩୦ ହଜାର ଟଙ୍କା।ଉଠା ଦୋକାନୀ, ଅସ୍ଥାୟୀ ଷ୍ଟଲ୍ ପାଇଁ ମିଳିବ ୧୦ ହଜାର ଟଙ୍କା । ବଡ଼ ବାଣିଜ୍ୟିକ ପ୍ରତିଷ୍ଠାନକୁ ମିଳିବ ୨୫ ହଜାର ଟଙ୍କା । କ୍ଷୟକ୍ଷତି ଆକଳନ ସଂପୂର୍ଣ୍ଣ ହୋଇନି, ସଂପୂର୍ଣ୍ଣ ହେଲେ ଆହୁରି ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭୁବନେଶ୍ୱରରେ ଘୋଷଣା କରିଛନ୍ତି ।
Powered by Froala Editor