ଆଉ ୧୦୯୬ ଜଣ କୋଭିଡ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ଓଡ଼ିଶାରେ ଗତ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୦୯୬ ଜଣ କରୋନା ସଂକ୍ରମିତ। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୩୭ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୫୯ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୫ ହଜାର ୮୨୭ ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୩୯୮ ଜଣ, କଟକରୁ ୯୨ ଜଣ,ବାଲେଶ୍ବରରୁ ୭୭ ଜଣ, ଯାଜପୁରରୁ ୬୮ ଜଣ, ଜଗତସିଂହପୁରରୁ ୫୮ ଜଣ, ପୁରୀରୁ ୪୮ ଜଣ, ଅନୁଗୁଳରୁ ୪୦ ଜଣ, କେନ୍ଦ୍ରାପଡ଼ାରୁ ୩୬ ଜଣ, ମୟୂରଭଞ୍ଜରୁ ୩୨ ଜଣ,ନୟାଗଡ଼ରୁ ୨୯ ଜଣ, ଭଦ୍ରକରୁ ୨୧ ଜଣ, ସୁନ୍ଦରଗଡ଼ରୁ ୨୦ ଜଣ, କନ୍ଧମାଳରୁ ୧୭ ଜଣ, କେନ୍ଦୁଝରରୁ ୧୩ ଜଣ, ବରଗଡ଼ରୁ ୧୧ ଜଣ,ଢ଼େଙ୍କାନାଳରୁ ୯ ଜଣ, ସମ୍ବଲପୁରରୁ ୮ ଜଣ, ବଲାଙ୍ଗୀର ଓ କୋରାପୁଟ ଜିଲ୍ଲାରୁ ୭ ଜଣ ଲେଖାଏଁ,ରାୟଗଡ଼ାରୁ ୬ ଜଣ, ଗଞ୍ଜାମର ଓ ଝାରସୁଗୁଡ଼ା ଜିଲ୍ଲାରୁ ୫ ଜଣ ଲେଖାଏଁ, ଗଜପତି ଓ ମଲକାନଗିରି ଜିଲ୍ଲାରୁ ୪ ଜଣ ଲେଖାଏଁ,କଳାହାଣ୍ଡିରୁ ୩ ଜଣ,ନୂଆପଡ଼ା ଓ ସୋନପୁର ଜିଲ୍ଲାରୁ ୨ ଜଣ ଲେଖାଏଁ, ଦେବଗଡ଼ରୁ ଜଣେ, ଷ୍ଟେଟ୍ ପୋଲ୍ରୁ ୮୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯ ଲକ୍ଷ ୮୫ ହଜାର ୮୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୧୨ ହଜାର ୪୮୦ ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ୯ ଲକ୍ଷ ୬୬ ହଜାର ୯୨୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
Powered by Froala Editor