ଯୁବତୀଙ୍କୁ ଏକାକୀ ଦେଖି ଘରେ ପଶିଲେ, ବାପାମାଆଙ୍କ ଉପରେ କଲେ ଆକ୍ରମଣ
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ଯୁବତୀଙ୍କ ଘରେ ପଶି ତାଙ୍କ ବାପାମାଆଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଯୁବତୀଙ୍କୁ ଘରେ ଏକାକୀ ଦେଖି କିଛି ଯୁବକ ଘରେ ପଶିଥିବା ବେଳେ ଏହାକୁ ବିରୋଧ କରିବାରୁ ତାଙ୍କ ବାପାମାଆଙ୍କ ଉପରେ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଘଟଣାଟି ଭୁବନେଶ୍ୱରର ସହିଦନଗର ଥାନା ଅନ୍ତର୍ଗତ ବାୟା ବାବା ବସ୍ତିରେ ଘଟିଥିବା ଜଣାପଡ଼ିଛି। ଯୁବତୀଙ୍କୁ ଘରେ ଏକାକୀ ଦେଖି କିଛି ଯୁବକ ଘରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି। ଏହାକୁ ଯୁବତୀଙ୍କ ବାପାମାଆ ପ୍ରତିବାଦ କରିବାରୁ ଉତ୍ତ୍ୟକ୍ତ ଯୁବକମାନେ ସେମାନଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିବା କୁହାଯାଉଛି। ତେବେ ଆକ୍ରମଣରେ କେତେ ଜଣ ଆହତ ହୋଇଛନ୍ତି, ଅଭିଯୁକ୍ତଙ୍କ ପରିଚୟ କ’ଣ ଏବଂ ଘଟଣା ପଛରେ କେଉଁ କାରଣ ରହିଛି, ସେ ସମ୍ପର୍କରେ ବିସ୍ତୃତ ତଥ୍ୟ ଏଯାଏଁ ମିଳିନାହିଁ।
Powered by Froala Editor