ସୃଷ୍ଟ ସ୍ପଷ୍ଟଚିହ୍ନିତ ଲଘୁଚାପ ୨୬ରେ ଘୂର୍ଣ୍ଣିବାତ୍ୟାରେ ହେବ ପରିଣତ!
ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ସ୍ପଷ୍ଟଚିହ୍ନିତ ଲଘୁଚାପ ଅଧିକ ଘନୀଭୂତ ହେବାରେ ଲାଗିଛି। ଏହା କ୍ରମଶଃ ଶକ୍ତିଶାଳୀ ହୋଇ ଅବପାତ ଓ ପରେ ଗଭୀର ଅବପାତର ରୂପ ନେବା ସହ ୨୬ ତାରିଖରେ ଘୂର୍ଣ୍ଣିବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ଗତିପଥ ଓ ତୀବ୍ରତା ଉପରେ ପାଣିପାଗ ବିଭାଗ ନଜର ରଖିଛି।
ଆକଳନ ଅନୁଯାୟୀ, ରବିବାର ଏହା ଗଭୀର ଅବପାତର ରୂପ ନେଇପାରେ। ପରେ ୨୬ ତାରିଖରେ ଘୂର୍ଣ୍ଣିବାତ୍ୟାରେ ପରିଣତ ହେବାର ଆଶଙ୍କା ରହିଛି। ୨୮ ତାରିଖ ସକାଳ ସୁଦ୍ଧା ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିପାରେ ବୋଲି ଆକଳନ କରାଯାଇଛି। ସମ୍ଭାବ୍ୟ ଘୂର୍ଣ୍ଣିବାତ୍ୟାକୁ ନେଇ ଉପକୂଳବର୍ତ୍ତୀ ଅଞ୍ଚଳରେ ସତର୍କତା ଜରୁରୀ ହୋଇପଡ଼ିଛି।
Powered by Froala Editor