ଶନି ଓ ରବି ବନ୍ଦ ରହିବ ନନ୍ଦନକାନନ ଏବଂ ବଟାନିକାଲ ଗାର୍ଡେନ

ଭୁବନେଶ୍ୱର: ନନ୍ଦନକାନନ ଏବଂ ବଟାନିକାଲ ଗାର୍ଡେନ ଶନି ଓ ରବିବାର ବନ୍ଦ ରହିବ । କରୋନା କଟକଣା ପାଇଁ ପ୍ରତି ଶନିବାର ଏବଂ ରବିବାର ଏହା ବନ୍ଦ ରହିବ । ତେବେ ସୋମବାର ନନ୍ଦନକାନନ ଓ ଗାର୍ଡେନ ଖୋଲା ରହିବ ବୋଲି ଜଣାପଡିଛି । ପ୍ରତି ସପ୍ତାହରେ ସୋମାବର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଏହା ଖୋଲା ରହିବ ।
ସୂଚନା ଥାଉକି, ଆସନ୍ତା ଅଗଷ୍ଟ ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିବ ବୋଲି ନିଷ୍ପତି ହୋଇଥିଲା । କରୋନାର ଦ୍ୱିତୀୟ ଲହର କାରଣରୁ ଦୀର୍ଘ ୩ମାସ କାଳ ନନ୍ଦନକାନନ ବନ୍ଦ ରହିଥିଲା । କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, କୋଭିଡ୍ ନିୟମାବଳି ମାନି ନନ୍ଦନକାନନ ଖୋଲାଯିବ ଏବଂ ସବୁ ପର୍ଯ୍ୟଟକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯିବ । ସାମାଜିକ ଦୂରତା ବଜାୟ ରହିବା ସହିତ ଗେଟରେ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ । ଏହାସହ ଯେଉଁମାନଙ୍କର ଥଣ୍ଡା, କାଶ ହେଉଥିବ, ସେମାନଙ୍କୁ ନନ୍ଦନକାନନ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ । ସେହିଭଳି ଜୀବଜନ୍ତୁ ରହୁଥିବା ସ୍ଥାନ ବା ସେମାନଙ୍କୁ ରଖାଯାଇଥିବା ଏନକ୍ଲୋଜରକୁ ପର୍ଯ୍ୟଟକଙ୍କୁ ସ୍ପର୍ଶ କରିବାକୁ ଦିଆଯିବ ନାହିଁ । ପଶୁପକ୍ଷୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହିଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।
Powered by Froala Editor