ଏଥର କିଏ କଲ୍ କରୁଛି ମୋବାଇଲ ସ୍କ୍ରିନରେ ଉଠିବ ନାମ
ନୂଆଦିଲ୍ଲୀ : ଏଥର କିଏ କଲ୍ କରୁଛି ତାହା ଜାଣି ହେବ। ଅଜଣା ନମ୍ବରରୁ ଫୋନ ଆସିବା ମାତ୍ରେ କଲର (କଲ କରୁଥିବା ବ୍ୟକ୍ତି)ଙ୍କ ନାମ ଦେଖାଇବ। ଯାହା ନାମରେ ସିମ ଥିବ ତାଙ୍କ ନାମ ମୋବାଇଲ ସ୍କ୍ରିନରେ ଆସିଯିବ। ଆସନ୍ତା ୧ ତାରିଖରୁ ଏହି ନିୟମକୁ ବାଧ୍ୟତାମୂଳକ କରାଯାଇଛି। ଦୂର ସଞ୍ଚାର ବିଭାଗ ଏ ନେଇ ଟେଲିକମ କମ୍ପାନୀଗୁଡ଼ିକୁ ନିର୍ଦେଶ ଦେଇଛି। ସବୁ ୪ଜି ଓ ୫ଜି ମୋବାଇଲରେ ‘କଲିଂ ନେମ୍ ପ୍ରେଜେଣ୍ଟେସନ (ସିଏନଏପି)’ ବାଧ୍ୟତାମୂଳକ କରାଯାଇଛି। ଏହି ପଦକ୍ଷେପ ଦ୍ବାରା ଠକେଇରୁ ସୁରକ୍ଷା ମିଳିବ। ଅନ୍ତର୍ଜାତୀୟ କଲ୍ ଆସିଲେ ଫୋନର ସ୍କ୍ରିନରେ ଅନ୍ତର୍ଜାତୀୟ କଲ୍ ଲେଖାଯିବ। ବ୍ୟାବସାୟିକ କଲରେ ଜିଏସଟି ଓ ଟ୍ରେଡମାର୍କ ଯାଞ୍ଚ ପରେ ବ୍ରାଣ୍ଡ ନାମ ଆସିବ।
Powered by Froala Editor