ଜଙ୍ଗଲ ମନ୍ତ୍ରୀଙ୍କ ପିଏସଙ୍କ ବଦଳି

ଭୁବନେଶ୍ୱର: ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ବ୍ୟକ୍ତିଗତ ସଚିବ (ପିଏସ) ଦିପ୍ତୀ ରଞ୍ଜନ ବେହେରାଙ୍କ ଅଚାନକ ବଦଳି କରାଯାଇଛି । ପାଖ ଆଖ ନୁହେଁ, ସିଧା କୋରାପୁଟ । ଦିନ ୨ଟା ବେଳେ ବଦଳି ନିଦେ୍ର୍ଧଶନାମା ବାହାରିଲା । ମାତ୍ର ୧୫ ମିନିଟ ଭିତରେ ଦାୟିତ୍ୱ ହସ୍ତାନ୍ତର ପାଇଁ କୁହାଗଲା । ୨୪ ଘଣ୍ଟା ଭିତରେ କୋରାପୁଟରେ କାମରେ ଯୋଗ ଦେବା ପାଇଁ ନିଦେ୍ର୍ଧଶ ଦିଆଗଲା । ଲୋକସେବା ଭବନରେ ଯୁଦ୍ଧକାଳୀନ ଭିତ୍ତିରେ ଏସବୁ କାର୍ଯ୍ୟ ଚାଲିଥିଲା ବେଳେ ମନ୍ତ୍ରୀ ତାଙ୍କ ଘରେ ଶୋଇଥିଲେ । ତାଙ୍କୁ ପଚରାଗଲାନି କି କାରଣ କୁହାଗଲାନି । କେବଳ ଚିଠିରେ ଜଣାଇ ଦିଆଗଲା ଯେ ପିଏସ ହଟିଲେ ।
Powered by Froala Editor