ବଜ୍ରକାପ୍ତା ଉଦ୍ଧାର , ୩ ଜଣ ଗିରଫ

ଭୁବନେଶ୍ଵର : କ୍ରାଇମବ୍ରାଞ୍ଚ୍ ଏସଟିଏଫ୍ ପଞ୍ଝାରେ ବଜ୍ରକାପ୍ତା ସ୍ମଗଲର। ଭୁବନେଶ୍ଵର କଳିଙ୍ଗ ଷ୍ଟୁଡିଓ ଛକରେ ଡିଲ୍ ବେଳେ ସ୍ମଗଲରଙ୍କୁ କାବୁ କଲା ଏସଟିଏଫ୍। ଗୋଟିଏ ବଜ୍ରକାପ୍ତା ଉଦ୍ଧାର ହୋଇଥିବା ବେଳେ ୩ ଜଣ ଗିରଫ ହୋଇଛନ୍ତି। ଜବତ ହୋଇଥିବା ବଜ୍ରକାପ୍ତାକୁ ଚନ୍ଦକା ଡିଏଫଓଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।
ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା କୋଟପଲ୍ଲାର ଚିତ୍ରସେନ ସାହୁ, ଭୁବନେଶ୍ଵର ପାତ୍ରପଡ଼ା ଅଞ୍ଚଳର ଖଗେଶ୍ଵର ସାହୁ, ଗଞ୍ଜାମ ଜିଲ୍ଲାର କଂସାମାରି ଅଞ୍ଚଳର ଭାଗିରଥୀ ବେହେରା। ତେବେ ଏହି ରାକେଟ୍ରେ ଆଉ କାହାର ସମ୍ପୃକ୍ତି ରହିଛି ସେନେଇ ଅଧିକ ତଦନ୍ତ ଚଳାଇଛି ଏସଟିଏଫ୍।
Powered by Froala Editor