୧୦୪୪ କେଜି ଗଞ୍ଜେଇ ଜବତ, ୪ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ବରିକିଆରେ ୧୦୪୪ କେଜି ଗଞ୍ଜେି ଜବତ ହୋଇଛି । ଏଥିରେ ୪ ଜଣ ଗିରଫ ହୋଇଥିବା ବେଳେ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।
ପୋଲିସର ଏକ ଟିମ ପେଟ୍ରୋଲିଂ କରୁଥିବା ବେଳେ ବରିକିଆ ଠାରୁ ଅନ୍ୟ ଜିଲ୍ଲାକୁ ବେଆଇନ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ବିଶେଷ ସୂତ୍ରରୁ ଖବର ପାଇଥିଲା । ବାଲିଗୁଡା ଡିଏସପି ସ୍ୱରାଜ୍ ଦେବତାଙ୍କ ସହ ଏକ ଟିମ ଚଢ଼ାଉ କରିଥିଲା । ଗିରଫ ଅଭିଯୁକ୍ତ ମାନେ ହେଲେ ଅନ୍ତେଶ୍ୱର ମଳିକ, ନରେଶ ଦିଗାଳ,ଅରୁଣ ଦିଗାଳ,ଏବଂ ଦିନବନ୍ଧୁ ମଳିକ ।
Powered by Froala Editor