ଘୂର୍ଣ୍ଣିବଳୟ ସୃଷ୍ଟି, ଓଡିଶାର ବିଭିନ୍ନ ଜିଲ୍ଲାରେ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଏକ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଓଡିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ମାତ୍ର ଏହା ଅଧିକ ପରିମାଣରେ ବର୍ଷିବାର ସମ୍ଭାବନା କମ୍ ରହିଛି । ରାଜ୍ୟର କେତେକ ଜିଲ୍ଲାରେ ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ହେବ । ହେଲେ ୭ ତାରିଖରୁ ୯ ତାରିଖ ଯାଏ ପୁଣି ବର୍ଷାର ପରିମାଣ କମ୍ ହେବ । ଏନେି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ କହିଛନ୍ତି ।
ମୌସୁମୀ ଏବେ କ୍ରମାଗତ କିଛି ଦିନ ହେବ ଉତ୍ତର ପଟେ ରହୁଛି । ବିହାର ଓ ପଶ୍ଚିମବଙ୍ଗର ଉତ୍ତର ପଟେ ସମୁଦ୍ରପତ୍ତନ ଉପରେ ମୌସୁମୀଜନିତ ନିମ୍ନଚାପ ରେଖା ଲମ୍ବିଛି । ଯାହା ଫଳରେ ବର୍ଷାର ପରିମାଣ କମୁଥିବାବେଳେ ପଡୋଶୀ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ହେଉଛି । ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ନିଅଣ୍ଟିଆ ହର୍ଷା ପରିମାଣ ବୃଦ୍ଧି ପାଇବ । ଏବେ ସୁଦ୍ଧା ରାଜ୍ୟରେ ସ୍ୱାଭାବିକ ବର୍ଷା ୬୨୫.୯ମିମି ହେବା କଥା, ହେଲେ ହୋଇଛି ୪୬୯.୮ ମିମି ।
Powered by Froala Editor