୪ ମହଲରୁ ତଳକୁ ଡେଇଁ ଆତ୍ମହତ୍ୟା କଲେ ସଂକ୍ରମିତ ରୋଗୀ

କଟକ: ଏସ୍ସିବି କୋଭିଡ୍ ହସ୍ପିଟାଲର ୪ ମହଲରୁ ଜଣେ କରୋନା ଆକ୍ରାନ୍ତ ରୋଗୀ ତଳକୁ ଡେଇଁ ଆତ୍ମହତ୍ୟା କରିଛି । ଆତ୍ମହତ୍ୟା କରିଥିବା ସମ୍ପୃକ୍ତ ରୋଗୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି।ଉକ୍ତ ରୋଗୀଙ୍କ ଘର ମୟୂରଭଞ୍ଜ ଅଞ୍ଚଳରେ ହୋଇଥିବା ବେଳେ ଏହି ଘଟଣାକୁ ନେଇ ଥାନାରେ ଏତଲା ଦେଲେ ପରିବାର ଲୋକ।
ଖବରରୁ ପ୍ରକାଶ, ବିଳମ୍ବିତ ରାତ୍ରିରେ ଏସ୍ସିବି କୋଭିଡ୍ ହସ୍ପିଟାଲ-୧ରେ ଚିକିତ୍ସାଧୀନ ଜଣେ କରୋନା ଆକ୍ରାନ୍ତ (ପୁରୁଷ)ଙ୍କର ଶରୀରରେ ଅକ୍ସିଜେନ୍ ହାର କମିଯିବାରୁ ଜଣେ କର୍ମଚାରୀ ତାଙ୍କୁ ଅକ୍ସିଜେନ୍ ଲଗାଇବାକୁ ଯାଇଥିଲେ । ହେଲେ ଏହି ସମୟରେ ଉକ୍ତ ରୋଗୀ ଉକ୍ତ କର୍ମଚାରୀଙ୍କୁ ପେଲି ଦେଇ ୱାର୍ଡର ଝରକା କାଚ ଭାଙ୍ଗି ୪ ମହଲା ଉପରୁ ତଳକୁ ଡେଇଁ ପଡିଥିଲା । ତଳେ ପଡ଼ିବାର ଶବ୍ଦ ଶୁଣି ଆଖପାଖରେ ଥିବା ଅନ୍ୟ ରୋଗୀ ସଂପର୍କୀୟମାନେ ତାଙ୍କ ପାଖକୁ ଦୌଡି ଆସିଥିଲେ । ପରେ ଗୁରୁତର ଅବସ୍ଥାରେ ପଡିଥିବା ଏହି ରୋଗୀଙ୍କୁ ସୁରକ୍ଷା କର୍ମଚାରୀମାନେ ନେଇ ଆଶୁ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ କେଉଁ କାରଣ ପାଇଁ ରୋଗୀ ଆତ୍ମହତ୍ୟା କରିଛନ୍ତି ବର୍ତ୍ତମାନ ସୁଦ୍ଧା କାରଣ ଜଣାପଡିନାହିଁ। ଗତ ୩ ଦିନ ଭିତରେ କୋଭିଡ୍ ହସ୍ପିଟାଲରେ ଏପରି ଦୁଇଟି ଅଘଟଣ ଘଟିବାକୁ ନେଇ ରୋଗୀ ସଂପର୍କୀୟଙ୍କ ମଧ୍ୟରେ ଭାଳେଣି ପଡିଛି ।
Powered by Froala Editor