ଆର୍ଯ୍ୟପଲ୍ଲୀ ସମୁଦ୍ର ଉପକୂଳରେ ଆନ୍ଧ୍ରପ୍ରଦେଶର ୨୭ରୁ ଊର୍ଦ୍ଧ୍ୱ ମାଛଧରା ଟ୍ରଲର
ଛତ୍ରପୁର: ଗଭୀର ଅବପାତ ଜନିତ ପ୍ରତିକୂଳ ପାଗ ଯୋଗୁ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର ଉପକୂଳରେ ଆନ୍ଧ୍ରପ୍ରଦେଶର କାକିନାଡା ଅଞ୍ଚଳର ୨୭ରୁ ଊର୍ଦ୍ଧ୍ୱ ମାଛଧରା ଟ୍ରଲର ଫସିଥିବା ଜଣାପଡ଼ିଛି।
ସମୁଦ୍ର ଅଶାନ୍ତ ଥିବାରୁ ଟ୍ରଲରଗୁଡ଼ିକ ନିଜ ଅଞ୍ଚଳକୁ ଫେରି ନପାରି ଆର୍ଯ୍ୟପଲ୍ଲୀ ମତ୍ସ୍ୟଜେଟି ଓ ଗୋପାଳପୁର ବନ୍ଦର ପରିସରରେ ଆଶ୍ରୟ ନେଇଥିବା ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ସୂଚନା ଦେଇଛନ୍ତି। ଖବର ପାଇ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଟ୍ରଲରରେ ଥିବା ମତ୍ସ୍ୟଜୀବୀମାନଙ୍କୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯାଇଛି।
Powered by Froala Editor