Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, September 23, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବନ୍ଦେ ମାତରମ୍‌ ଗାନ କରିବାକୁ ମନା ...

  • କ୍ୟାନ୍ସର ଔଷଧ ଦାମ୍ ୨୭ ହଜାର ଟଙ୍କା

  • ବୃଦ୍ଧାଙ୍କ ଉପରେ ଝପ୍‌ଟି ପଡ଼ିଲା ମାଙ୍କଡ଼, ...

  • ସିୟା କେତନଙ୍କୁ ଧକ୍କା, ଚେତନ ଗୋଇଠା ...

  • ସୁନା ଖଣିରେ ସୁଡ଼ଙ୍ଗ ଧସି ୧୧ ଜଣଙ୍କ ...

  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ...

  • ୨୩ରୁ ଆମେରିକା ଗସ୍ତରେ ଯିବେ ଚୀନ ...

  • ବଳାତ୍କାରର ଦାଏର ମାମଲାରେ ଏହି ରାଜ୍ୟ ...

  • ପାଠ୍ୟ ପୁସ୍ତକରେ ତ୍ରୁଟି ପାଇଁ ...

  • ଅକ୍ଟୋବର ପହିଲାରୁ ଏଲ୍‌ପିଜି ସିଲିଣ୍ଡର ...

ରାଜ୍ୟ
Home ›› ରାଜ୍ୟ ››ମାତ୍ରାଧିକ ପାଗ ପରିବେଶ ପୂର୍ବତଟରେ ପରିବ୍ୟାପ୍ତ ରହୁଥିବାରୁ ଭାରତର ସର୍ବାଧିକ ମରୁଡି ପ୍ରବଣ ଅଞ୍ଚଳ ଭାବରେ ଉଚ୍ଚାରିତ ନାମ ମଧ୍ୟରେ ଓଡ଼ିଶା ରହିଛି: ୫୨ ବର୍ଷର ଅଧ୍ୟୟନ

ମାତ୍ରାଧିକ ପାଗ ପରିବେଶ ପୂର୍ବତଟରେ ପରିବ୍ୟାପ୍ତ ରହୁଥିବାରୁ ଭାରତର ସର୍ବାଧିକ ମରୁଡି ପ୍ରବଣ ଅଞ୍ଚଳ ଭାବରେ ଉଚ୍ଚାରିତ ନାମ ମଧ୍ୟରେ ଓଡ଼ିଶା ରହିଛି: ୫୨ ବର୍ଷର ଅଧ୍ୟୟନ

2026-09-22 09:04:51
14128
Share:
Facebook
Twitter
E-Mail
WhatsApp
Telegram
ମାତ୍ରାଧିକ ପାଗ ପରିବେଶ ପୂର୍ବତଟରେ ପରିବ୍ୟାପ୍ତ ରହୁଥିବାରୁ ଭାରତର ସର୍ବାଧିକ ମରୁଡି ପ୍ରବଣ ଅଞ୍ଚଳ ଭାବରେ ଉଚ୍ଚାରିତ ନାମ ମଧ୍ୟରେ ଓଡ଼ିଶା ରହିଛି: ୫୨ ବର୍ଷର ଅଧ୍ୟୟନ

-    ଭାରତୀୟ ପାଣିପାଗ ଉପରେ କରାଯାଇଥିବା ୫୨ ବର୍ଷିଆ (୧୯୭୧-୨୦୨୨) ବିଶ୍ଳେଷଣରୁ ଜଣାଯାଇଛି ଯେ, ପୂର୍ବ ତଟରେ ଅବସ୍ଥିତ ଓଡ଼ିଶା ଦେଶର ଅନ୍ୟତମ ପ୍ରମୁଖ ସର୍ବାଧିକ ମରୁଡି ପ୍ରଭାବିତ ଅଞ୍ଚଳ ଭାବେ ଚିହ୍ନଟ ହୋଇଛି, ଯେଉଁଠାରେ ୨୦୧୧-୨୦୨୧ ମଧ୍ୟରେ ପ୍ରତି ଦଶନ୍ଧିରେ ମାତ୍ରାଧିକ ମରୁଡି ପ୍ରଭାବିତ ଅଞ୍ଚଳ ପରିମାଣ ୨୦%ରୁ ଅଧିକ ବୃଦ୍ଧିପାଇଛି ।

-    ଜାତୀୟସ୍ତରରେ ଉତ୍ତାପ ଏବଂ ମରୁଡିର ପ୍ରାବଲ୍ୟ କାଁ ଭାଁ ଅଞ୍ଚଳରୁ ବୃହତ୍‌ ଅଞ୍ଚଳ, ସଂଯୁକ୍ତ ଅଞ୍ଚଳକୁ ସମ୍ପ୍ରସାରିତ ହେଉଛି, ଏବଂ ମରୁଡି ସବୁଠାରୁ ଦ୍ରୁତଗତିରେ ବୃଦ୍ଧିପାଉଥିବା ବିପଦ ପାଲଟିଛି । 

-    ଅଧ୍ୟୟନରେ ପୂର୍ବାଞ୍ଚଳ ଏବଂ ଦକ୍ଷିଣଭାରତ ନିମନ୍ତେ ଜଳ ଓ ମରୁଡି ସହନଶୀଳତାକୁ ପ୍ରାଥମିକତା ଦେବାକୁ ଆହ୍ୱାନ ଦିଆଯାଇଛି ।

ଭୁବନେଶ୍ୱର: ଭାରତର ପାଣିପାଗ ସମ୍ପର୍କରେ ୧୯୭୧ରୁ ୨୦୨୨ ପର୍ଯ୍ୟନ୍ତ ଅନୁଧ୍ୟାନ କରିଥିବା ଏକ ନୂତନ ଜାତୀୟ ଅଧ୍ୟୟନରେ ଜଣାଯାଇଛି ଯେ ମରୁଡି ପରିସ୍ଥିତି ତୀବ୍ର ହେଉଛି ଏବଂ ଏହା ପ୍ରସାରିତ ହେବାରେ ଲାଗିଛି ଏବଂ ଏଥିରେ ଉକ୍ତ ଅଞ୍ଚଳଗୁଡିକ ମଧ୍ୟରେ ପୂର୍ବ ତଟ ରାଜ୍ୟଗୁଡିକ ମଧ୍ୟରେ ଓଡ଼ିଶାକୁ ଦେଶର ସର୍ବାଧିକ ଉଚ୍ଚାରିତ ମରୁଡି ପ୍ରବଣ ଅଞ୍ଚଳ ଭାବରେ ଚିହ୍ନିତ କରିଛି । ଝଡବାତ୍ୟା ଏବଂ ବନ୍ୟାର ଶିକାର ହେଉଥିବା ଏକ ରାଜ୍ୟ ଭାବରେ ଦୀର୍ଘକାଳରୁ ପରିଚିତ ଓଡ଼ିଶା ପାଇଁ ଅଧ୍ୟୟନ ଫଳାଫଳରେ ଏକ ଦ୍ୱିତୀୟ ଏବଂ ମନ୍ଥର ଗତିରେ ବଢୁଥିବା ବିପଦ ଏବେ ମାନଚିତ୍ରରେ ଦୃଢ ସ୍ଥାନ ନେଇସାରିଛି ।

‘ଇଭୋଲୁ୍ୟସନ୍‌ ଅଫ କ୍ଲାଇମେଟ ଏକ୍ସଟ୍ରିମ୍‌ସ୍‌ ଓଭର ଦି ଇଣ୍ଡିଆନ୍‌ ସବ୍‌କଣ୍ଟିନେଣ୍ଟ ୟୁଜିଂ ଏକ ରିଭାଇଜଡ୍‌ ସିଇଆଇ’ ଶୀର୍ଷକ ଏହି ଅଧ୍ୟୟନ ରିପୋର୍ଟ ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ୍‌ କ୍ଲାଇମେଟୋଲୋଜିରେ ପ୍ରକାଶିତ ହୋଇଥିବାବେଳେ ତାହାକୁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଏବଂ ନ୍ୟାସନାଲ ସେଣ୍ଟର ଫର୍‌ ମିଡିୟମ୍‌ ରେଞ୍ଜ ୱେଦର ଫୋରକାଷ୍ଟିଂ (ଏନ୍‌ସିଏମ୍‌ଆରଡବ୍ଲୁ୍ୟଏଫ)ର ବୈଜ୍ଞାନିକମାନେ ସମୀକ୍ଷା କରିଛନ୍ତି, ଯେଉଁଥିରେ ସାତଟି ପୃଥକ ବିପଦ ଯଥା: ଦିନ ସମୟରେ ଉତ୍ତାପ, ଆର୍ଦ୍ରତା ଜନିତ ଉତ୍ତାପ, ମାତ୍ରାଧିକ ଗ୍ରୀଷ୍ମ ପ୍ରବାହ ଓ ମରୁଡି ଆଦି ସାତଟି ପୃଥକ ବିପଦକୁ ଆଇଏମ୍‌ଡିର ୫୨ ବର୍ଷର ପର୍ଯ୍ୟବେକ୍ଷଣ ଆଧାରରେ ପ୍ରସ୍ତୁତ ଗୋଟିଏ ଇଣ୍ଡିଆ କ୍ଲାଇମେଟ୍‌ ଏକ୍ସଟ୍ରିମସ୍‌ ଇଣ୍ଡେକ୍ସରେ ଏକତ୍ର କରାଯାଇଛି ଏବଂ ସେଥିରେ ମାନ୍‌-କେଣ୍ଡାଲ୍‌ ପଦ୍ଧତିକୁ ବ୍ୟବହାର କରି ଧାରାର ପରୀକ୍ଷା କରାଯାଇଛି ।

ଦେଶରେ ମରୁଡି କିଭଳି ସ୍ଥାନାନ୍ତରିତ ହୋଇଛି ସେ ସମ୍ପର୍କିତ ମାନଚିତ୍ର ପ୍ରସ୍ତୁତ କରି ଅଧ୍ୟୟନରେ ଜାଣିବାକୁ ମିଳିଛି ଯେ ୨୦୧୧ ଓ ୨୦୨୧ ମଧ୍ୟରେ ଦକ୍ଷିଣ, କେନ୍ଦ୍ର ଓ ଉତ୍ତର ପୂର୍ବ ଭାରତର ବୃହତ୍‌ ଅଞ୍ଚଳ ମରୁଡି ପ୍ରଭାବିତ ହୋଇଥିଲା ଏବଂ ତାହା ପ୍ରତି ଦଶନ୍ଧି ପିଛା ୨୦%ରୁ ଅଧିକ ରହିଥିଲା । ୧୯୮୧-୧୯୯୧ ସମୟ ତୁଳନାରେ ମରୁଡି ପ୍ରଭାବିତ ଅଞ୍ଚଳ ୨୦%ରୁ ୩୦% ବୃଦ୍ଧି ପାଇଥିଲା । ଅଧ୍ୟୟନ ରିପୋର୍ଟର ଲେଖକଗଣ ଉଲ୍ଲେଖ କରିଛନ୍ତି ଯେ ସର୍ବାଧିକ ମରୁଡି ପ୍ରବଣ ଅଞ୍ଚଳ ଭାବରେ ଉଚ୍ଚାରିତ ସ୍ଥାନଗୁଡିକ ପୂର୍ବ ତଟ ରାଜ୍ୟଗୁଡିକରେ ରହିଛି ଏବଂ ସେମାନେ ଏହି ଅଞ୍ଚଳଗୁଡିକୁ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ବୋଲି ପ୍ରକାଶ କରିଛନ୍ତି ।

“ପୂର୍ବ ତଟ ସର୍ବଦା ଝଡବାତ୍ୟା ଓ ବନ୍ୟାର ସମ୍ମୁଖୀନ ହୋଇଆସିଛି, କିନ୍ତୁ ଆମର ପଚାଶ ବର୍ଷରେ ରେକର୍ଡ ଦର୍ଶାଉଛି ଯେ ଏଠାରେ ମରୁଡି ମଧ୍ୟ ଏକ ବଡ ବିପଦ ଭାବରେ ଉଭା ହେଉଛି । ଓଡ଼ିଶା ସମ୍ପ୍ରତି ଦେଶର ସର୍ବାଧିକ ଉଚ୍ଚାରିତ ମରୁଡି ପ୍ରବଣ ଅଞ୍ଚଳ ମଧ୍ୟରେ ରହିଛି ଏବଂ ଏଭଳି ପରିବର୍ତ୍ତନ ନିମନ୍ତେ ଉପକୂଳ ଝଡଜନିତ ଆପଦର ସମ୍ମୁଖୀନ ହେଉଥିବାବେଳେ ଯୋଜନାଗତ ଦିଗ ପ୍ରତି ସମାନ ଧ୍ୟାନ ଦିଆଯିବା ଆବଶ୍ୟକ କରୁଛି ।” 

-    ଏମ୍‌. ରାଜୀବନ୍‌, ସହ-ଲେଖ, ଆତ୍ରିଆ ୟୁନିଭରସିଟି, ବେଙ୍ଗାଲୁରୁ 

“ମରୁଡି ବ୍ୟାପକ ହୋଇଥିବା ଅଞ୍ଚଳଗୁଡିକର ମାନଚିତ୍ର ଆମେ ପ୍ରସ୍ତୁତ କରିବା ସମୟରେ ପୂର୍ବତଟ ଅଞ୍ଚଳ ସେଥିରେ ସ୍ପଷ୍ଟ ଭାବରେ ସ୍ଥାନ ପାଇଥିଲା । ସେଠାରେ ମରୁଡି ପ୍ରଭାବିତ ଅଞ୍ଚଳ ଗତ ତିରିଶ ବର୍ଷ ମଧ୍ୟରେ ପ୍ରତି ଦଶନ୍ଧିରେ ଏକ ପଞ୍ଚମାଂଶରୁ ଅଧିକ ବୃଦ୍ଧିପାଇଛି ।”

-    ଥୋଟା ମୋହନ, ଲିଡ୍‌ ଅଥର, ନ୍ୟାସନାଲ ସେଣ୍ଟର୍‌ ଫର ମିଡିୟମ ରେଞ୍ଜ୍‌ ୱେଦର ଫୋର୍‌କାଷ୍ଟିଂ

ମରୁଡି ପ୍ରବଣ ଅଞ୍ଚଳ ତଥ୍ୟାନୁସନ୍ଧାନ ସାମର୍ଥ୍ୟ ଆଧାରରେ ଅଧ୍ୟୟନ ରିପୋର୍ଟରେ ପୂର୍ବ ତଟ ନିମନ୍ତେ ଜଳ ଓ ମରୁଡି ସହନଶୀଳତାକୁ ଅଗ୍ରାଧିକାର ବିଷୟ ଭାବରେ ଦର୍ଶାଯାଇଛି । ଲେଖକଗଣ ଗ୍ରହଣୀୟତାକୁ କୃଷି, ଜଳ ପରିଚାଳନା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି ଆଦି ବହୁ କ୍ଷେତ୍ରୀୟ ଭାବରେ ଉଲ୍ଲେଖ କରିଛନ୍ତି ଏବଂ ସେମାନେ ସତର୍କ କରାଇ ଦେଇଛନ୍ତି ଯେ ଅଞ୍ଚଳ- ହାରାହାରି ସଂଖ୍ୟାଗୁଡିକ ସ୍ଥାନୀୟ ମାତ୍ରାଧିକ ପରିସ୍ଥିତିକୁ ଢାଙ୍କି ଦେଇପାରେ, ଯେଉଁଥିପାଇଁ ଉକ୍ତ ବିଷୟ ସମ୍ପର୍କରେ ନିଖୁଣ ଭାବରେ, ଜିଲ୍ଲାସ୍ତରରେ ନିରୀକ୍ଷଣର ଆବଶ୍ୟକତା ରହିଛି । ସେମାନେ ଇଣ୍ଡେକ୍ସକୁ ଏକ କାର୍ଯ୍ୟକାରିତାଗତ ସାଧନ ଭାବରେ ପ୍ରସ୍ତାବିତ କରିଛନ୍ତି, ଯାହାକୁ ଏଜେନ୍ସିଗୁଡିକ (ସଂସ୍ଥା) କେଉଁ ଅଞ୍ଚଳରେ ଚାପ ବଢୁଛି ତାହା ଠାବ କରିବାକୁ ପ୍ରତିବର୍ଷ ଉପଯୋଗ କରିପାରିବେ ।

Powered by Froala Editor

Tags Drought

Related articles Odisha News Lens 4.1

  • ଅକ୍ଟୋବର ପହିଲାରୁ ଏଲ୍‌ପିଜି ସିଲିଣ୍ଡର ବୁକିଂ ଜାରି ରଖିବା ପାଇଁ ଇ-କେୱାଇସି ...
    ଦେଶ-ଦେଶାନ୍ତର

    ଅକ୍ଟୋବର ପହିଲାରୁ ଏଲ୍‌ପିଜି ସିଲିଣ୍ଡର ବୁକିଂ ଜାରି ରଖିବା ପାଇଁ ଇ-କେୱାଇସି ...

    14009
    Sep 21, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା
    ବିଶେଷ

    ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15168
    Sep 23, 2026
  • ବନ୍ଦେ ମାତରମ୍‌ ଗାନ କରିବାକୁ ମନା କରୁଥିବା ଜଣେ ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ ...
    ଦେଶ-ଦେଶାନ୍ତର

    ବନ୍ଦେ ମାତରମ୍‌ ଗାନ କରିବାକୁ ମନା କରୁଥିବା ଜଣେ ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ ...

    13897
    Sep 23, 2026
  • ସିୟା କେତନଙ୍କୁ ଧକ୍କା, ଚେତନ ଗୋଇଠା ମାରିଥିଲେ
    ଦେଶ-ଦେଶାନ୍ତର

    ସିୟା କେତନଙ୍କୁ ଧକ୍କା, ଚେତନ ଗୋଇଠା ମାରିଥିଲେ

    14512
    Sep 23, 2026
  • ପାଠ୍ୟ ପୁସ୍ତକରେ ତ୍ରୁଟି ପାଇଁ ଉତ୍ତରଦାୟୀତ୍ୱ ନେଇ ଶିକ୍ଷାମନ୍ତ୍ରୀ ଇସ୍ତଫା ଦେବା ...
    ରାଜନୀତି

    ପାଠ୍ୟ ପୁସ୍ତକରେ ତ୍ରୁଟି ପାଇଁ ଉତ୍ତରଦାୟୀତ୍ୱ ନେଇ ଶିକ୍ଷାମନ୍ତ୍ରୀ ଇସ୍ତଫା ଦେବା ...

    14946
    Sep 21, 2026
  • ବଳାତ୍କାରର ଦାଏର ମାମଲାରେ ଏହି ରାଜ୍ୟ ଆଗରେ
    ଦେଶ-ଦେଶାନ୍ତର

    ବଳାତ୍କାରର ଦାଏର ମାମଲାରେ ଏହି ରାଜ୍ୟ ଆଗରେ

    14430
    Sep 22, 2026
  • କ୍ୟାନ୍ସର ଔଷଧ ଦାମ୍ ୨୭ ହଜାର ଟଙ୍କା
    ଦେଶ-ଦେଶାନ୍ତର

    କ୍ୟାନ୍ସର ଔଷଧ ଦାମ୍ ୨୭ ହଜାର ଟଙ୍କା

    14388
    Sep 23, 2026
  • ୨୩ରୁ ଆମେରିକା ଗସ୍ତରେ ଯିବେ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ
    ଦେଶ-ଦେଶାନ୍ତର

    ୨୩ରୁ ଆମେରିକା ଗସ୍ତରେ ଯିବେ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ

    15487
    Sep 22, 2026
  • ବୃଦ୍ଧାଙ୍କ ଉପରେ ଝପ୍‌ଟି ପଡ଼ିଲା ମାଙ୍କଡ଼, ଚାଲିଗଲା ଜୀବନ
    ଦେଶ-ଦେଶାନ୍ତର

    ବୃଦ୍ଧାଙ୍କ ଉପରେ ଝପ୍‌ଟି ପଡ଼ିଲା ମାଙ୍କଡ଼, ଚାଲିଗଲା ଜୀବନ

    14562
    Sep 23, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବନ୍ଦେ ମାତରମ୍‌ ଗାନ କରିବାକୁ ମନା କରୁଥିବା ଜଣେ ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରାଯିବା ଉଚିତ ନୁହେଁ: ସୁପ୍ରିମକୋର୍ଟ

    13897
    Sep 23, 2026
  • ଦେଶ-ଦେଶାନ୍ତର

    ସିୟା କେତନଙ୍କୁ ଧକ୍କା, ଚେତନ ଗୋଇଠା ମାରିଥିଲେ

    14512
    Sep 23, 2026
  • ଦେଶ-ଦେଶାନ୍ତର

    କ୍ୟାନ୍ସର ଔଷଧ ଦାମ୍ ୨୭ ହଜାର ଟଙ୍କା

    14388
    Sep 23, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17118
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17804
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17778
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18188
    Sep 06, 2023

ବିଶେଷ

  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15168
    Sep 23, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    14975
    Sep 21, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14477
    Sep 18, 2026
  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14724
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    16354
    Sep 09, 2026

ବାଣିଜ୍ୟ

ଆଇଆଇଏ ଓଡ଼ିଶା ଚାପ୍ଟରର ନୂଆ ଏକଜିକ୍ୟୁଟିଭ କମିଟି ୨୦୨୬-୨୮ ନିମନ୍ତେ ଦାୟିତ୍ଵ ଗ୍ରହଣ କଲେ

ଭୁବନେଶ୍ୱର : ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆର୍କିଟେକ୍ଟସ୍ (ଆଇଆଇଏ), ଓଡ଼ିଶା ଚାପ୍ଟରର ୨୦୨୬-୨୮ ନିମନ୍ତେ ନବ ନିର୍ବାଚିତ ଏକଜିକ୍ୟୁଟିଭ କମିଟି (କାର୍ଯ୍ୟନିର୍ବାହୀ କମିଟି) ନିର୍ବାଚନ ଫଳ  ସେପ୍ଟେମ୍ବର ୪, ୨୦୨୬ ...

  • EPFOରେ ବଡ଼ ପରିବର୍ତ୍ତନ, ୧୫,୦୦୦ ଟଙ୍କାରୁ ୨୫,୦୦୦ ବଢ଼ିଲା ଟଙ୍କା ସୀମା

    15613
    Sep 17, 2026
  • ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିଛି

    15374
    Sep 16, 2026
  • ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

    14666
    Sep 12, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

    14339
    Sep 09, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କ୍ୟାନ୍ସର ଔଷଧ ଦାମ୍ ୨୭ ହଜାର ଟଙ୍କା

    14388
    Sep 23, 2026
  • ବୃଦ୍ଧାଙ୍କ ଉପରେ ଝପ୍‌ଟି ପଡ଼ିଲା ମାଙ୍କଡ଼, ଚାଲିଗଲା ଜୀବନ

    14562
    Sep 23, 2026
  • ସୁନା ଖଣିରେ ସୁଡ଼ଙ୍ଗ ଧସି ୧୧ ଜଣଙ୍କ ମୃତ୍ୟୁ

    14812
    Sep 23, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In