ହାଇଦରକୁ କ୍ୟାବିନ ଦେଇଥିଲା କିଏ ? ଏହାର ହେଲା ପର୍ଦ୍ଧାଫାଶ

ଭୁବନେଶ୍ୱର : ହାଇଦରକୁ ଏସସିବି ମେଡ଼ିକାଲରେ କିଏ ଦେଇଥିଲା କ୍ୟାବିନ ? କେମିତି ତା’ପାଇଁ ବାହାରୁ ଆସୁଥିଲା ଖାଦ୍ୟ ? ଜୁଆଁଇ ପୁଅ ଭଳି କେମିତି ହେଉଥିଲା ଚର୍ଚ୍ଚା ? ଏନେଇ ଚର୍ଚ୍ଚା ପର୍ଯ୍ୟାଲୋଚନା ଜାରି ରହିଥିବାବେଳେ ଏହାର ପର୍ଦ୍ଧାଫାଶ ହୋଇଛି ।
ଏ ସଂକ୍ରାନ୍ତରେ ସୂଚନା ଦେଇ ଏସସିବି ମେଡ଼ିକାଲ କଲେଜର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା କହିଛନ୍ତିଯେ, ସମ୍ବଲପୁର ଜେଲ ପକ୍ଷରୁ ନୁହେଁ ନିଜେ ହାଇଦର ହିଁ କ୍ୟାବିନ ମାଗିଥିଲା । କ୍ୟାବିନ ପାଇଁ ତାକୁ ଚିକିତ୍ସା କରୁଥିବା ଡାକ୍ତର ସୁପାରିଶ କରିଥିଲେ । କ୍ୟାବିନ ଖାଲି ଥିବାରୁ ଅଧିକ୍ଷକ କ୍ୟାବିନ ଦେବା ପାଇଁ ଅନୁମତି ଦେଇଥିଲେ । ହାଇଦର ବହୁବିଧ ରୋଗରେ ଆକ୍ରାନ୍ତ ଥିଲା । ଡାଇବେଟିସ ନିୟନ୍ତ୍ରଣ ହୋଇଥିଲେ ଅପରେସନ କରାଯାଇଥା’ନ୍ତା । ଆଡ଼ମିଶନ ବେଳେ ପୁଲିସକୁ ଜଣାଯାଇନଥିଲା । ତେବେ ଫେରାର ହେବା ପରେ ତୁରନ୍ତ ପୁଲିସକୁ ଖବର ଦିଆଯାଇଥିଲା । ସେହିପରି ସିସିଟିଭି କାମ କରୁନଥିଲା କି ନାହିଁ ସେ ବିଷୟରେ ସେ କିଛି କହିପାରିବେ ନାହିଁ । ଏପରିକି ବାହାର ଖାଦ୍ୟକୁ ଅନୁମତି କଥା ମଧ୍ୟ କହିପାରିବେ ନାହିଁ ବୋଲି ଶ୍ରୀ ମହାରଣା କହିଛନ୍ତି ।
ସେହିପରି ହାଇଦରକୁ ଖସାଇବା ପାଇଁ ଡିସେମ୍ବର ମାସରୁ ପ୍ରସ୍ତୁତି ଚାଲିଥିଲା । ଏଥିରେ ଓଡ଼ିଶାର ବଡ଼ ବଡ଼ ଅଫିସରଙ୍କ ସଂପୃକ୍ତି ରହିଛି । ସାଧାରଣ ରୋଗୀଙ୍କୁ ଏସସିବିରେ ବେଡ଼ ମିଳୁନଥିବାବେଳେ ଗ୍ୟାଙ୍ଗଷ୍ଟାରକୁ କେବିନ କେମିତି ମିଳିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏସସିବିରେ କ୍ୟାବିନ ବ୍ୟବସ୍ଥା କିଏ କରିଥିଲା ବୋଲି ଶ୍ରୀ ବିଜୟ ମହାପାତ୍ର ପଚାରିଥିଲେ ।