ପୁଣି ପରଦାକୁ ଫେରୁଛନ୍ତି ଚକ୍ରବର୍ତ୍ତୀ ସମ୍ରାଟ ପୃଥ୍ୱୀରାଜ

'ଚକ୍ରବର୍ତ୍ତୀ ସମ୍ରାଟ ପୃଥ୍ୱୀରାଜ ଚୌହାନ' ଜୁନ ୪, ୨୦୨୫ ରୁ ସନ୍ଧ୍ୟା ୭:୩୦ ରେ ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନରେ ପୁଣି ପ୍ରସାରିତ ହେବ। 'ଚକ୍ରବର୍ତ୍ତୀ ସମ୍ରାଟ ପୃଥ୍ୱୀରାଜ ଚୌହାନ'ରେ, ରୋନିତ ରୟ, ପଦ୍ମିନୀ କୋଲହାପୁରେ, ଉର୍ଭା ସାଭାଲିଆ, ଅନୁଜା ସାଥେ ଏବଂ ଅବିନେଶ ରେଖୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ପୃଥ୍ୱୀରାଜ ଚୌହାନଙ୍କ ପିତା ରାଜା ସୋମେଶ୍ୱରଙ୍କ ଭୂମିକାରେ ରୋନିତ ରୟ ଅଭିନୟ କରୁଛନ୍ତି। ପଦ୍ମିନୀ କୋଲହାପୁରେ ରାଜମାତା ଭୂମିକାରେ ଅଭିନୟ କରିଛନ୍ତି।
ବିଶେଷ କଥା ହେଉଛି ଏହି ଧାରାବାହିକର ସୁଟିଂ ପାଇଁ ୧୦ ଏକର ଜମିରେ ସେଟ ପ୍ରସ୍ତୁତ କରାଯାଇଥିଲା। ଶୋ'ର ସେଟ୍ ୬ଟି ଭିନ୍ନ ଭାଗରେ ବିଭକ୍ତ, ପ୍ରତ୍ୟେକ ଅଂଶ ସମ୍ରାଟ ପୃଥ୍ୱୀରାଜ ଚୌହାନଙ୍କ ଜୀବନ ଏବଂ ତାଙ୍କ ଶାସନକାଳର ବିଭିନ୍ନ ସ୍ଥାନ ସହ ରାଜକୀୟ କୋଠରୀ, ଯୁଦ୍ଧକ୍ଷେତ୍ର ଏବଂ ଦୁର୍ଗର ବାହ୍ୟ ଅଂଶ ଅନ୍ତର୍ଭୁକ୍ତ। ଦର୍ଶକମାନେ 'ଚକ୍ରବର୍ତ୍ତୀ ସମ୍ରାଟ ପୃଥ୍ୱୀରାଜ ଚୌହାନ' ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।
Powered by Froala Editor