ଆଇଡି ବିସ୍ଫୋରଣରେ ୧୨ ଆହତ

ରାୟପୁର: ପଡୋଶୀ ଛତିଶଗଡ଼ର ଘୋଟିଆରେ ଦେଖିବାକୁ ମିଳିଛି ମାଓ ତାଣ୍ଡବ । ମାଓବାଦୀଙ୍କ ଦ୍ବାରା ଖଞ୍ଜା ଯାଇଥିବା ଆଇଡି ବିସ୍ଫୋରଣ ହେବାରୁ ୧୨ ଜଣ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ସୁରକ୍ଷା ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଛନ୍ତି । ଘୋଟିଆରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।
ସୂଚନା ଅନୁସାରେ, ଆଜି ସକାଳ ୭.୩୦ ମିନିଟ୍ ସମୟରେ ନାରାୟଣପୁରରୁ ଦନ୍ତେୱାଡା ଅଭିମୁଖେ ଏକ ବୋଲେରୋ ଗାଡି ଯୋଗେ ସ୍ଥାନୀୟ ଅଞ୍ଚଳର କିଛି ଲୋକେ ଯାତ୍ରା କରୁଥିଲେ । ଏହି ସମୟରେ ସୁରକ୍ଷାବାହିନୀ ଓ ପୋଲିସକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ମାଲେୱାଡି ଥାନା ଅଞ୍ଚଳରେ ଘୋଟିଆ ଗାଁରେ ମାଓବାଦୀଙ୍କ ପକ୍ଷରୁ ଆଇଡି ଖଞ୍ଚା ଯାଇଥିଲେ । ହେଲେ ଦୁଭାଗ୍ୟବଶତଃ ସେହି ବାଟ ଦେଇ ବୋଲେରୋଟି ଯିବାରୁ ବିସ୍ଫୋରଣ ଘଟିଥିଲା । ଯେଉଁଥିରେ ୧୨ ଜଣ ଆହତ ହୋଇଥିଲେ । ଏନେଇ ଏସପି ଅଭିଷେକ ପଲ୍ଲବ ସୂଚନା ଦେଇଛନ୍ତି ।
Powered by Froala Editor