Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, August 24, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବିବାହ ପାଇଁ ଭାରତ ଆସିଲେଣି ୧୫୦ ...

  • ଦେଶରେ ୮ ଲକ୍ଷ ୨୩ ହଜାର ୬୫୬ଟି ଅନୁମୋଦିତ ...

  • ଜାପାନର ହୋକ୍କାଇଡୋରେ ଜୋରଦାର ଭୂକମ୍ପ

  • ସ୍ୱାମୀଙ୍କ ଠାରୁ ଲୁଚାଇ ରଖିଥିଲେ ୧୨ ଲକ୍ଷ ...

  • ଏହି କାରଣରୁ ଅଭିଜିତ୍‌ ଦୀପ୍‌କେଙ୍କ ...

  • କାନାଡ଼ା ସାମଗ୍ରୀ ଉପରେ ଆମେରିକା ଲଗାଇଲା ...

  • ବନ୍ଦ ଘରୁ ବାପା, ମାଆ ଓ ଦୁଇ ସନ୍ତାନଙ୍କ ...

  • ଏହି ନେତାଙ୍କୁ ମିଳିବ ବୁଲେଟପ୍ରୁଫ୍ ...

  • ଜାତୀୟ ଶିକ୍ଷକ ପୁରସ୍କାର: ସମ୍ମାନିତ ହେବେ ...

  • ହୁତୁହୁତୁ ହୋଇ ଜଳୁଛି ଔଷଧ କମ୍ପାନୀ: ୨ ମୃତ, ...

ବାଣିଜ୍ୟ
Home ›› ବାଣିଜ୍ୟ ››ବେଦାନ୍ତ ପକ୍ଷରୁ ବକ୍ସାଇଟ୍ ଅବଶିଷ୍ଟାଂଶରୁ ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତି ପାଇଁ ଗବେଷଣା ସଂସ୍ଥା ସହିତ ବୁଝାମଣା

ବେଦାନ୍ତ ପକ୍ଷରୁ ବକ୍ସାଇଟ୍ ଅବଶିଷ୍ଟାଂଶରୁ ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତି ପାଇଁ ଗବେଷଣା ସଂସ୍ଥା ସହିତ ବୁଝାମଣା

2021-04-13 11:08:50
15964
Share:
Facebook
Twitter
E-Mail
WhatsApp
Telegram
ବେଦାନ୍ତ ପକ୍ଷରୁ ବକ୍ସାଇଟ୍ ଅବଶିଷ୍ଟାଂଶରୁ ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତି ପାଇଁ ଗବେଷଣା ସଂସ୍ଥା ସହିତ ବୁଝାମଣା
ଭୁବନେଶ୍ୱର : ଭାରତର ବୃହତମ ଆଲମିନିୟମ୍ ଉତ୍ପାଦନକାରୀ କମ୍ପାନୀ ବେଦାନ୍ତ ପକ୍ଷରୁ ବକ୍ସାଇଟ୍ ଅବଶିଷ୍ଟାଂଶ( ଲାଲ କାଦୁଅ)ରୁ ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତି ପାଇଁ ବୁଝାମଣା ସ୍ୱାକ୍ଷରିତ ହୋଇଛି । ଏସବୁ ଅବଶିଷ୍ଟାଂଶ ବାୟର ପ୍ରୋସେସ୍‌ରେ ବକ୍ସାଇଟ୍‌ରୁ ଆଲୁମିନା ପ୍ରସ୍ତୁତି ସମୟରେ ଉତ୍ପନ ହୋଇଥାଏ । ଆଲୁମିନିୟମ୍ ଉତ୍ପାଦନ ଲାଗି ବକ୍ସାଇଟ୍ ପ୍ରାଥମିକ ଖଣିଜ ପଥର(ଓର୍‌) । ଏହାର ଇଂଟରମେଡ଼ିଏଟ୍ ବିଶୁଦ୍ଧି କରଣ ପ୍ରକ୍ରିୟାକରଣ ଦ୍ୱାରାର ଆଲୁମିନା ସୃଷ୍ଟି ହୋଇଥାଏ । ପରେ ଏହାର ଇଲୋକ୍ଟ୍ରୋଲିସିସ୍ କରାଯାଇ ଆଲୁମିନିୟମ୍ ଉତ୍ପାଦନ କରାଯାଇଥାଏ । ଭୂପୃଷ୍ଠରେ ପ୍ରର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେଉଥିବା ବକ୍ସାଇଟ୍ ପାଇଁ ଦୀଘୟକାଳୀନ ଖଣିଖନନ କରାଯାଇଥାଏ । ପ୍ରାୟ ୩ ଟନ୍ ବକ୍ସାଇଟ୍‌ରୁ ୧ ଟନ ଆଲୁମିନା ଉତ୍ପାଦିତ ହୋଇଥାଏ । ସେହିପରି ୧ ଟନ୍ ଆଲୁମିନିୟମ୍ ପାଇଁ ୨ ଟନ୍ ଆଲୁମିନା ଆବଶ୍ୟକ ହୋଇଥାଏ । ବକ୍ସାଇଟ୍ ଅବଶିଷ୍ଟାଂଶରେ ଲୁହା, ଆଲୁମିନା, ରେୟାର ଆର୍ଥ ଏଲିମେଂଟ୍‌(ଆର୍‌ଇଇ) ଏବଂ ଟିଟାନିୟମ୍ ଡାଇଅକ୍ସାଇଡ୍ ଆଦି ରହିଥାଏ । ସ୍ୱଦେଶୀ ଜ୍ଞାନକୌଶଳ ଦ୍ୱାରା ବକ୍ସାଇଟ୍ ଅବଶିଷ୍ଟାଂଶରୁ ଆର୍‌ଇଇ ପ୍ରସ୍ତୁତ କରିବା ଲାଗି ନୀତି ଅୟୋଗ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି । ଏଥିରୁ ଉପଲବ୍ଧ ସ୍କାଣ୍ଡିୟମ୍ ପ୍ରତିରକ୍ଷା କ୍ଷେତ୍ରରେ ବିଶେଷ ଗୁରୁତ୍ୱ ବହନ କରିଥାଏ । ଏହା ଭାରତରେ କମ୍ ମିଳୁଥିବାବେଳେ ଏହାକୁ ବାହାରୁ ଆମଦାନୀ କରାଯାଇଥାଏ । ତେଣୁ ବିକଶିତ ପ୍ରଣାଳୀରେ ବକ୍ସାଇଟ୍ ଅବଶିଷ୍ଟାଂଶରୁ ବ୍ୟବସାୟିକ ଦୃଷ୍ଟିକୋଣରୁ ଏହାକୁ ପ୍ରସ୍ତୁତ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଆଲୁମିନିୟମ୍ ଉତ୍ପାଦନକାରୀ ଭାବେ ବେଦାନ୍ତ ପକ୍ଷରୁ ୩ଟି ଗବେଷଣା ସଂସ୍ଥା ସହିତ ବୁଝାମଣା ହୋଇଛି । ସେମାନଙ୍କ ମଧ୍ୟରେ ଜାମସେଦ୍‌ପୁରସ୍ଥିତ ସିଏସ୍‌ଆଇଆର୍‌- ନ୍ୟାଶନାଲ୍ ମେଟାଲୋର୍ଜିକାଲ ଲାବୋରେଟୋରୀ(ଏନ୍‌ଏମ୍‌ଏଲ୍‌), ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ୍ ଆଣ୍ଡ୍ ମ୍ୟାଟେରିଆଲ୍ ଟୋକ୍ନୋଲୋଜି(ଆଇଏମ୍‌ଏମ୍‌ଟି) ଏବଂ ନାଗପୁରସ୍ଥିତ ଜବାହରଲାଲ ନେହେରୁ ଆଲୁମିନିୟମ୍ ରିସର୍ଚ୍ଚ ଡେଭଲପ୍‌ମେଂଟ୍ ଆଣ୍ଡ୍ ଡିଜାଇନ୍ ସେଂଟର (ଜେଏନ୍‌ଏଆର୍‌ଡିଡିସି) ରହିଛି । ଏହି ସମସ୍ତ ସଂସ୍ଥା ମିଳିତ ଭାବେ ବକ୍ସାଇଟ୍ ଅବଶିଷ୍ଟାଂଶର ଉପଯୋଗୀତା ଉପରେ କାର୍ଯ୍ୟ କରିବେ । ଲାଲ୍ କାଦୁଅରୁ ଆର୍‌ଇଇ(ଲାନ୍ଥାନିୟମ୍‌, ସେରିୟମ୍‌,ୟେଲଟ୍ରିୟମ୍‌, ସ୍କାଣ୍ଡିୟମ୍‌) ଆଲୁମିନା, ଲୁହା ଏବଂ ଟିଟାନିୟମ୍ ଆଦି ବାହାର କରାଯିବ । ପରବର୍ତୀ ସମୟରେ ଯୋଜନାବଦ୍ଧ ଭାବେ ଏହା ସମ୍ପନ୍ନ ହେବ । ଏହି ଅବସରରେ ବେଦାନ୍ତ ଆଲୁମିନିୟମ୍ ଲିଃ.ର ଡେପୁଟି ସିଇଓ ରାହୁଲ ଶର୍ମା କହିଲେ, ଆମର ବିଶ୍ୱସ୍ତରୀୟ ଅପରେଶନ୍ ଜିରୋ ହାର୍ମ, ଜିରୋ ୱେଷ୍ଟ୍ ଏବଂ ଜିରୋ ଡିସ୍ ଚାର୍ଜ ପ୍ରଣାଳୀ ନୂତନ ଜ୍ଞାନକୌଶଳ ଉପରେ ପର୍ଯ୍ୟବେସିତ । ପ୍ରଭାବଶାଳୀ ୱେଷ୍ଟ୍ ମ୍ୟାନେଜ୍‌ମେଂଟ୍ ପ୍ରଣାଳୀକୁ ଆମେ ଆମର ସର୍କୁଲାର ଇକୋନୋମି ମଧ୍ୟରେ ଗ୍ରହଣ କରିଛୁ । ଏହାଦ୍ୱାରା ସୁସ୍ଥ ଏବଂ ଦୀର୍ଘସ୍ଥାୟୀ କାର୍ଯ୍ୟକ୍ଷେତ୍ର ପ୍ରସ୍ତୁତ ହୋଇପାରିଛି । ବେଦାନ୍ତର ୱେଷ୍ଟ୍ ମ୍ୟାନେଜମେଂଟ୍ ସିଷ୍ଟମ୍ ଏବଂ ଜିରୋ ଡିସଚାର୍ଜ ମେକାନିଜିମ୍ ଆଲୁମିନା ରିଫାଇନିଂ ସେକ୍ଟରରେ ବିଶ୍ୱସ୍ତରୀୟ ବେଂଚମାର୍କ ପ୍ରସ୍ତୁତ କରିପାରିଛି । ଏହି ବୁଝାମଣା ମାଧ୍ୟମରେ ଆମେ ବକ୍ସାଇଟ୍ ଅବଶିଷ୍ଟାଂଶରୁ ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତିକୁ ସର୍ବାଧିକ କରିବା ଲକ୍ଷ୍ୟ ନେଇ କାର୍ଯ୍ୟ କରିବୁ । ଯାହାଦ୍ୱାରା ସହଯୋଗୀ ଶିଳ୍ପ ସଂସ୍ଥା ସୃଷ୍ଟି ହୋଇପାରିବ । ବିଶ୍ୱସ୍ତରରେ ସର୍କୁଲାର ଇକୋନୋମିକୁ ଗୁରୁତ୍ୱାରୋପ କରାଯାଉଛି । ଏପରିସ୍ଥଳେ ବେଦାନ୍ତ ଆଲୁମିନା ରିଫାଇନିଂରେ ବାଇ-ପ୍ରଡକ୍ଟ ରିଡକଶନ୍ ଏବଂ ବ୍ୟବହାର ପାଇଁ ଲକ୍ଷ୍ୟ ରଖିଛି । ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ରେ ଥିବା ବେଦାନ୍ତ ଆଲୁମିନିୟମ୍ ବିକାଶ ଯାତ୍ରା ଇନୋଭେଶନ ଦ୍ୱାରା ଜାରି ରହିଛି । ଏହାର କାର୍ଯ୍ୟ ଆରମ୍ଭଠାରୁ ବେଦାନ୍ତ ଲାଞ୍ଜିଗଡ଼ ରିଫାଇନାରୀ ଏହାର ଜ୍ଞାନକୌଶଳରେ ଦ୍ରୁତ ବିକାଶ ଧାରା ଜାରି ରଖିବା ସହିତ ବିଶ୍ୱର ଶ୍ରେଷ୍ଠ ବିକଶିତ ଆଲୁମିନା ରିଫାଇନାରୀର ମାନ୍ୟତା ହାସଲ କରିପାରିଛି । ୨୦୧୩ରେ ବେଦାନ୍ତ ପ୍ରଥମ କରି ରେଡ୍ ମଡ୍ ଫିଲଟ୍ରେଶନ ପ୍ରଣାଳୀର ବ୍ୟବହାର କରିଥିଲା । ଏହାଦ୍ୱାରା ଶୁଖିଲା ବକ୍ସାଇଟ୍ ଅବଶିଷ୍ଟାଂଶକୁ ଆଲୁମିନା ରିଫାଇନିଂ ଶିଳ୍ପରେ ବ୍ୟବହାର କରାଯାଇଥିଲା । ୨୦୨୦ରେ କମ୍ପାନୀ ପକ୍ଷରୁ ୱିକ୍ ଡ୍ରେନ୍ ପ୍ରୋଜେକ୍ଟ ନାମକ ନୂଆ ୱେଷ୍ଟ ମ୍ୟାନେଜମେଂଟ୍ ସିଷ୍ଟମର ଉପଯୋଗ କରାଯାଇଥିଲା । ଏହା ସହିତ ବକ୍ସାଇଟ୍ ଅବଶିଷ୍ଟାଂଶର ବ୍ୟବହାର ସିମେଂଟ ଏବଂ ଇଟା ପ୍ରସ୍ତୁତିରେ କରାଯାଉଛି । ସେହିପରି ରାସ୍ତା ନିର୍ମାଣ, ଡିପ୍ଲେଟେଡ୍ ମାଇନ ଭୋଏଡସ୍‌ର ବ୍ୟାକ୍‌ଫିଲିଂରେ ମଧ୍ୟ ଏହାର ଉପଯୋଗ ହେଉଛି । ବେଦାନ୍ତ ଆଲୁମିନିୟମ୍ ଆଣ୍ଡ୍ ପାୱାର ବିଜ୍‌ନେସ୍ ଯାହାକି ବେଦାନ୍ତ ଲିମିଟେଡ୍‌ର ଅଂଶବିଶେଷ ଭାରତର ପ୍ରାୟ ଅଧା ଆଲୁମିନିୟମ୍ ଉତ୍ପାଦନ କରିଥାଏ । ୨୦୨୦ ଆର୍ଥିକ ବର୍ଷରେ ଏହାର ପରିମାଣ ବାର୍ଷିକ ୧.୯ ନିୟୁତ ଟନ୍ ରହିଛି । ଏହା ଦେଶର ବୃହତ ଘରୋଇ ପାୱାର ଉତ୍ପାଦକ । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦ ପ୍ରସ୍ତୁତିରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଏହାର ବିଶ୍ୱସ୍ତରୀୟ ସ୍ମେଲଟର, ପାୱାର ପ୍ଲାଂଟ୍ ଏବଂ ଆଲୁମିନା ରିଫାଇନାରୀ ଭାରତରେ ବିଭିନ୍ନ ଅଂଚଳରେ ରହିଛି । ଆଲୁମିନିୟମ୍‌କୁ ଭବିଷ୍ୟତର ମେଟାଲ ଭାବେ ପ୍ରତିପାଦିତ କରି ଏକ ଗ୍ରୀନର ଟୁମୋରୋ ଗଠନ ପାଇଁ ବେଦାନ୍ତ ପ୍ରୟାସ ଜାରି ରଖିଛି ।
Tags vedanta

Related articles Odisha News Lens 4.1

  • ଜାପାନର ହୋକ୍କାଇଡୋରେ ଜୋରଦାର ଭୂକମ୍ପ
    ଦେଶ-ଦେଶାନ୍ତର

    ଜାପାନର ହୋକ୍କାଇଡୋରେ ଜୋରଦାର ଭୂକମ୍ପ

    13823
    Aug 23, 2026
  • ବନ୍ଦ ଘରୁ ବାପା, ମାଆ ଓ ଦୁଇ ସନ୍ତାନଙ୍କ ମୃତଦେହ ଉଦ୍ଧାର
    ଦେଶ-ଦେଶାନ୍ତର

    ବନ୍ଦ ଘରୁ ବାପା, ମାଆ ଓ ଦୁଇ ସନ୍ତାନଙ୍କ ମୃତଦେହ ଉଦ୍ଧାର

    15576
    Aug 23, 2026
  • ସ୍ୱାମୀଙ୍କ ଠାରୁ ଲୁଚାଇ ରଖିଥିଲେ ୧୨ ଲକ୍ଷ ଟଙ୍କା, ମୂଷା କାଟିଦେଲା
    ଦେଶ-ଦେଶାନ୍ତର

    ସ୍ୱାମୀଙ୍କ ଠାରୁ ଲୁଚାଇ ରଖିଥିଲେ ୧୨ ଲକ୍ଷ ଟଙ୍କା, ମୂଷା କାଟିଦେଲା

    15088
    Aug 23, 2026
  • କାନାଡ଼ା ସାମଗ୍ରୀ ଉପରେ ଆମେରିକା ଲଗାଇଲା ୫୦% ସୀମା ଶୁଳ୍କ
    ଦେଶ-ଦେଶାନ୍ତର

    କାନାଡ଼ା ସାମଗ୍ରୀ ଉପରେ ଆମେରିକା ଲଗାଇଲା ୫୦% ସୀମା ଶୁଳ୍କ

    15445
    Aug 23, 2026
  • ଦେଶରେ ୮ ଲକ୍ଷ ୨୩ ହଜାର ୬୫୬ଟି ଅନୁମୋଦିତ ପଦ ଖାଲି
    ଦେଶ-ଦେଶାନ୍ତର

    ଦେଶରେ ୮ ଲକ୍ଷ ୨୩ ହଜାର ୬୫୬ଟି ଅନୁମୋଦିତ ପଦ ଖାଲି

    13981
    Aug 23, 2026
  •  ଏହି ନେତାଙ୍କୁ ମିଳିବ ବୁଲେଟପ୍ରୁଫ୍ ଜ୍ୟାକେଟ୍
    ଦେଶ-ଦେଶାନ୍ତର

    ଏହି ନେତାଙ୍କୁ ମିଳିବ ବୁଲେଟପ୍ରୁଫ୍ ଜ୍ୟାକେଟ୍

    15697
    Aug 22, 2026
  • ବିବାହ ପାଇଁ ଭାରତ ଆସିଲେଣି ୧୫୦ ପାକିସ୍ତାନୀ କନ୍ୟା
    ଦେଶ-ଦେଶାନ୍ତର

    ବିବାହ ପାଇଁ ଭାରତ ଆସିଲେଣି ୧୫୦ ପାକିସ୍ତାନୀ କନ୍ୟା

    15333
    Aug 23, 2026
  • ହୁତୁହୁତୁ ହୋଇ ଜଳୁଛି ଔଷଧ କମ୍ପାନୀ:  ୨ ମୃତ, ୯ ଆହତ
    ଦେଶ-ଦେଶାନ୍ତର

    ହୁତୁହୁତୁ ହୋଇ ଜଳୁଛି ଔଷଧ କମ୍ପାନୀ: ୨ ମୃତ, ୯ ଆହତ

    15314
    Aug 22, 2026
  • ଏହି କାରଣରୁ ଅଭିଜିତ୍‌ ଦୀପ୍‌କେଙ୍କ ବିରୋଧରେ ହେଲା ମାମଲା ରୁଜୁ
    ଦେଶ-ଦେଶାନ୍ତର

    ଏହି କାରଣରୁ ଅଭିଜିତ୍‌ ଦୀପ୍‌କେଙ୍କ ବିରୋଧରେ ହେଲା ମାମଲା ରୁଜୁ

    14153
    Aug 23, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଜାତୀୟ ଶିକ୍ଷକ ପୁରସ୍କାର: ସମ୍ମାନିତ ହେବେ ୪୮ ଜଣ ଶିକ୍ଷକ, ଓଡ଼ିଶାରୁ ପଦରାଜ ଉମାକାନ୍ତ ନାୟକ

    15770
    Aug 22, 2026
  • ଦେଶ-ଦେଶାନ୍ତର

    ହୁତୁହୁତୁ ହୋଇ ଜଳୁଛି ଔଷଧ କମ୍ପାନୀ: ୨ ମୃତ, ୯ ଆହତ

    15314
    Aug 22, 2026
  • ଦେଶ-ଦେଶାନ୍ତର

    ସ୍ୱାମୀଙ୍କ ଠାରୁ ଲୁଚାଇ ରଖିଥିଲେ ୧୨ ଲକ୍ଷ ଟଙ୍କା, ମୂଷା କାଟିଦେଲା

    15088
    Aug 23, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17049
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17678
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17720
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18117
    Sep 06, 2023

ବିଶେଷ

  • ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

    15514
    Aug 21, 2026
  • ଏହା କଲେ ହେବ ନାହିଁ ଗ୍ୟାସ୍

    16045
    Aug 17, 2026
  • ଟୟେଲେଟ୍ ଯିବାବେଳେ ବଦଳାନ୍ତୁ ଏହିସବୁ ଅଭ୍ୟାସ

    13966
    Aug 16, 2026
  • ରୋଗର ପ୍ରଥମ ସଙ୍କେତ ଦିଏ ଓଠର ରଙ୍ଗ

    14990
    Aug 13, 2026
  • ଝିଅମାନେ କାହିଁକି ଲୁଚାନ୍ତି ତାଙ୍କ ପାଖରେ ଥିବା ଏହି ଗୁଣ ଜାଣନ୍ତୁ....

    14761
    Aug 10, 2026

ବାଣିଜ୍ୟ

ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି

କଣ୍ଟ୍ରୋଲ ରୁମକୁ ଶକ୍ତି ଯୋଗାଉଛନ୍ତି  ବେଦାନ୍ତର ୧୦୦% ମହିଳା ଅପରେଟର

ଭୁବନେଶ୍ୱର : ଔଦ୍ୟୋଗିକ କାର୍ଯ୍ୟକଳାପର ମୂଳରେ ଥିବା ଦାୟିତ୍ୱ ଗ୍ରହଣ କରି, ଉତ୍ପାଦନ କ୍ଷେତ୍ରର ଭବିଷ୍ୟତକୁ ରୂପ ଦେବାରେ ...

  • ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ

    15970
    Aug 19, 2026
  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

    14005
    Aug 13, 2026
  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14270
    Aug 12, 2026
  • ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା

    14393
    Aug 09, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଦେଶରେ ୮ ଲକ୍ଷ ୨୩ ହଜାର ୬୫୬ଟି ଅନୁମୋଦିତ ପଦ ଖାଲି

    13981
    Aug 23, 2026
  • ଏହି କାରଣରୁ ଅଭିଜିତ୍‌ ଦୀପ୍‌କେଙ୍କ ବିରୋଧରେ ହେଲା ମାମଲା ରୁଜୁ

    14153
    Aug 23, 2026
  • ବିବାହ ପାଇଁ ଭାରତ ଆସିଲେଣି ୧୫୦ ପାକିସ୍ତାନୀ କନ୍ୟା

    15333
    Aug 23, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In