Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, October 16, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ ...

  • ପାନ ଖିଆରୁ ମାରପିଟ୍‌, ଯୁବକକୁ ଛୁରୀ ଭୁସି ...

  • ପାଣି ବୋତଲରେ ଅଧିକ ୨ ଟଙ୍କା ନେଇ ଫସିଲା ...

  • ରାଷ୍ଟ୍ରପତି ଭବନ ଉପରେ ହୁତି ...

  • ଜ୍ଞାନେଶଙ୍କ ସୁରକ୍ଷା ପାଇଁ ରାଜଧାନୀ ...

  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, ...

  • ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ...

  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ...

  • ଇମ୍ରାନ ଖାନଙ୍କୁ ଅକ୍ଟୋବର ୨୮ ସୁଦ୍ଧା ...

  • ୧୧ ବର୍ଷର ସମ୍ପର୍କ ଭାଙ୍ଗି ଚାଲିଗଲା ...

ବାଣିଜ୍ୟ
Home ›› ବାଣିଜ୍ୟ ››ବେଦାନ୍ତ ପକ୍ଷରୁ ବକ୍ସାଇଟ୍ ଅବଶିଷ୍ଟାଂଶରୁ ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତି ପାଇଁ ଗବେଷଣା ସଂସ୍ଥା ସହିତ ବୁଝାମଣା

ବେଦାନ୍ତ ପକ୍ଷରୁ ବକ୍ସାଇଟ୍ ଅବଶିଷ୍ଟାଂଶରୁ ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତି ପାଇଁ ଗବେଷଣା ସଂସ୍ଥା ସହିତ ବୁଝାମଣା

2021-04-13 11:08:50
15997
Share:
Facebook
Twitter
E-Mail
WhatsApp
Telegram
ବେଦାନ୍ତ ପକ୍ଷରୁ ବକ୍ସାଇଟ୍ ଅବଶିଷ୍ଟାଂଶରୁ ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତି ପାଇଁ ଗବେଷଣା ସଂସ୍ଥା ସହିତ ବୁଝାମଣା
ଭୁବନେଶ୍ୱର : ଭାରତର ବୃହତମ ଆଲମିନିୟମ୍ ଉତ୍ପାଦନକାରୀ କମ୍ପାନୀ ବେଦାନ୍ତ ପକ୍ଷରୁ ବକ୍ସାଇଟ୍ ଅବଶିଷ୍ଟାଂଶ( ଲାଲ କାଦୁଅ)ରୁ ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତି ପାଇଁ ବୁଝାମଣା ସ୍ୱାକ୍ଷରିତ ହୋଇଛି । ଏସବୁ ଅବଶିଷ୍ଟାଂଶ ବାୟର ପ୍ରୋସେସ୍‌ରେ ବକ୍ସାଇଟ୍‌ରୁ ଆଲୁମିନା ପ୍ରସ୍ତୁତି ସମୟରେ ଉତ୍ପନ ହୋଇଥାଏ । ଆଲୁମିନିୟମ୍ ଉତ୍ପାଦନ ଲାଗି ବକ୍ସାଇଟ୍ ପ୍ରାଥମିକ ଖଣିଜ ପଥର(ଓର୍‌) । ଏହାର ଇଂଟରମେଡ଼ିଏଟ୍ ବିଶୁଦ୍ଧି କରଣ ପ୍ରକ୍ରିୟାକରଣ ଦ୍ୱାରାର ଆଲୁମିନା ସୃଷ୍ଟି ହୋଇଥାଏ । ପରେ ଏହାର ଇଲୋକ୍ଟ୍ରୋଲିସିସ୍ କରାଯାଇ ଆଲୁମିନିୟମ୍ ଉତ୍ପାଦନ କରାଯାଇଥାଏ । ଭୂପୃଷ୍ଠରେ ପ୍ରର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେଉଥିବା ବକ୍ସାଇଟ୍ ପାଇଁ ଦୀଘୟକାଳୀନ ଖଣିଖନନ କରାଯାଇଥାଏ । ପ୍ରାୟ ୩ ଟନ୍ ବକ୍ସାଇଟ୍‌ରୁ ୧ ଟନ ଆଲୁମିନା ଉତ୍ପାଦିତ ହୋଇଥାଏ । ସେହିପରି ୧ ଟନ୍ ଆଲୁମିନିୟମ୍ ପାଇଁ ୨ ଟନ୍ ଆଲୁମିନା ଆବଶ୍ୟକ ହୋଇଥାଏ । ବକ୍ସାଇଟ୍ ଅବଶିଷ୍ଟାଂଶରେ ଲୁହା, ଆଲୁମିନା, ରେୟାର ଆର୍ଥ ଏଲିମେଂଟ୍‌(ଆର୍‌ଇଇ) ଏବଂ ଟିଟାନିୟମ୍ ଡାଇଅକ୍ସାଇଡ୍ ଆଦି ରହିଥାଏ । ସ୍ୱଦେଶୀ ଜ୍ଞାନକୌଶଳ ଦ୍ୱାରା ବକ୍ସାଇଟ୍ ଅବଶିଷ୍ଟାଂଶରୁ ଆର୍‌ଇଇ ପ୍ରସ୍ତୁତ କରିବା ଲାଗି ନୀତି ଅୟୋଗ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି । ଏଥିରୁ ଉପଲବ୍ଧ ସ୍କାଣ୍ଡିୟମ୍ ପ୍ରତିରକ୍ଷା କ୍ଷେତ୍ରରେ ବିଶେଷ ଗୁରୁତ୍ୱ ବହନ କରିଥାଏ । ଏହା ଭାରତରେ କମ୍ ମିଳୁଥିବାବେଳେ ଏହାକୁ ବାହାରୁ ଆମଦାନୀ କରାଯାଇଥାଏ । ତେଣୁ ବିକଶିତ ପ୍ରଣାଳୀରେ ବକ୍ସାଇଟ୍ ଅବଶିଷ୍ଟାଂଶରୁ ବ୍ୟବସାୟିକ ଦୃଷ୍ଟିକୋଣରୁ ଏହାକୁ ପ୍ରସ୍ତୁତ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଆଲୁମିନିୟମ୍ ଉତ୍ପାଦନକାରୀ ଭାବେ ବେଦାନ୍ତ ପକ୍ଷରୁ ୩ଟି ଗବେଷଣା ସଂସ୍ଥା ସହିତ ବୁଝାମଣା ହୋଇଛି । ସେମାନଙ୍କ ମଧ୍ୟରେ ଜାମସେଦ୍‌ପୁରସ୍ଥିତ ସିଏସ୍‌ଆଇଆର୍‌- ନ୍ୟାଶନାଲ୍ ମେଟାଲୋର୍ଜିକାଲ ଲାବୋରେଟୋରୀ(ଏନ୍‌ଏମ୍‌ଏଲ୍‌), ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ୍ ଆଣ୍ଡ୍ ମ୍ୟାଟେରିଆଲ୍ ଟୋକ୍ନୋଲୋଜି(ଆଇଏମ୍‌ଏମ୍‌ଟି) ଏବଂ ନାଗପୁରସ୍ଥିତ ଜବାହରଲାଲ ନେହେରୁ ଆଲୁମିନିୟମ୍ ରିସର୍ଚ୍ଚ ଡେଭଲପ୍‌ମେଂଟ୍ ଆଣ୍ଡ୍ ଡିଜାଇନ୍ ସେଂଟର (ଜେଏନ୍‌ଏଆର୍‌ଡିଡିସି) ରହିଛି । ଏହି ସମସ୍ତ ସଂସ୍ଥା ମିଳିତ ଭାବେ ବକ୍ସାଇଟ୍ ଅବଶିଷ୍ଟାଂଶର ଉପଯୋଗୀତା ଉପରେ କାର୍ଯ୍ୟ କରିବେ । ଲାଲ୍ କାଦୁଅରୁ ଆର୍‌ଇଇ(ଲାନ୍ଥାନିୟମ୍‌, ସେରିୟମ୍‌,ୟେଲଟ୍ରିୟମ୍‌, ସ୍କାଣ୍ଡିୟମ୍‌) ଆଲୁମିନା, ଲୁହା ଏବଂ ଟିଟାନିୟମ୍ ଆଦି ବାହାର କରାଯିବ । ପରବର୍ତୀ ସମୟରେ ଯୋଜନାବଦ୍ଧ ଭାବେ ଏହା ସମ୍ପନ୍ନ ହେବ । ଏହି ଅବସରରେ ବେଦାନ୍ତ ଆଲୁମିନିୟମ୍ ଲିଃ.ର ଡେପୁଟି ସିଇଓ ରାହୁଲ ଶର୍ମା କହିଲେ, ଆମର ବିଶ୍ୱସ୍ତରୀୟ ଅପରେଶନ୍ ଜିରୋ ହାର୍ମ, ଜିରୋ ୱେଷ୍ଟ୍ ଏବଂ ଜିରୋ ଡିସ୍ ଚାର୍ଜ ପ୍ରଣାଳୀ ନୂତନ ଜ୍ଞାନକୌଶଳ ଉପରେ ପର୍ଯ୍ୟବେସିତ । ପ୍ରଭାବଶାଳୀ ୱେଷ୍ଟ୍ ମ୍ୟାନେଜ୍‌ମେଂଟ୍ ପ୍ରଣାଳୀକୁ ଆମେ ଆମର ସର୍କୁଲାର ଇକୋନୋମି ମଧ୍ୟରେ ଗ୍ରହଣ କରିଛୁ । ଏହାଦ୍ୱାରା ସୁସ୍ଥ ଏବଂ ଦୀର୍ଘସ୍ଥାୟୀ କାର୍ଯ୍ୟକ୍ଷେତ୍ର ପ୍ରସ୍ତୁତ ହୋଇପାରିଛି । ବେଦାନ୍ତର ୱେଷ୍ଟ୍ ମ୍ୟାନେଜମେଂଟ୍ ସିଷ୍ଟମ୍ ଏବଂ ଜିରୋ ଡିସଚାର୍ଜ ମେକାନିଜିମ୍ ଆଲୁମିନା ରିଫାଇନିଂ ସେକ୍ଟରରେ ବିଶ୍ୱସ୍ତରୀୟ ବେଂଚମାର୍କ ପ୍ରସ୍ତୁତ କରିପାରିଛି । ଏହି ବୁଝାମଣା ମାଧ୍ୟମରେ ଆମେ ବକ୍ସାଇଟ୍ ଅବଶିଷ୍ଟାଂଶରୁ ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତିକୁ ସର୍ବାଧିକ କରିବା ଲକ୍ଷ୍ୟ ନେଇ କାର୍ଯ୍ୟ କରିବୁ । ଯାହାଦ୍ୱାରା ସହଯୋଗୀ ଶିଳ୍ପ ସଂସ୍ଥା ସୃଷ୍ଟି ହୋଇପାରିବ । ବିଶ୍ୱସ୍ତରରେ ସର୍କୁଲାର ଇକୋନୋମିକୁ ଗୁରୁତ୍ୱାରୋପ କରାଯାଉଛି । ଏପରିସ୍ଥଳେ ବେଦାନ୍ତ ଆଲୁମିନା ରିଫାଇନିଂରେ ବାଇ-ପ୍ରଡକ୍ଟ ରିଡକଶନ୍ ଏବଂ ବ୍ୟବହାର ପାଇଁ ଲକ୍ଷ୍ୟ ରଖିଛି । ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ରେ ଥିବା ବେଦାନ୍ତ ଆଲୁମିନିୟମ୍ ବିକାଶ ଯାତ୍ରା ଇନୋଭେଶନ ଦ୍ୱାରା ଜାରି ରହିଛି । ଏହାର କାର୍ଯ୍ୟ ଆରମ୍ଭଠାରୁ ବେଦାନ୍ତ ଲାଞ୍ଜିଗଡ଼ ରିଫାଇନାରୀ ଏହାର ଜ୍ଞାନକୌଶଳରେ ଦ୍ରୁତ ବିକାଶ ଧାରା ଜାରି ରଖିବା ସହିତ ବିଶ୍ୱର ଶ୍ରେଷ୍ଠ ବିକଶିତ ଆଲୁମିନା ରିଫାଇନାରୀର ମାନ୍ୟତା ହାସଲ କରିପାରିଛି । ୨୦୧୩ରେ ବେଦାନ୍ତ ପ୍ରଥମ କରି ରେଡ୍ ମଡ୍ ଫିଲଟ୍ରେଶନ ପ୍ରଣାଳୀର ବ୍ୟବହାର କରିଥିଲା । ଏହାଦ୍ୱାରା ଶୁଖିଲା ବକ୍ସାଇଟ୍ ଅବଶିଷ୍ଟାଂଶକୁ ଆଲୁମିନା ରିଫାଇନିଂ ଶିଳ୍ପରେ ବ୍ୟବହାର କରାଯାଇଥିଲା । ୨୦୨୦ରେ କମ୍ପାନୀ ପକ୍ଷରୁ ୱିକ୍ ଡ୍ରେନ୍ ପ୍ରୋଜେକ୍ଟ ନାମକ ନୂଆ ୱେଷ୍ଟ ମ୍ୟାନେଜମେଂଟ୍ ସିଷ୍ଟମର ଉପଯୋଗ କରାଯାଇଥିଲା । ଏହା ସହିତ ବକ୍ସାଇଟ୍ ଅବଶିଷ୍ଟାଂଶର ବ୍ୟବହାର ସିମେଂଟ ଏବଂ ଇଟା ପ୍ରସ୍ତୁତିରେ କରାଯାଉଛି । ସେହିପରି ରାସ୍ତା ନିର୍ମାଣ, ଡିପ୍ଲେଟେଡ୍ ମାଇନ ଭୋଏଡସ୍‌ର ବ୍ୟାକ୍‌ଫିଲିଂରେ ମଧ୍ୟ ଏହାର ଉପଯୋଗ ହେଉଛି । ବେଦାନ୍ତ ଆଲୁମିନିୟମ୍ ଆଣ୍ଡ୍ ପାୱାର ବିଜ୍‌ନେସ୍ ଯାହାକି ବେଦାନ୍ତ ଲିମିଟେଡ୍‌ର ଅଂଶବିଶେଷ ଭାରତର ପ୍ରାୟ ଅଧା ଆଲୁମିନିୟମ୍ ଉତ୍ପାଦନ କରିଥାଏ । ୨୦୨୦ ଆର୍ଥିକ ବର୍ଷରେ ଏହାର ପରିମାଣ ବାର୍ଷିକ ୧.୯ ନିୟୁତ ଟନ୍ ରହିଛି । ଏହା ଦେଶର ବୃହତ ଘରୋଇ ପାୱାର ଉତ୍ପାଦକ । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦ ପ୍ରସ୍ତୁତିରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଏହାର ବିଶ୍ୱସ୍ତରୀୟ ସ୍ମେଲଟର, ପାୱାର ପ୍ଲାଂଟ୍ ଏବଂ ଆଲୁମିନା ରିଫାଇନାରୀ ଭାରତରେ ବିଭିନ୍ନ ଅଂଚଳରେ ରହିଛି । ଆଲୁମିନିୟମ୍‌କୁ ଭବିଷ୍ୟତର ମେଟାଲ ଭାବେ ପ୍ରତିପାଦିତ କରି ଏକ ଗ୍ରୀନର ଟୁମୋରୋ ଗଠନ ପାଇଁ ବେଦାନ୍ତ ପ୍ରୟାସ ଜାରି ରଖିଛି ।
Tags vedanta

Related articles Odisha News Lens 4.1

  • ରାଷ୍ଟ୍ରପତି ଭବନ ଉପରେ ହୁତି ବିଦ୍ରୋହୀଙ୍କ ୫ ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼
    ଦେଶ-ଦେଶାନ୍ତର

    ରାଷ୍ଟ୍ରପତି ଭବନ ଉପରେ ହୁତି ବିଦ୍ରୋହୀଙ୍କ ୫ ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼

    14815
    Oct 16, 2026
  •  ଇମ୍ରାନ ଖାନଙ୍କୁ  ଅକ୍ଟୋବର ୨୮ ସୁଦ୍ଧା ଭାରତ ଛାଡିବାକୁ ନିର୍ଦ୍ଦେଶ
    ଦେଶ-ଦେଶାନ୍ତର

    ଇମ୍ରାନ ଖାନଙ୍କୁ ଅକ୍ଟୋବର ୨୮ ସୁଦ୍ଧା ଭାରତ ଛାଡିବାକୁ ନିର୍ଦ୍ଦେଶ

    14638
    Oct 15, 2026
  • ଜ୍ଞାନେଶଙ୍କ ସୁରକ୍ଷା ପାଇଁ ରାଜଧାନୀ ଦିଲ୍ଲୀକୁ ଭାରତ-ପାକିସ୍ତାନ ସୀମାରେ ପରିଣତ ...
    ଦେଶ-ଦେଶାନ୍ତର

    ଜ୍ଞାନେଶଙ୍କ ସୁରକ୍ଷା ପାଇଁ ରାଜଧାନୀ ଦିଲ୍ଲୀକୁ ଭାରତ-ପାକିସ୍ତାନ ସୀମାରେ ପରିଣତ ...

    13806
    Oct 16, 2026
  • ୧୧ ବର୍ଷର ସମ୍ପର୍କ ଭାଙ୍ଗି ଚାଲିଗଲା ଷ୍ଟେଫି
    ଦେଶ-ଦେଶାନ୍ତର

    ୧୧ ବର୍ଷର ସମ୍ପର୍କ ଭାଙ୍ଗି ଚାଲିଗଲା ଷ୍ଟେଫି

    13819
    Oct 15, 2026
  • ପାଣି ବୋତଲରେ ଅଧିକ ୨ ଟଙ୍କା ନେଇ ଫସିଲା ରେସ୍ତୋରାଁ, ଲକ୍ଷେ ଟଙ୍କାର ଜରିମାନା
    ଦେଶ-ଦେଶାନ୍ତର

    ପାଣି ବୋତଲରେ ଅଧିକ ୨ ଟଙ୍କା ନେଇ ଫସିଲା ରେସ୍ତୋରାଁ, ଲକ୍ଷେ ଟଙ୍କାର ଜରିମାନା

    13522
    Oct 16, 2026
  • ପାନ ଖିଆରୁ ମାରପିଟ୍‌, ଯୁବକକୁ ଛୁରୀ ଭୁସି ହତ୍ୟା
    ଅପରାଧ

    ପାନ ଖିଆରୁ ମାରପିଟ୍‌, ଯୁବକକୁ ଛୁରୀ ଭୁସି ହତ୍ୟା

    13741
    Oct 16, 2026
  •  ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଧର୍ମ ପରିବର୍ତ୍ତନ କଲାମାତ୍ରେ ସଂରକ୍ଷଣର ...
    ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଧର୍ମ ପରିବର୍ତ୍ତନ କଲାମାତ୍ରେ ସଂରକ୍ଷଣର ...

    15468
    Oct 15, 2026
  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....
    ବିଶେଷ

    କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....

    14780
    Oct 16, 2026
  • ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ ...
    ବାଣିଜ୍ୟ

    ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ ...

    13901
    Oct 16, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୧୧ ବର୍ଷର ସମ୍ପର୍କ ଭାଙ୍ଗି ଚାଲିଗଲା ଷ୍ଟେଫି

    13819
    Oct 15, 2026
  • ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଧର୍ମ ପରିବର୍ତ୍ତନ କଲାମାତ୍ରେ ସଂରକ୍ଷଣର ଅଧିକାର ଶେଷ ହୋଇଯାଏ

    15468
    Oct 15, 2026
  • ଅପରାଧ

    ପାନ ଖିଆରୁ ମାରପିଟ୍‌, ଯୁବକକୁ ଛୁରୀ ଭୁସି ହତ୍ୟା

    13741
    Oct 16, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17186
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17879
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17829
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18250
    Sep 06, 2023

ବିଶେଷ

  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....

    14780
    Oct 16, 2026
  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14623
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14729
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15731
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14405
    Sep 27, 2026

ବାଣିଜ୍ୟ

ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ କରୁଛି ବେଦାନ୍ତ ଆଲୁମିନିୟମ୍

କଳାହାଣ୍ଡିରେ ୩୩୮ଟି ବିଦ୍ୟୁତ୍ ଚାଳିତ ସ୍ପ୍ରେୟର ବଣ୍ଟନ ମାଧ୍ୟମରେ କୃଷି ଯାନ୍ତ୍ରିକୀକରଣକୁ ଆଗକୁ ବଢ଼ାଉଛି ପ୍ରକଳ୍ପ ସଙ୍ଗମ

ଭୁବନେଶ୍ୱର;୧୬, ୨୦୨୬: ସ୍ଥାୟୀ ଗ୍ରାମୀଣ ବିକାଶ ପ୍ରତି ନିଜର ପ୍ରତିବଦ୍ଧ ...

  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ

    14297
    Oct 15, 2026
  • BSE ସେନ୍‌ସେକ୍ସ ୧୧୦୯ ପଏଣ୍ଟ ବଢ଼ିଲା

    13980
    Oct 14, 2026
  • ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

    15102
    Oct 09, 2026
  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15809
    Oct 08, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ କରୁଛି ବେଦାନ୍ତ ଆଲୁମିନିୟମ୍

    13901
    Oct 16, 2026
  • ଜ୍ଞାନେଶଙ୍କ ସୁରକ୍ଷା ପାଇଁ ରାଜଧାନୀ ଦିଲ୍ଲୀକୁ ଭାରତ-ପାକିସ୍ତାନ ସୀମାରେ ପରିଣତ କରିଦେଇଛନ୍ତି ସରକାର: ଅଭିଜିତ

    13806
    Oct 16, 2026
  • ଇମ୍ରାନ ଖାନଙ୍କୁ ଅକ୍ଟୋବର ୨୮ ସୁଦ୍ଧା ଭାରତ ଛାଡିବାକୁ ନିର୍ଦ୍ଦେଶ

    14638
    Oct 15, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In