ଓଡ଼ିଶାର ୭ ଶିକ୍ଷା ଅଧିକାରୀ ପାଇଲେ ଜାତୀୟ ପୁରସ୍କାର
ଭୁବନେଶ୍ବର: ଶିକ୍ଷା ପ୍ରଶାସନରେ ଓଡ଼ିଶାକୁ ଜାତୀୟ ସ୍ତରରେ ମିଳିଲା ବଡ଼ ସ୍ୱୀକୃତି । ବିଦ୍ୟାଳୟ ଶିକ୍ଷାର ଗୁଣବତ୍ତା ବୃଦ୍ଧି, ଶିକ୍ଷଣ ଫଳାଫଳରେ ସୁଧାର, ବିଦ୍ୟାଳୟ ସୁରକ୍ଷା, ପଠନ ଅଭ୍ୟାସ ବଢ଼ାଇବା ଏବଂ ଡ୍ରପ୍ଆଉଟ୍ ରୋକିବା ଦିଗରେ ଅଭିନବ ପଦକ୍ଷେପ ପାଇଁ ରାଜ୍ୟର ୭ ଜଣ ଶିକ୍ଷା ଅଧିକାରୀଙ୍କୁ ମିଳିଛି ଜାତୀୟ ପୁରସ୍କାର । ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନାଲ ପ୍ଲାନିଂ ଆଣ୍ଡ ଆଡମିନିଷ୍ଟ୍ରେସନ୍ (NIEPA) ପକ୍ଷରୁ ଆୟୋଜିତ ‘ଶିକ୍ଷା ପ୍ରଶାସନରେ ନବସୃଜନ ଏବଂ ଉତ୍ତମ ଅଭ୍ୟାସ’ ପୁରସ୍କାର ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ସସ୍ମିତା ସାହୁ, ଯୁଗ୍ମ ନିର୍ଦ୍ଦେଶିକା, OSEPA — ‘FLN ଗ୍ରୀଷ୍ମକାଳୀନ ପାଠ୍ୟକ୍ରମ’ ପାଇଁ ପୁରସ୍କୃତ ହୋଇଛନ୍ତି । ଡ. ରାଧାକାନ୍ତ ଗର୍ତ୍ତିଆ, DEO, ଝାରସୁଗୁଡ଼ା — ‘ଉଦୀୟାନ୍ ତାରା’ ପଦକ୍ଷେପ ପାଇଁ ସମ୍ମାନିତ ହୋଇଛନ୍ତି । ଡ. ମାୟାଧର ସାହୁ, DEO, ଗଜପତି — ‘ପ୍ରୟାସ @ ସୁପର 30 ଗଜପତି’ ପାଇଁ ପୁରସ୍କୃତ ହୋଇଛନ୍ତି । ଶ୍ରୀକାନ୍ତ ବେହେରା, ADEO, କେନ୍ଦୁଝର — ‘Reading Tournament and DEAR Programme’ ପାଇଁ ସମ୍ମାନିତ। ସ୍କୁଲ ପିଲାଙ୍କ ମଧ୍ୟରେ ପଠନ ଅଭ୍ୟାସ ବଢ଼ାଇବା ଏହାର ମୁଖ୍ୟ ଲକ୍ଷ୍ୟ । ଏହାରି ଉପରେ ପିଲାମାନଙ୍କୁ ଅଧିକ ଗୁରୁତ୍ୱ ଦେଇଆସୁଥିଲେ ।ସେବାଶ୍ରୀ ଭୋଇ, ADEO, ବଲାଙ୍ଗୀର — ସମ୍ବଲପୁର ଜିଲ୍ଲାର ଧନକୌଡ଼ା ବ୍ଲକର ‘Mission Zero Dropout’ ପାଇଁ ପୁରସ୍କୃତ ହୋଇଛନ୍ତି । ତ୍ରିଲୋଚନ ସାହୁ, ସମଗ୍ର ଶିକ୍ଷା, ଯାଜପୁରର ଯୋଜନା ସଂଯୋଜକ ଭାବରେ କାର୍ଯ୍ୟରତ । ବିଦ୍ୟାଳୟ ସୁରକ୍ଷା ସମ୍ପର୍କିତ ବିପର୍ଯ୍ୟୟ ପରିଚାଳନା ନିର୍ଦ୍ଦେଶାବଳୀର କାର୍ଯ୍ୟକାରୀ ରୂପାୟଣ ପାଇଁ ସମ୍ମାନିତ ହୋଇଛନ୍ତି । ସବିତା ସାହୁ, ADEO, ଯାଜପୁର — ‘School Safety Corridor: A Way of Life and a State of Mind’ ପଦକ୍ଷେପ ପାଇଁ ଜାତୀୟ ସ୍ୱୀକୃତି ପାଇଛନ୍ତି । ଏହି ସଫଳତାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଡ. ଏନ୍. ତିରୁମାଲା ନାୟକ ପ୍ରଶଂସା କରିଛନ୍ତି । ସାତ ଜଣ ଅଧିକାରୀଙ୍କ ଜାତୀୟ ସ୍ୱୀକୃତି ଓଡ଼ିଶା ପାଇଁ ଗର୍ବର ବିଷୟ ବୋଲି ସେ କହିଛନ୍ତି ।
Powered by Froala Editor