ଅଗଷ୍ଟ ମାସରେ ଆସିବ ତୃତୀୟ ଲହର

ଭୁବନେଶ୍ୱର : ଦ୍ୱିତୀୟ ଲହରର ପ୍ରକୋପକୁ ସମସ୍ତେ ଅଙ୍ଗେ ନିଭାଇଛନ୍ତି । ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଅତ୍ୟନ୍ତ ସାଂଘାତିକ ଭାବେ ବ୍ୟାପିଥିବାବେଳେ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ହାନି ବି ହୋଇଛି । ଦ୍ୱିତୀୟ ଲହରରେ କୋଟି କୋଟି ଭାରତୀୟ କରୋନା ସଂକ୍ରମିତ ହୋଇଥିଲେ । ଏବେ ଦ୍ୱିତୀୟ ଲହରର ପ୍ରକୋପ କମି ଆସୁଥିଲେ ବି କରୋନା ବିପଦ ଟଳିନାହିଁ । ଚଳିତ ଅଗଷ୍ଟରେ ହିଁ ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି ।
ବିଶେଷଜ୍ଞମାନଙ୍କ ଆକଳନ ଅନୁଯାୟୀ, ଅଗଷ୍ଟରେ କରୋନାର ତୃତୀୟ ଲହର ÷ଆସିବ । ଯାହାର ପ୍ରକୋପ ନଭେମ୍ବର ପର୍ଯ୍ୟନ୍ତ ରହିବ । ଅକ୍ଟୋବରରେ ଏହା ପିକକୁ ଆସିବା ପରେ ଧିରେଧିରେ ହ୍ରାସ ପାଇବ । ତେବେ ନଭେମ୍ବର ପର୍ଯ୍ୟନ୍ତ ଆମକୁ ସତର୍କ ରହିବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି ।
ବିଶେଷଜ୍ଞଙ୍କ ମତରେ ଆମକୁ ଆଗାମୀ ଚାରି ପାଂଚ ମାସ କରୋନା କଟକଣା ଭିତରେ ରହିବାକୁ ପଡ଼ିବ । ସାମାଜିକ ଦୂରତା ରକ୍ଷା, ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର ଆଦି ଉପରେ ଗୁରୁତ୍ୱ ଦିଆଯିବା ନିହାତି ଦରକାର । ବିଶେଷଭାବେ ଶିଶୁ, ବୟସ୍କ ବ୍ୟକ୍ତି ଓ ରୋଗୀମାନଙ୍କ ପାଇଁ ସତର୍କତା ଅବଲମ୍ବନ ନିତାନ୍ତ ଅପରିହାର୍ଯ୍ୟ । ସେହିପରି ଭିଡ଼ ସ୍ଥାନକୁ ନଯିବା ଓ ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ବି କୁହାଯାଇଛି ।
Powered by Froala Editor