୨୭ ନବମ ଶ୍ରେଣୀ ଛାତ୍ରଙ୍କୁ ନିସ୍ତୁକ ପିଟିଲେ ଦଶମ ଶ୍ରେଶୀ ଛାତ୍ର
ରାୟଗଡ଼ା: ମଙ୍ଗଳ ବିଭାଗ ପରିଚାଳିତ ଏକ ସ୍କୁଲ୍ ହଷ୍ଟେଲରେ ବର୍ବରତା ହୋଇଥିବା ଘଟଣା ମଙ୍ଗଳବାର ସାମ୍ନାକୁ ଆସିଛି। ରାୟଗଡ଼ା ଜିଲ୍ଲା ରିବଲକୋଣା ଏସ୍ଏସ୍ଡି ସରକାରୀ ହାଇସ୍କୁଲ୍ରେ ବର୍ବରତା ଦେଖାଦେଇଛି। ୨୭ ଜଣ ନବମ ଶ୍ରେଣୀ ଛାତ୍ରଙ୍କୁ ନିସ୍ତୁକ ପିଟିଲେ ଦଶମ ଶ୍ରେଶୀ ଛାତ୍ର। ନଡ଼ିଆ ବାହୁଙ୍ଗା ଓ କ୍ରିକେଟ ବ୍ୟାଟରେ ଜଣେ ପରେ ଜଣେ ଛାତ୍ରଙ୍କୁ ମାଡ଼ ମରାଯାଇଥିବା ଘଟଣା ସାମ୍ନାକୁ ଆସିବା ପରେ ମଙ୍ଗଳ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ସ୍କୁଲ କର୍ତ୍ତୃପକ୍ଷ ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ ଚାନ୍ଦିଲି ଥାନାରେ ଏତଲା ଦେଇଛନ୍ତି।
Powered by Froala Editor