ଘରେ ପଶି ୧୫ ଭରି ସୁନା ରୂପା ସହ ୬୦ ହଜାର ଟଙ୍କା ଲୁଟିନେଲେ
ଭଦ୍ରକ: ଭଦ୍ରକ ଗ୍ରାମଞ୍ଚଳ ଥାନା ଅନ୍ତର୍ଗତ ଜଗଦଳପୁର ପଞ୍ଚଯାତର ଜୁଡ଼ାଗଡିଆ ଗ୍ରାମରେ ଏକ ବଡ଼ ଧରଣର ଡ଼କାୟତି ହୋଇଛି । ଗ୍ରାମର ନିରଞ୍ଜନ ଶତପଥୀଙ୍କ ଘରକୁ ସୋମବାର ରାତିରେ ଚାରି ଜଣ ଦୁଇଟି ମଟର ସାଇକେଲରେ ଆସି ଡକାୟତି କରି ଖସି ଚାଲିଯାଇଛନ୍ତି । ତେବେ ଗ୍ରାମବାସୀମାନେ ଗାଡି ଦୁଇଟିକୁ ଅଟକ ରଖିଛନ୍ତି ।
ସୂଚନା ଅନୁସାରେ, ନିରଞ୍ଜନ ଘରେ ସ୍ତ୍ରୀଙ୍କ ସହ ବସି ଟିଭି ଦେଖୁଥିବା ବେଳେ ଦୁଇ ଜଣ ଆସି କବାଟ ବାଡେଇଥିଲେ । କବାଟ ଖୋଲିବାରୁ ମାଛ ଜାଆଁଳ ନେବା କଥା କହିଲେ । ସେ କବାଟ ଖୋଲିବାରୁ ସଙ୍ଗେ ସଙ୍ଗେ ଚାରିଜଣ ବନ୍ଧୁକଧାରୀ ତାଙ୍କୁ କାବୁ କରିବା ସହ ଏକ ଘରେ ତାଲା ପକାଇ ଡକାୟତି କରୁଥିବା ବେଳେ କୌଣସି ସୂତ୍ରରୁ ଗ୍ରାମବାସୀ ଖବର ପାଇ ପୋଲିସକୁ ଖବର ଦେଇଥିଲେ । ୧୫ ଭରି ସୁନା, ରୂପା ଗହଣା ସହ ୬୦ ହଜାର ଟଙ୍କା ଲୁଟି ନେଇଛନ୍ତି ବୋଲି ନିରଞ୍ଜନ ଅଭିଯୋଗ କରିଛନ୍ତି । ସେମାନେ ଛାଡି ଯାଇଥିବା ଦୁଇଟି ବାଇକକୁ ପୋଲିସ ଜବତ କରିଛି ।
Powered by Froala Editor