Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, November 24, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭିଏଏମଏଲ କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ...

  • ନେପାଳର କୋଶୀରେ ଭୂମିକମ୍ପ ଝଟକା

  • ବିଜେପି ଓ ଅକାଳୀ ଦଳ ମେଣ୍ଟ ଘୋଷଣା

  • ବ୍ରିଜା କାର୍ ଯୌତୁକ ମାଗି ଚାକିରିରୁ ...

  • ବରଙ୍କୁ ୧-୧ କୋଟି ଟଙ୍କାର ବିଶାଳ ନୋଟ୍ ମାଳ

  • ଡିସେମ୍ବର ୧୬ରେ ନିଜ ଦେଶକୁ ଫେରିବାକୁ ...

  • ଉଜବେକିସ୍ତାନର ରାଷ୍ଟ୍ରପତିଙ୍କ ଝିଅଙ୍କ ...

  • ଦିଲଜିତ୍‌ଙ୍କ କନ୍‌ସର୍ଟରେ ୪.୩୦ ଲକ୍ଷ ...

  • ୪,୦୦୦ ଅଗ୍ନିବୀରଙ୍କ ତଥ୍ୟ ଚୋରି କଲା ...

  • ଗିନିଜ୍ ବୁକ୍‌ ରେ ୱାର୍ଲ୍ଡ ରେକର୍ଡ କଲା GTA-6

ରାଜ୍ୟ
Home ›› ରାଜ୍ୟ ››ଭାରତର ଯୁବଶକ୍ତି ନିଜ ଜ୍ଞାନ ଓ ଊର୍ଜାର ସଦୁପଯୋଗ କରି ବିକଶିତ ଭାରତ ନିର୍ମାଣରେ ନିଜ ଭୂମିକା ନିର୍ବାହ କରିବେ: ରାଷ୍ଟ୍ରପତି

ଭାରତର ଯୁବଶକ୍ତି ନିଜ ଜ୍ଞାନ ଓ ଊର୍ଜାର ସଦୁପଯୋଗ କରି ବିକଶିତ ଭାରତ ନିର୍ମାଣରେ ନିଜ ଭୂମିକା ନିର୍ବାହ କରିବେ: ରାଷ୍ଟ୍ରପତି

2026-08-04 06:13:11
15385
Share:
Facebook
Twitter
E-Mail
WhatsApp
Telegram
ଭାରତର ଯୁବଶକ୍ତି ନିଜ ଜ୍ଞାନ ଓ ଊର୍ଜାର ସଦୁପଯୋଗ କରି ବିକଶିତ ଭାରତ ନିର୍ମାଣରେ ନିଜ ଭୂମିକା ନିର୍ବାହ କରିବେ: ରାଷ୍ଟ୍ରପତି

କଟକ: ଶିକ୍ଷା କେବଳ ଜ୍ଞାନ ଅର୍ଜନର ମାଧ୍ୟମ ନୁହେଁ ବରଂ ବ୍ୟକ୍ତିତ୍ୱ ଗଠନ, ସାମାଜିକ ପରିବର୍ତ୍ତନ ଏବଂ ରାଷ୍ଟ୍ରର ସମୃଦ୍ଧ ଭବିଷ୍ୟତ ନିର୍ମାଣର ଭିତ୍ତିପ୍ରସ୍ତର ବା ମୂଳଦୁଆ ଅଟେ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି । କଟକ ଜିଲା ବାଙ୍କୀ ବାଆଁରା ଠାରେ ସ୍ଥାପିତ ଜଗତ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟକୁ ସୋମବାର ଉଦ୍‌ଘାଟନ କରିବା ଅବସରରେ ରାଷ୍ଟ୍ରପତି କହିଲେ, କୃପାଳୁଜୀ ମହାରାଜଙ୍କ ଜନକଲ୍ୟାଣକାରୀ ଚିନ୍ତାଧାରାକୁ ସାଧାରଣ କରିବା ଦିଗରେ ଉତ୍ତମ ପ୍ରୟାସ । ଯେଉଁମାନଙ୍କ ଅବଦାନ ରହିଛି ସେମାନଙ୍କୁ ସାଧୁବାଦ ଜଣାଉଛି । ଜ୍ଞାନ, ସଂସ୍କୃତି, ଆଧ୍ୟାତ୍ମିକତା ଓ ସେବାର ସମୃଦ୍ଧ ପରମ୍ପରା ଓଡ଼ିଶା ମାଟିର ବୈଶିଷ୍ଟ୍ୟ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ପୁଣ୍ୟଭୂମି ଯୁଗେ ଯୁଗେ ସମନ୍ବୟ, କରୁଣା ଓ ମାନବକଲ୍ୟାଣର ବାର୍ତ୍ତା ଦେଇଆସିଛି। ଜନସେବା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରକୁ କଟକର ଅବଦାନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଓ ପ୍ରେରଣାଦାୟକ। ଏପରି ଐତିହାସିକସ୍ଥଳରେ ପ୍ରତିଷ୍ଠିତ ଏହି ବିଶ୍ୱବିଦ୍ୟାଳୟ ଭାରତର ପ୍ରାଚୀନ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ପରମ୍ପରାକୁ ଆଧୁନିକ ଶିକ୍ଷା ସହ ଯୋଡ଼ି ସମାଜ ଓ ରାଷ୍ଟ୍ରର ସେବା ନିମନ୍ତେ ଶକ୍ତିଶାଳୀ ମାଧ୍ୟମ ହେବ। ଏହି ବିଶ୍ୱବିଦ୍ୟାଳୟର ନୀତି ନିର୍ଦ୍ଧାରଣକାରୀମାନେ ବଞ୍ଚତ୍ତବର୍ଗ, ଜନଜାତି ଓ ବାଳିକାମାନଙ୍କ ଶିକ୍ଷାକୁ ଅଗ୍ରାଧିକାର ଦେବେ ବୋଲି ସେ ଆଶାବାଦୀ ଥିବା ରାଷ୍ଟ୍ରପତି କହିଛନ୍ତି।
ରାଷ୍ଟ୍ରପତି ଆହୁରି କହିଛନ୍ତି, ବିଶ୍ୱବିଦ୍ୟାଳୟରେ ଏପରି ବାତାବରଣ ରହିବା ଆବଶ୍ୟକ ଯେଉଁଠି ଯୁବବର୍ଗ ନିଜ ପ୍ରତିଭାର ପୂର୍ଣ୍ଣ ବିକାଶ କରିପାରିବେ। ଭାରତର ଯୁବଶକ୍ତି ନିଜ ବିବେକ, ଜ୍ଞାନ ଓ ଊର୍ଜାର ସଦୁପଯୋଗ କରି ବିକଶିତ ଭାରତ ନିର୍ମାଣରେ ନିଜ ଭୂମିକା ନିର୍ବାହ କରିବେ ବୋଲି ରାଷ୍ଟ୍ରପତି କହିଛନ୍ତି। ଏହି ବିଶ୍ୱବିଦ୍ୟାଳୟ ନିଜର ଯାତ୍ରାର ଶୁଭାରମ୍ଭ ଆଜି କରିଛି। ଏହି ବିଶ୍ୱବିଦ୍ୟାଳୟରେ ଗବେଷଣା, ଉଦ୍ଭାବନ ସହିତ ଔଦ୍ୟୋଗିକ ଶିକ୍ଷାକୁ ଗୁରୁତ୍ୱ ଦିଆଯିବ। ବିଦ୍ୟାର୍ଥୀମାନଙ୍କ ସାଂସ୍କୃତିକ, ଆଧ୍ୟତ୍ମିକ ଜ୍ଞାନର ବିକାଶ ପ୍ରତି ଗୁରୁତ୍ୱାରୋପ କରାଯିବ। ବିଶ୍ୱବିଦ୍ୟାଳୟ କୁଶଳି ମାନବସମ୍ବଳ ବିକାଶ ସହ ଉଦ୍ୟୋଗୀମାନଙ୍କୁ ତିଆରି କରିବ ଯେଉଁମାନେ ବିକଶିତ ଭାରତ ତଥା ଓଡ଼ିଶା ଲକ୍ଷ୍ୟପ୍ରାପ୍ତିରେ ଯୋଗଦାନ ଦେବେ ବୋଲି ରାଷ୍ଟ୍ରପତି ଆଶାବ୍ୟକ୍ତ କରିଛନ୍ତି। ଏହି ବିଶ୍ୱବିଦ୍ୟାଳୟ ଜ୍ଞାନ, ଅନୁସନ୍ଧାନ ଓ ନୂତନ ଜ୍ଞାନ କେନ୍ଦ୍ର ହେବ। ଏହା କେବଳ ଓଡ଼ିଶା ନୁହେଁ ପୂରା ଦେଶରେ ଯୁବଗୋଷ୍ଠୀ ନିର୍ମାଣର ପ୍ରତିଷ୍ଠାନ ହେବ ବୋଲି ରାଷ୍ଟ୍ରପତି ଦୋହରାଇ ଥିଲେ।
ଏହି ଅବସରରେ ଓଡ଼ିଶାର ରାଜ୍ୟପାଳ ଡ. ହରିବାବୁ କମ୍ଭମ୍‌ପାଟି କହିଲେ, ଜଗତ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟରେ ସାଇବର ସିକ୍ୟୁରିଟି, ହେଲ୍‌ଥକେୟାର ସାଇନ୍ସ, ମାଇଣ୍ଡ ମ୍ୟାନେଜମେଣ୍ଟ, ଯୋଗଶିକ୍ଷା ଆଦି ସମେତ ନୈତିକ ମୂଲ୍ୟବୋଧ ମାଧ୍ୟମରେ ଯୁବଶକ୍ତିକୁ ତ୍ୱରିତ ଅତ୍ୟାଧୁନିକ ଜ୍ଞାନ ବିତରଣ କରିବାରେ ସହାୟକ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଲେ, କୃପାଳୁ ମହାରାଜ ଥିଲେ ଜଣେ ଯୁଗ ପ୍ରବର୍ତ୍ତକ। ତାଙ୍କର ଅଗାଧ ଶାସ୍ତ୍ରଜ୍ଞାନ, ମାନବ କଲ୍ୟାଣକାରୀ ଦର୍ଶନ ପ୍ରତ୍ୟେକ ନାଗରିକକୁ ସାମାଜିକ ଦାୟିତ୍ୱବୋଧର ଶିକ୍ଷା ପ୍ରଦାନ କରିଥାଏ। ଏହି ବିଶ୍ୱବିଦ୍ୟାଳୟ ଭାରତୀୟ ମୂଲ୍ୟବୋଧ ଓ ସନାତନ ଆଦର୍ଶ ଉପରେ ପ୍ରତିଷ୍ଠିତ। ଏହା କୃତ୍ରିମ ବୁଦ୍ଧିମତ୍ତା, ସ୍ବାସ୍ଥ୍ୟ ବିଜ୍ଞାନ, ବିଜ୍‌ନେସ ମ୍ୟାନେଜମେଣ୍ଟ ଆଦିରେ ଆଧ୍ୟାତ୍ମିକତାର ସମନ୍ବୟ ରକ୍ଷା କରିପାରିଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଞ୍ଚାସୀନ ଥିଲେ। ବିଶ୍ୱବିଦ୍ୟାଳୟର ସଂସ୍ଥାପକ ତଥା ଅଧ୍ୟକ୍ଷ ବିଶ୍ୱପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ସ୍ବାମୀ ମୁକୁନ୍ଦାନନ୍ଦଜୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।

Powered by Froala Editor

Tags Droupadi murmu

Related articles Odisha News Lens 4.1

  • ଗିନିଜ୍ ବୁକ୍‌ ରେ ୱାର୍ଲ୍ଡ ରେକର୍ଡ କଲା GTA-6
    ଦେଶ-ଦେଶାନ୍ତର

    ଗିନିଜ୍ ବୁକ୍‌ ରେ ୱାର୍ଲ୍ଡ ରେକର୍ଡ କଲା GTA-6

    14702
    Nov 23, 2026
  • ବରଙ୍କୁ ୧-୧ କୋଟି ଟଙ୍କାର ବିଶାଳ ନୋଟ୍ ମାଳ
    ଦେଶ-ଦେଶାନ୍ତର

    ବରଙ୍କୁ ୧-୧ କୋଟି ଟଙ୍କାର ବିଶାଳ ନୋଟ୍ ମାଳ

    15624
    Nov 24, 2026
  • ବ୍ରିଜା କାର୍ ଯୌତୁକ  ମାଗି ଚାକିରିରୁ ନିଲମ୍ବିତ ହେଲେ ପୁଲିସ କନଷ୍ଟେବଳ
    ଦେଶ-ଦେଶାନ୍ତର

    ବ୍ରିଜା କାର୍ ଯୌତୁକ ମାଗି ଚାକିରିରୁ ନିଲମ୍ବିତ ହେଲେ ପୁଲିସ କନଷ୍ଟେବଳ

    14534
    Nov 24, 2026
  • ବିଜେପି ଓ ଅକାଳୀ ଦଳ ମେଣ୍ଟ ଘୋଷଣା
    ଦେଶ-ଦେଶାନ୍ତର

    ବିଜେପି ଓ ଅକାଳୀ ଦଳ ମେଣ୍ଟ ଘୋଷଣା

    14742
    Nov 24, 2026
  • ଡିସେମ୍ବର ୧୬ରେ ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି ଶେଖ୍ ହସିନା
    ଦେଶ-ଦେଶାନ୍ତର

    ଡିସେମ୍ବର ୧୬ରେ ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି ଶେଖ୍ ହସିନା

    15308
    Nov 24, 2026
  • ୪,୦୦୦ ଅଗ୍ନିବୀରଙ୍କ ତଥ୍ୟ ଚୋରି କଲା ନାବାଳକ
    ଦେଶ-ଦେଶାନ୍ତର

    ୪,୦୦୦ ଅଗ୍ନିବୀରଙ୍କ ତଥ୍ୟ ଚୋରି କଲା ନାବାଳକ

    14722
    Nov 23, 2026
  • ଭିଏଏମଏଲ କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଗ୍ରାମୀଣ ସ୍ୱାସ୍ଥ୍ୟସେବାକୁ ଆଗେଇ ...
    ବାଣିଜ୍ୟ

    ଭିଏଏମଏଲ କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଗ୍ରାମୀଣ ସ୍ୱାସ୍ଥ୍ୟସେବାକୁ ଆଗେଇ ...

    15288
    Nov 24, 2026
  • ଉଜବେକିସ୍ତାନର ରାଷ୍ଟ୍ରପତିଙ୍କ ଝିଅଙ୍କ ଭାରତୀୟ ଅଭ୍ୟର୍ଥନା
    ଦେଶ-ଦେଶାନ୍ତର

    ଉଜବେକିସ୍ତାନର ରାଷ୍ଟ୍ରପତିଙ୍କ ଝିଅଙ୍କ ଭାରତୀୟ ଅଭ୍ୟର୍ଥନା

    13730
    Nov 24, 2026
  • ଦିଲଜିତ୍‌ଙ୍କ କନ୍‌ସର୍ଟରେ ୪.୩୦ ଲକ୍ଷ ଟଙ୍କାର ଫୋନ୍ ଚୋରି
    ଦେଶ-ଦେଶାନ୍ତର

    ଦିଲଜିତ୍‌ଙ୍କ କନ୍‌ସର୍ଟରେ ୪.୩୦ ଲକ୍ଷ ଟଙ୍କାର ଫୋନ୍ ଚୋରି

    14798
    Nov 24, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବିଜେପି ଓ ଅକାଳୀ ଦଳ ମେଣ୍ଟ ଘୋଷଣା

    14742
    Nov 24, 2026
  • ବାଣିଜ୍ୟ

    ଭିଏଏମଏଲ କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଗ୍ରାମୀଣ ସ୍ୱାସ୍ଥ୍ୟସେବାକୁ ଆଗେଇ ନେଉଛି

    15288
    Nov 24, 2026
  • ଦେଶ-ଦେଶାନ୍ତର

    ଉଜବେକିସ୍ତାନର ରାଷ୍ଟ୍ରପତିଙ୍କ ଝିଅଙ୍କ ଭାରତୀୟ ଅଭ୍ୟର୍ଥନା

    13730
    Nov 24, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17311
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    18013
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17969
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18383
    Sep 06, 2023

ବିଶେଷ

  • ଛୋଟପିଲାଙ୍କ ମଧୁମେହ ଲକ୍ଷଣ ଜାଣନ୍ତୁ ଏମିତି....

    15513
    Nov 18, 2026
  • ଶୀତଦିନେ ଏମିତି କରନ୍ତୁ ମେକ୍ଅପ୍

    14914
    Nov 14, 2026
  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    14547
    Nov 09, 2026
  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍

    15887
    Nov 08, 2026
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    14666
    Nov 07, 2026

ବାଣିଜ୍ୟ

ଭିଏଏମଏଲ କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଗ୍ରାମୀଣ ସ୍ୱାସ୍ଥ୍ୟସେବାକୁ ଆଗେଇ ନେଉଛି

ଭୁବନେଶ୍ୱର :ସୀମିତ ଚିକିତ୍ସା ଭିତ୍ତିଭୂମି ଏବଂ ସ୍ୱାସ୍ଥ୍ୟ ସଚେତନତା ଅଭାବ ଯୋଗୁଁ ଅନେକ ଗ୍ରାମାଞ୍ଚଳରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ହୋଇ ରହିଛି। ଏହାର ସମାଧାନ ପାଇଁ ...

  • ମାସକରେ କମିଲାଣି ୨୧ ହଜାର ସୁନା

    16050
    Nov 21, 2026
  • ଭିଏଏମ୍ଏଲ୍ ସିଜିମାଳି ବକ୍ସାଇଟ୍ ଖଣି ପକ୍ଷରୁ କର୍କଟ ଚିହ୍ନଟ ଶିବିର ଆୟୋଜିତ, କଳାହାଣ୍ଡି ଓ ରାୟଗଡ଼ାର ୩୫୦ରୁ ଅଧିକ ଗୋଷ୍ଠୀ ସଦସ୍ୟ ଉପକୃତ

    15787
    Nov 20, 2026
  • ନିବେଶକଙ୍କ ଖୁସି : ଅଟୋ, ବ୍ୟାଙ୍କିଙ୍ଗ୍ ଓ କଞ୍ଜ୍ୟୁମର ସେକ୍ଟରରେ ଜବରଦସ୍ତ ଉତ୍ସାହ

    14106
    Nov 20, 2026
  • ଖରିଫ ସମ୍ପର୍କିତ ଶିକ୍ଷା ଆହରଣର ସମୀକ୍ଷା ଓ ଜଳବାୟୁ-ସହନଶୀଳ ରବି ଋତୁ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପୁରୀରେ ଅନୁଷ୍ଠିତ ତୃତୀୟ ଡିଏଲ୍‌ସିସି ବୈଠକରେ ସାତଟି ଲାଇନ୍‌ ବିଭାଗ ଓ କେଭିକେ ଯୋଗଦେଲେ

    15748
    Nov 18, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବ୍ରିଜା କାର୍ ଯୌତୁକ ମାଗି ଚାକିରିରୁ ନିଲମ୍ବିତ ହେଲେ ପୁଲିସ କନଷ୍ଟେବଳ

    14534
    Nov 24, 2026
  • ଡିସେମ୍ବର ୧୬ରେ ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି ଶେଖ୍ ହସିନା

    15308
    Nov 24, 2026
  • ବିଜେପି ଓ ଅକାଳୀ ଦଳ ମେଣ୍ଟ ଘୋଷଣା

    14742
    Nov 24, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In