ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ୨ ଉଦ୍ଧାର, ୩ ଅଟକ
ରାଉରକେଲା: ରାଉରକେଲାର ରଘୁନାଥପାଲି ଥାନା ଅନ୍ତର୍ଗତ ସିଭିଲଟାଉନସିପ୍ ସ୍ଥିତ ଏକ ଘରେ ଚାଲିଥିଲା ସେକ୍ସ ରାକେଟ । ରବିବାର ସନ୍ଧ୍ୟାରେ ସେହି ଘରେ ପୁଲିସ୍ ଚଢ଼ଉ କରି ୨ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ୩ ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।
ସୂଚନା ମୁତାବକ, ଜଣେ ମହିଳା ସିଭିଲଟାଉନସିପ୍ର ଏକ ଘର ଭଡ଼ା ନେଇ ଚଳାଇଥିଲେ ସେକ୍ସ ରାକେଟ୍। ରଘୁନାଥପାଲି ଥାନାରେ ଏନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ। ଗତକାଲି ସନ୍ଧ୍ୟାରେ ପୁଲିସ ଏକ ଟିମ୍ ହଠାତ୍ ସେହି ଭଡ଼ା ଘରେ ଚଢ଼ାଉ କରିଥିଲା। ସେହି ସମୟ ଅସଞ୍ଜତ ଅବସ୍ଥାରେ ୨ ଯୁବତୀଙ୍କ ସମେତ ୩ ଯୁବକଙ୍କୁ ଧରିଥିଲା ପୁଲିସ। ପୁଲିସ୍ ଏ ନେଇ ଘଟଣାର ତଦନ୍ତ ଚଳାଇଛି।
Powered by Froala Editor