Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, October 24, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ବିଶ୍ରାମ ...

  • ୨୩୮ ଜଣ ଭାରତୀୟ କଏଦୀ ଅଛନ୍ତି ବାଂଲାଦେଶ ...

  • ଆମେରିକାରେ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ...

  • ଛାତ୍ର ଆତ୍ମହତ୍ୟା ରୋକିବ ...

  • ଦଶହରା ପରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ...

  • ଅମିତାଭଙ୍କ ବାସଭବନ ‘ଜଲସା’କୁ ଆକ୍ରମଣ ଧମକ

  • ଜିଓ ଆଇପିଓ ଆବେଦନ ସଂଖ୍ୟା କୋଟିଏ ଟପିଲା

  • ଏହି ରଙ୍ଗର ଜୋତା ପିନ୍ଧିଲେ ସୌଭାଗ୍ୟ ...

  • ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ...

  • ଇସ୍ରାଏଲର ସ୍ୱାଧୀନତା ଦିବସ ସମାରୋହରେ ...

ରାଜ୍ୟ
Home ›› ରାଜ୍ୟ ››ଯାଜପୁର ଜିଲାର ଅର୍ଦ୍ଧାଧିକ ଅଞ୍ଚଳକୁ ଜଳମଗ୍ନ କରିଦେଇଛି ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ଉଛୁଳା ପାଣି

ଯାଜପୁର ଜିଲାର ଅର୍ଦ୍ଧାଧିକ ଅଞ୍ଚଳକୁ ଜଳମଗ୍ନ କରିଦେଇଛି ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ଉଛୁଳା ପାଣି

2026-07-31 08:00:15
15421
Share:
Facebook
Twitter
E-Mail
WhatsApp
Telegram
ଯାଜପୁର ଜିଲାର ଅର୍ଦ୍ଧାଧିକ ଅଞ୍ଚଳକୁ ଜଳମଗ୍ନ କରିଦେଇଛି ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ଉଛୁଳା ପାଣି

ଯାଜପୁର : ବୈତରଣୀ ଓ ଏହାର ଶାଖା ନଦୀ କାଣୀର ବନ୍ୟାଜଳ ଦାଉ ସାଧିଥିବା ବେଳେ ଗୁରୁବାରଠାରୁ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ଉଛୁଳା ପାଣି ଯାଜପୁର ଜିଲାର ଅର୍ଦ୍ଧାଧିକ ଅଞ୍ଚଳକୁ ଜଳମଗ୍ନ କରିଦେଇଛି। ଜିଲାର ସୁକିନ୍ଦା ଓ ଦାନଗଦି ବ୍ଲକକୁ ଛାଡ଼ି ଦଶରଥପୁର, ବିଞ୍ଝାରପୁର, ଯାଜପୁର, ବରୀ, ରସୁଲପୁର, କୋରେଇ, ଧର୍ମଶାଳା ଓ ବଡ଼ଚଣା ଭଳି ୮ଟି ବ୍ଲକ ଏବଂ ଯାଜପୁର ପୌରାଞ୍ଚଳର ଜନସାଧାରଣ ବନ୍ୟା ଯୋଗୁଁ ଚରମ ଦୁର୍ଦ୍ଦଶା ଭୋଗୁଛନ୍ତି। ଅପରପକ୍ଷରେ ବନ୍ୟା ଯୋଗୁଁ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି, ଯାଜପୁର ଜିଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ୩୧ ତାରିଖ ଶୁକ୍ରବାର ଓ ଅଗଷ୍ଟ ୧ ତାରିଖ ଶନିବାର ଦିନ ବନ୍ଦ ରଖାଯାଇଛି। ଜିଲାପାଳ ଗୁରୁବାର ସନ୍ଧ୍ୟାରେ ଏନେଇ ଘୋଷଣା କରିଛନ୍ତି।
ସରକାରୀ ଆକଳନ ଅନୁଯାୟୀ, ଜିଲାର ୯୭ଟି ଗ୍ରାମପଞ୍ଚାୟତର ୨୭୫ଟି ଗ୍ରାମ ଓ ଯାଜପୁର ମ୍ୟୁନିସିପାଲିଟିର ଗୋଟିଏ ୱାର୍ଡର ମୋଟ ୧ ଲକ୍ଷ ୩୭ ହଜାର ୧୦ ଜଣ ଲୋକ ବନ୍ୟାରେ ସିଧାସଳଖ ପ୍ରଭାବିତ ହୋଇଛନ୍ତି। ବରୀ ବ୍ଲକ ବାଙ୍କସାହିଠାରେ ବ୍ରାହ୍ମଣୀ ନଦୀବନ୍ଧରେ ୧୦୦ ଫୁଟର ଘାଇ ସୃଷ୍ଟି ହୋଇଥିବା ବେଳେ ଚନ୍ଦନପୁର ଓ ଅରୁଆଳଠାରେ ୩ଟି ଘାଇ ହୋଇଛି। ସେହିପରି ବ୍ରାହ୍ମଣୀର ବନ୍ୟାଜଳ ବଡ଼ଚଣା ବ୍ଲକର ଚାରିନଙ୍ଗଳ, ଗୋପାଳପୁର, ମଝିପଡ଼ା, ପତରାଜପୁର, ବାଲିଚନ୍ଦ୍ରପୁର ଓ ମାଣ୍ଡୁକା ପଞ୍ଚାୟତକୁ ଜଳମଗ୍ନ କରିଛି। କୋରେଇ ବ୍ଲକର ଗୋଳେଇପୁର, ବଡ଼ବିରୁହାଁ, ତଣ୍ଡରା, ଯାଜପୁର ବ୍ଲକର ଝାଲପଡ଼ା, ବୈତରଣୀ ବନ୍ୟାରେ କସପା, ବଙ୍ଗାଳିସାହି, ତରପଦା, ମଲ୍ଲିକାପୁର, କୟାଁ, କମାରଡିହ, କଟିକଟା ଏବଂ ରସୁଲପୁର ବ୍ଲକର କୁଜିବର ଅଞ୍ଚଳରେ ହଜାର ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି।
ଏହି ବନ୍ୟାରେ ଜିଲାର ପ୍ରାୟ ୨୦, ୨୦୬.୩ ହେକ୍ଟର ଚାଷଜମି ବୁଡ଼ି ରହିଥିବାରୁ ବ୍ୟାପକ ଫସଲ ନଷ୍ଟ ହୋଇଛି। ସେହିପରି ୫୨, ୮୩୫ଟି ଗୃହପାଳିତ ପଶୁ ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ହୋଇଛନ୍ତି।

ପ୍ରଶାସନ ପକ୍ଷରୁ ବନ୍ୟାଞ୍ଚଳରୁ ୩୫, ୫୭୨ ଜଣଙ୍କୁ ଉଦ୍ଧାର କରାଯାଇ ୧୦୮ଟି ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ୯୧ଟି ରିଲିଫ୍ ସେଣ୍ଟର ମାଧ୍ୟମରେ ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଛି। ଏଥିମଧ୍ୟରେ ୨୯୮.୮୩ କ୍ୱିଣ୍ଟାଲ୍ ଚୁଡ଼ା, ୪୪.୧୩ କ୍ୱିଣ୍ଟାଲ୍ ଗୁଡ଼, ୭୫ କେଜି ମୁଢ଼ି, ୩୦୦ ପ୍ୟାକେଟ୍ ବିସ୍କୁଟ, ମହମବତି ଓ ଦିଆସିଲି ସହ ୧୬ଟି ପଲିଥିନ୍ ରୋଲ୍ ବଣ୍ଟନ କରାଯାଇଥିବା ପ୍ରଶାସନ ସୂତ୍ରରୁ ପ୍ରକାଶ। ସେହିପରି ସ୍ୱାସ୍ଥ୍ୟ ସେବା ପାଇଁ ୮ଟି ମେଡିକାଲ ଦଳ, ୪ଟି ପ୍ରାଣୀ ଚିକିତ୍ସା ଦଳ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଗୋଟିଏ ଏନଡିଆରଏଫ, ୪ଟି ଓଡ୍ରାଫ ଓ ୧୨ଟି ଅଗ୍ନିଶମ ସେବା ଦଳ ନିୟୋଜିତ ଅଛନ୍ତି।

ଅତିରିକ୍ତ ଜିଲାପାଳ ଯୁଧିଷ୍ଠିର ନାଏକଙ୍କୁ ଦଶରଥପୁର ବ୍ଲକ, ଅତିରିକ୍ତ ଜିଲାପାଳ (ରାଜସ୍ବ) ଶିବାନନ୍ଦ ସ୍ବାଇଁଙ୍କୁ ବରୀ ବ୍ଲକ, ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲା ପରିଷଦ ଲମ୍ବୋଦର ଖୁଣ୍ଟିଆଙ୍କୁ ବିଞ୍ଝାରପୁର ବ୍ଲକ, ଉପ ଜିଲାପାଳ ତାପସ ରଞ୍ଜନ ଦେହୁରୀଙ୍କୁ ରସୁଲପୁର ଓ ଧର୍ମଶାଳା ବ୍ଲକ, କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସପନ କୁମାର ନନ୍ଦଙ୍କୁ କୋରେଇ, ଦାନଗଦି ଓ ସୁକିନ୍ଦା ବ୍ଲକ ସହିତ ବ୍ୟାସନଗର ମ୍ୟୁନିସିପାଲିଟି ଦାୟିତ୍ୱ ଦିଆଯାଇଛି। ସେହିପରି ଅତିରିକ୍ତ ଉପ ଜିଲାପାଳ, ପଲ୍ଲବୀ ରାଣୀ ରାଜଙ୍କୁ ବଡ଼ଚଣା ବ୍ଲକ ଓ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲା ପରିଷଦ ଦେବୀ ପ୍ରସାଦ ମହାନ୍ତିଙ୍କୁ ଯାଜପୁର ମ୍ୟୁନିସିପାଲିଟିର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରି ଉଦ୍ଧାର କାର୍ଯ୍ୟର ତଦାରଖ କରିବା ନିମନ୍ତେ ନିୟୋଜିତ କରାଯାଇଛି।

Powered by Froala Editor

Tags Flood

Related articles Odisha News Lens 4.1

  • ୨୩୮ ଜଣ ଭାରତୀୟ କଏଦୀ ଅଛନ୍ତି ବାଂଲାଦେଶ ଜେଲରେ
    ଦେଶ-ଦେଶାନ୍ତର

    ୨୩୮ ଜଣ ଭାରତୀୟ କଏଦୀ ଅଛନ୍ତି ବାଂଲାଦେଶ ଜେଲରେ

    13807
    Oct 24, 2026
  •  ଏହି ରଙ୍ଗର ଜୋତା ପିନ୍ଧିଲେ ସୌଭାଗ୍ୟ ପାଲଟିଯାଏ ଦୁର୍ଭାଗ୍ୟ
    ବିଶେଷ

    ଏହି ରଙ୍ଗର ଜୋତା ପିନ୍ଧିଲେ ସୌଭାଗ୍ୟ ପାଲଟିଯାଏ ଦୁର୍ଭାଗ୍ୟ

    15265
    Oct 23, 2026
  • ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ...
    ବାଣିଜ୍ୟ

    ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ...

    14543
    Oct 23, 2026
  • ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ବିଶ୍ରାମ ନେଲେ ଅମିତାଭ, ପ୍ରଶଂସକଙ୍କୁ କହିଲେ ଏହା...
    ଦେଶ-ଦେଶାନ୍ତର

    ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ବିଶ୍ରାମ ନେଲେ ଅମିତାଭ, ପ୍ରଶଂସକଙ୍କୁ କହିଲେ ଏହା...

    14285
    Oct 24, 2026
  • ଛାତ୍ର ଆତ୍ମହତ୍ୟା ରୋକିବ ଆଣ୍ଟି-ସୁଇସାଇଡ୍ ଫ୍ୟାନ୍
    ଦେଶ-ଦେଶାନ୍ତର

    ଛାତ୍ର ଆତ୍ମହତ୍ୟା ରୋକିବ ଆଣ୍ଟି-ସୁଇସାଇଡ୍ ଫ୍ୟାନ୍

    14683
    Oct 24, 2026
  • ଜିଓ ଆଇପିଓ ଆବେଦନ ସଂଖ୍ୟା କୋଟିଏ ଟପିଲା
    ବାଣିଜ୍ୟ

    ଜିଓ ଆଇପିଓ ଆବେଦନ ସଂଖ୍ୟା କୋଟିଏ ଟପିଲା

    14831
    Oct 24, 2026
  • ଇସ୍ରାଏଲର ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବାକୁ ମୋଦୀଙ୍କୁ ନିମନ୍ତ୍ରଣ କଲେ ...
    ଦେଶ-ଦେଶାନ୍ତର

    ଇସ୍ରାଏଲର ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବାକୁ ମୋଦୀଙ୍କୁ ନିମନ୍ତ୍ରଣ କଲେ ...

    13824
    Oct 23, 2026
  • ଆମେରିକାରେ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଗିରଫ
    ଦେଶ-ଦେଶାନ୍ତର

    ଆମେରିକାରେ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଗିରଫ

    15445
    Oct 24, 2026
  • ଅମିତାଭଙ୍କ ବାସଭବନ ‘ଜଲସା’କୁ ଆକ୍ରମଣ ଧମକ
    ମନୋରଞ୍ଜନ

    ଅମିତାଭଙ୍କ ବାସଭବନ ‘ଜଲସା’କୁ ଆକ୍ରମଣ ଧମକ

    14212
    Oct 24, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବାଣିଜ୍ୟ

    ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

    14543
    Oct 23, 2026
  • ଦେଶ-ଦେଶାନ୍ତର

    ଦଶହରା ପରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବୃଦ୍ଧି

    14228
    Oct 24, 2026
  • ବାଣିଜ୍ୟ

    ଜିଓ ଆଇପିଓ ଆବେଦନ ସଂଖ୍ୟା କୋଟିଏ ଟପିଲା

    14831
    Oct 24, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17212
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17910
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17853
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18277
    Sep 06, 2023

ବିଶେଷ

  • ଏହି ରଙ୍ଗର ଜୋତା ପିନ୍ଧିଲେ ସୌଭାଗ୍ୟ ପାଲଟିଯାଏ ଦୁର୍ଭାଗ୍ୟ

    15265
    Oct 23, 2026
  • ଏପରି କଲେ ଛାଡି ପଳେଇବେ ମା' ଲକ୍ଷ୍ମୀ

    15607
    Oct 23, 2026
  • ଏହି ପାଣି ପିଅନ୍ତୁ ରହିବ ପେଟ ଥଣ୍ଡା

    15054
    Oct 18, 2026
  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....

    15519
    Oct 16, 2026
  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14854
    Oct 06, 2026

ବାଣିଜ୍ୟ

ଜିଓ ଆଇପିଓ ଆବେଦନ ସଂଖ୍ୟା କୋଟିଏ ଟପିଲା

ଭାରତୀୟ ସେୟାର ବଜାର ଇତିହାସରେ ପ୍ରଥମ ଥର ପାଇଁ ଜିଓ ଆଇପିଓ ପାଇଁ ଆବେଦନ ସଂଖ୍ୟା ୧ କୋଟି ଅତିକ୍ରମ କରିଛି। ଜିଓ ପ୍ଲାଟଫର୍ମ୍ସର ୩୦,୨୧୩ କୋଟି ଟଙ୍କାର ଆଇପିଓ ଶୁକ୍ରବାର ତୃତୀୟ ତଥା ଶେଷ ଦିନରେ ଏହି ରେକର୍ଡ ସୃଷ୍ଟି କରିଛି। ନିବେଶକଙ୍କ ଅଭୂତପୂର୍ବ ଉତ୍ସାହ ମଧ୍ୟରେ ଆଇପିଓ ମୋଟ ୬.୮୯ ଗୁଣ ସବସ୍କ୍ରାଇବ୍ ହୋଇସାରିଛି। ...

  • ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

    14543
    Oct 23, 2026
  • ମହଙ୍ଗା ହେବ ତେଲ, ଅଶୋଧିତ ତୈଳ ବ୍ୟାରେଲ୍‌ ପିଛା ୧୪୦ ଡଲାର ଛୁଇଁବ

    15164
    Oct 22, 2026
  • ହମାରା ବଚ୍‌ପନ ଟ୍ରଷ୍ଟ ରଜୋନିବୃତ୍ତି ଦିବସ ୨୦୨୬ ପାଳନ କରିବାକୁ ଓଡ଼ିଶା ଓ ମଧ୍ୟପ୍ରଦେଶରେ ୨୫ଟି ସମ୍ପ୍ରଦାୟରେ ୧୦୦୦ରୁ ଅଧିକ ମହିଳାଙ୍କ ନିକଟରେ ପହଞ୍ଚିଲା

    14419
    Oct 21, 2026
  • ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ କରୁଛି ବେଦାନ୍ତ ଆଲୁମିନିୟମ୍

    14612
    Oct 16, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଜିଓ ଆଇପିଓ ଆବେଦନ ସଂଖ୍ୟା କୋଟିଏ ଟପିଲା

    14831
    Oct 24, 2026
  • ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ବିଶ୍ରାମ ନେଲେ ଅମିତାଭ, ପ୍ରଶଂସକଙ୍କୁ କହିଲେ ଏହା...

    14285
    Oct 24, 2026
  • ୨୩୮ ଜଣ ଭାରତୀୟ କଏଦୀ ଅଛନ୍ତି ବାଂଲାଦେଶ ଜେଲରେ

    13807
    Oct 24, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In