ଆଜି ପ୍ରକାଶ ପାଇବ ସିବିଏସଇ ଦଶମ ପରୀକ୍ଷା

ଭୁବନେଶ୍ୱର : ଦୀର୍ଘଦିନ ପ୍ରତୀକ୍ଷାର ଅବସାନ ଘଟିଛି । ନିକଟରେ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଥିବାବେଳେ ଆଜି ଦଶମ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଯାଉଛି । ଦିନ ୧୨ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ ।
ଚଳିତ ବର୍ଷ କରୋନା ପାଇଁ ଦଶମ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହୋଇପାରିନଥିଲା । ଫଳରେ ନବମ ଓ ଦଶମ ପ୍ରାକ୍ଟିସ ପରୀକ୍ଷା ଆଧାରରେ ମୂଲ୍ୟାୟନ କରାଯାଇଛି ।
ଛାତ୍ରଛାତ୍ରୀମାନେ ଏସଏମଏସ ଓ ଆଇଭିଆରଏସ କଲ ଏବଂ ୱେବସାଇଟ ମାଧ୍ୟମରେ ନିଜର ପରୀକ୍ଷା ଫଳ ଜାଣିପାରିବେ । www.cbse.nic.in, www.cbse.gov.in, cbseresults.nic.in ୱେବସାଇଟରେ ନିଜର ପରୀକ୍ଷା ଫଳ ଜାଣିପାରିବେ ।
ୱେବସାଇଟର ହୋମପେଜରେ ଏକ ସ୍କି୍ରନ ଦୃଶ୍ୟମାନ ହେଉଥିବ । ଯେଉଁ ଲଙ୍ଗ ଇନ ୱିଣ୍ଡୋ ଦୃଶ୍ୟମାନ ହେବ ସେଥିରେ ରୋଲ ନମ୍ବର, ଡେଟ ଅଫ ବାର୍ଥ, ସ୍କୁଲ ନମ୍ବର, ସେଂଟର ନମ୍ବର ଓ ଆଡ଼ମିଟ କାଡର଼୍ ଆଇଡ଼ି ଦେବାକୁ ପଡ଼ିବ । ଏହା ପରେ ସବମିଟ ବଟନରେ କ୍ଲିକ କଲେ ରେଜଲ୍ଟ ଜାଣି ହେବ ।
Powered by Froala Editor