ଅଣ୍ଡା କମିଲା ବେଳକୁ ବଢ଼ିଲାଣି ପାଉଁରୁଟି ଦାମ୍
ଅଣ୍ଡା ଦର ଦେଢ଼ ଟଙ୍କା କମିଛି । ନୂଆ ଦର ଅନୁସାରେ ୭.୫୦ରେ ଅଣ୍ଡା ବିକ୍ରି ହେଉଥିଲା । ନିଖିଳ ଉତ୍କଳ ଆମିଷ ବ୍ୟବସାୟୀ ସଂଘର ସଭାପତି ଶେଖ୍ ମୁନ୍ତାକିମ୍ ବକ୍ସ କହିଛନ୍ତି, ଅଣ୍ଡା କାର୍ଟୁନ ପିଛା ୨୦୦ ଟଙ୍କା କମିଛି । ନୂଆ ଦର ଅନୁସାରେ ୧୪୦୦ ଟଙ୍କା ପଡ଼ୁଛି । ହେଲେ ଏବେ ବି ବେପାରୀମାନେ ପୁରୁଣା ଦର ଦେଖାଇ ୧୪୬୦ରୁ ୧୪୮୦ ଟଙ୍କାରେ ବିକୁଛନ୍ତି । ଯାହା ଦ୍ୱାରା ଖୁଚୁରା ବଜାରରେ ଦର ଅଧିକ ରହିଛି ।
କେହି କେହି ୮ଟଙ୍କାରେ ବିକ୍ରି କରୁଥିଲେ । ହେଲେ ରାଜଧାନୀର ଅନ୍ୟ ବଜାର, ଛକରେ ଦର ସେହି ୯ଟଙ୍କା ଥିଲା । ରବିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ କାଉଁଣ୍ଟରରେ ବେପାରୀଙ୍କ ଭିଜ ଜମିଥିବାର ଦେଖିବାକୁ ମିଳିଥିଲା ।
ସେପଟେ ବଜାରରେ ମହଙ୍ଗା ହେବାକୁ ବସିଲାଣି ପାଉଁରୁଟି । ସାଧାରଣ ଲୋକଙ୍କ ଖାଦ୍ୟ ଭାବରେ ପରିଚିତ ପାଉଁରୁଟିର ଦର ଗତ ମାସକ ମଧ୍ୟରେ ଧୀରେଧୀରେ କରି ୫ଟଙ୍କା ବଢ଼ିସାରିଲାଣି। ୨୦ଟଙ୍କିଆ ପ୍ୟାକେଟ୍ ଏବେ ୨୫ ଟଙ୍କା ଓ ୪୦ ଟଙ୍କିଆ ବ୍ରାଉନ ବ୍ରେଡ୍ ୪୫ଟଙ୍କାରେ ବିକ୍ରି ହେଲାଣି । ଏହାର କାରଣ ଦେଶରେ ଗହମ ଉତ୍ପାଦନ । ଆଗକୁ ବି ପାଉଁରୁଟି ଦର ବଢ଼ିଚାଲିବ ବୋଲି ବେପାରମାନେ ଆଶଙ୍କା ପ୍ରକାଶ କରିଛନ୍ତି।
Powered by Froala Editor