ବିରଂଚି ନିଲମ୍ବିତ, ହୋଇପାରନ୍ତି ବହିଷ୍କୃତ

ଭୁବନେଶ୍ୱର : ଚାକିରୀ କରାଇବା ପାଇଁ କୋଟି କୋଟି ଟଙ୍କା ଲାଂଚ ନେଇଥିବା ଓସିଏସସି କର୍ମଚାରୀ ବିରଂଚି ନାରାୟଣ ସାହୁଙ୍କୁ ନିଲମ୍ବିତ କରାଯାଇଛି । ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କମିଶନ ସରକାରଙ୍କୁ ସୁପାରିଶ କରିଛନ୍ତି । ସମ୍ଭବତଃ ବିରଂଚିଙ୍କୁ ଚାକିରୀରୁ ବହିଷ୍କୃତ କରାଯିବ ବୋଲି କୁହାଯାଉଛି ।
ବିରଂଚି ଅନେକ ଲୋକଙ୍କ ଠାରୁ ଚାକିରୀ କରାଇବା ପାଇଁ ଲାଂଚ ନେଇଥିବା ଅଭିଯୋଗ ଆସୁଥିଲା । ତେଣୁ ତାଙ୍କ ଉପରେ ଭିଜିଲାନ୍ସ ସତର୍କ ଦୃଷ୍ଟି ରଖିଥିଲା । ଆୟ ବହିର୍ଭୂତ ସମ୍ପତି ଠୁଳ କରିଥିବା ଜାଣିବା ପରେ ଭିଜିଲାନ୍ସ ଏକ ବଡ଼ ଧରଣର ଚଢ଼ାଉ କରିଥିଲା । ଯେଉଁଥିରେ ୪ ଡିଏସପିଙ୍କ ସହ ଅନେକ ବରିଷ୍ଠ ପୁଲିସ ମଧ୍ୟ ସାମିଲ ଥିଲେ । ଚଢ଼ାଉ ବେଳେ ବିରଂଚିଙ୍କ ପାଖରେ କୋଟି କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତି ଥିବା ଜଣାପଡ଼ିଥିଲା । ୨୫ ଲକ୍ଷ ଟଙ୍କାର ନଗଦ ଟଙ୍କା ବି ଜବତ ହୋଇଥିଲା । ଭିଜିଲାନ୍ସ ବିରଂଚିକୁ ଗିରଫ କରିବା ସହ ପଚରାଉଚରା ମଧ୍ୟ କରିଥିଲା ।
Powered by Froala Editor