ତାଳଧ୍ୱଜ ଓ ଦର୍ପଦଳନ ରଥ ପହଞ୍ଚିଲା ପରେ ଭକ୍ତଙ୍କ ଜୟଧ୍ୱନିରେ ପ୍ରକମ୍ପିତ ହେଲା ଶରଧାବାଲି
ପୁରୀ: ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ପହଞ୍ଚି ସାରିଛି ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ । ଦୁଇ ରଥ ପହଞ୍ଚିବା ପରେ ସମଗ୍ର ଶରଧାବାଲି ଭକ୍ତଙ୍କ ଜୟଧ୍ୱନିରେ ପ୍ରକମ୍ପିତ ହୋଇଉଠିଛି । 'ଜୟ ଜଗନ୍ନାଥ', 'ହରିବୋଲ' ଓ ହୁଳହୁଳିର ଧ୍ୱନିରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ରଥ ଦର୍ଶନ କରିବା ସହ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ପାଲଟିଛନ୍ତି । ବଡ଼ଠାକୁର ଓ ମା' ସୁଭଦ୍ରାଙ୍କ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଆହୁରି ବଢ଼ିଯାଇଛି ।
Powered by Froala Editor