ଶରଧାବାଲିରେ ପହଞ୍ଚିଲା ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ
ପୁରୀ: ରଥଯାତ୍ରାର ଆଉ ଏକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଛି ପୁରୀ । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶରଧାବାଲିରେ ପହଞ୍ଚିଛି ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ । ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ରଥ ଗୁଣ୍ଡିଚା ମନ୍ଦିର ନିକଟ ଶରଧାବାଲିରେ ପହଞ୍ଚିବା ପରେ ଭକ୍ତମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।'ହରିବୋଲ' ଓ 'ଜୟ ବଳଭଦ୍ର' ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସମଗ୍ର ପରିବେଶ । ହଜାର ହଜାର ଭକ୍ତ ବଡ଼ଠାକୁରଙ୍କ ରଥର ଦର୍ଶନ କରିବା ସହ ରଥର ଦଉଡ଼ିରେ ହାତ ଲଗାଇବାକୁ ଉତ୍ସାହ ପ୍ରକାଶ କରିଥିଲେ ।
ଭକ୍ତି, ବିଶ୍ୱାସ ଓ ଆଧ୍ୟାତ୍ମିକ ଉତ୍ସାହରେ ମୁଖରିତ ହୋଇଉଠିଥିଲା ଶରଧାବାଲି । ଏପଟେ ଗୁଣ୍ଡିଚା ମନ୍ଦିର ଓ ଶରଧାବାଲି ଅଞ୍ଚଳରେ ସୁରକ୍ଷାକୁ ସମ୍ପୂର୍ଣ୍ଣ କଡ଼ାକଡ଼ି କରାଯାଇଛି । ପୁଲିସ, ପ୍ରଶାସନ, ସେବାୟତ ଏବଂ ସ୍ୱେଚ୍ଛାସେବୀମାନଙ୍କ ସମନ୍ୱୟରେ ଭକ୍ତଙ୍କ ଭିଡ଼କୁ ସୁଚାରୁ ଭାବେ ପରିଚାଳନା କରାଯାଉଛି ।
Powered by Froala Editor