ଉଛୁଳୁଛି କାଂଶବାଂଶ ନଦୀ
ସୋର: ବାଲେଶ୍ବର ଜିଲ୍ଲାର ସୋର ଦେଇ ପ୍ରବାହିତ କାଂଶବାଂଶ ନଦୀରେ ବନ୍ୟା ଆସିଛି। ଫଳରେ ତଳନଗର ପଞ୍ଚାୟତ ଅଧୀନ ୧୪ ଗାଁର ୨୫ ଶହ ଲୋକ ପ୍ରଭାବିତ ହୋଇଛନ୍ତି। ଚାରି ଦିନ ହେଲା ବାଲେଶ୍ବରରେ ବର୍ଷା ଲାଗି ରହିଛି। ଫଳରେ ସୋର ବ୍ଲକ୍ ଦେଇ ପ୍ରବାହିତ କାଂଶବାଂଶ ନଦୀ ଉଛୁଳୁଛି। ବନ୍ୟାଜଳ ତଳନଗର ପଞ୍ଚାୟତର ସୁନାରୀ, ବ୍ରାହ୍ମଣ ସବିରା, ଚାଉଳି ଓ ସାଲମପୁର ସମେତ ୧୪ଟି ଗାଁରେ ପଶିଛି।
ଗୃହପାଳିତ ପଶୁଗୁଡ଼ିକ ଦୟନୀୟ ଅବସ୍ଥାରେ ଅଛନ୍ତି। ସେହିପରି, ୭ଟି ବିଦ୍ୟାଳୟ ଓ ୭ଟି ଅଙ୍ଗନବାଡ଼ି କେନ୍ଦ୍ରରେ ପାଣି ପଶିଛି। ଫଳରେ, ପିଲାଙ୍କ ପାଠପଢ଼ା ଠପ୍ ହୋଇଯାଇଛି। ପାଣି ଜମି ରହି ଶହଶହ ଏକରର ଧାନଚାଷ ନଷ୍ଟ ହେବା ଆଶଙ୍କା ପ୍ରକାଶ ପାଇଛି।
Powered by Froala Editor