୨୦୦ ମିଟରରେ ବି ନିରାଶ କଲେ ଦୂତି
ଭୁବନେଶ୍ୱର: ଓଡ଼ିଶାର ଦୌଡରାଣୀ ଦୂତି ଚାନ୍ଦଙ୍କୁ ନେଇ ରାଜ୍ୟ ସମେତ ପୁରା ଦେଶର ଆଶା ରହିଥିବା ବେଳେ ଟୋକିଓ ଅଲମ୍ପିକ୍ସରେ ନିରାଶ କଲେ ଦୂତି । ଭାରତର ଏକ ମାତ୍ର ଆଥଲେଟ୍ ଭାବରେ ଟୋକିଓ ଅଲମ୍ପିକ୍ସରେ ଦୁଇ ଦୁଇଟି ଇଭେଣ୍ଟ ଭାଗ ନେଇଥିଲେ ଦୂତି । ମାତ୍ର ଗୋଟିଏରେ ଦ୍ୱିତୀୟ ରାଉଣ୍ଡକୁ କ୍ୱାଲିଫାଏ କରିପାରିନାହାନ୍ତି ଦୂତି ଚାନ୍ଦ ।
ପ୍ରଥମେ ଗତ ୩୦ ତାରିଖରେ ୧୦୦ ମିଟର ଦୌଡରେ ଭାଗ ନେଇ ଟ୍ରାକ୍ କୁ ଓହ୍ଲାଇଥିଲେ ଦୂତୀ ମାତ୍ର ସେଥିରେ ହାରିବା ପରେ ପୁଣି ୨୦୦ ମିଟରରେ ଦୂତୀ ଭଲ ପଦର୍ଶନ କରିବେ ବୋଲି ସମସ୍ତଙ୍କର ଆଶା ରହିଥିବା ବେଳେ ଆଜି ୨୦୦ ମିଟର ଦୌଡରେ ପୁଣି ନିରାଶ କରିଛନ୍ତି ଦୂତୀ ।
ହିଟ୍-୪ରେ ଦୌଡ଼ିଥିବା ଦୂତି ସପ୍ତମ ତଥା ଶେଷ ସ୍ଥାନରେ ରହିଛନ୍ତି । ୨୩.୮୫ ସେକେଣ୍ଡର ଟାଇମିଂ ସହ ଦୂତୀ ଶେଷ ସ୍ଥାନରେ ରହିଛନ୍ତି ।
ହିଟ-୪ରେ ୨୨.୧୧ ନାମିବିଆର ଆଥଲେଟ ସି.ମବୋମା ପ୍ରଥମ ସ୍ଥାନରେ ରହିଛନ୍ତି । ପୂର୍ବରୁ ୧୦୦ ମିଟର ଦୌଡ଼ରେ ନିରାଶ କରିଥିଲେ ଦୂତୀ ଚାନ୍ଦ । ୧୧.୫୪ ସେକେଣ୍ଡ ସହ ସେ ସପ୍ତମ ସ୍ଥାନରେ ରହିଥିଲେ ଦୂତୀ ।
Powered by Froala Editor