ପତ୍ରପୁର ସେତୁ ନିକଟରେ ଭାସୁଛି ବିରାଟକାୟ ବଉଳା କୁମ୍ଭୀର
ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଳି ଦେଇ ବହିଯାଇଥିବା ବ୍ରାହ୍ମଣୀ ନଦୀର ପତ୍ରପୁର ସେତୁ ନିକଟରେ ଏକ ବିରାଟକାୟ ବଉଳା କୁମ୍ଭୀର ଭାସୁଥିବା ଦେଖିବାକୁ ମିଳିଛି । ନଦୀକୂଳରେ ଥିବା ଲୋକମାନେ କୁମ୍ଭୀରଟିକୁ ଦେଖି ଭୟଭୀତ ହୋଇପଡ଼ିଥିଲେ । ଖବର ପ୍ରଚାର ପାଇବା ପରେ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା।
ସ୍ଥାନୀୟ ବାସୀଙ୍କ କହିବା ଅନୁଯାୟୀ, ପତ୍ରପୁର ସେତୁ ଆଖପାଖ ଅଂଚଳରେ କୁମ୍ଭୀରଟି ବହୁବାର ଚଳପ୍ରଚଳ କରୁଥିବାର ଦେଖାଯାଏ । ମଙ୍ଗଳବାର କୁମ୍ଭୀରଟି କିଛି ସମୟ ଧରି ନଦୀରେ ଭାସୁଥିବା ଦେଖାଯାଇଥିଲା।
Powered by Froala Editor