ଶ୍ରୀମନ୍ଦିରରେ ବୈଷୟିକ ଯାଞ୍ଚ ୧୮ରୁ
ପୁରୀ: ଜୁଲାଇ ୧୮ରୁ ଶ୍ରୀମନ୍ଦିରରେ ହେବ ବୈଷୟିକ ଯାଞ୍ଚ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ବୈଷୟିକ କମିଟି ସଦସ୍ୟ ଓ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣର ସଦସ୍ୟ ମାନେ ମିଳିତ ଯାଞ୍ଚ୍ କରିବେ। ଜୁଲାଇ ୧୮ ତାରିଖ ପୂର୍ବାହ୍ନ ୧୦ ଟା ୩୦ ରୁ ଏହି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ। ଏନେଇ ପୂର୍ତ୍ତ ବିଭାଗ ତରଫରୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା, ଏ ଏସ ଆଇକୁ ଚିଠି କରାଯାଇଛି। ଯାଞ୍ଚ ପରେ ପର୍ଯ୍ୟବେକ୍ଷଣକୁ ନେଇ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ତେବେ ଏହା ଏକ ରୁଟିନ ଯାଞ୍ଚ୍ ପ୍ରକ୍ରିୟା।
Powered by Froala Editor