ରାଜୀବ କୁମାର ହେବେ HDFCର ନୂଆ ଚେୟାରମ୍ୟାନ୍
ଦେଶର ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ ଦେଶର ପ୍ରମୁଖ ବେସରକାରୀ ବ୍ୟାଙ୍କ HDFC ନିଜର ନୂତନ ଚେୟାରମ୍ୟାନ୍ ନିଯୁକ୍ତି କରିଛି । ବ୍ୟାଙ୍କ ବୋର୍ଡ ପୂର୍ବତନ ସିଇସି (CEC) ରାଜୀବ କୁମାରଙ୍କୁ ନୂଆ ଚେୟାରମ୍ୟାନ୍ ଭାବେ ନିଯୁକ୍ତ କରିବାକୁ ଘୋଷଣା କରିଛି । ଏବେ କେବଳ ଆରବିଆଇର ମଞ୍ଜୁରୀକୁ ଅପେକ୍ଷା କରାଯାଇଛି ।
ରାଜୀବ କୁମାର ବ୍ୟାଙ୍କର ପୂର୍ବତନ ଚେୟାରମ୍ୟାନ୍ ଅତନୁ ଚକ୍ରବର୍ତ୍ତୀଙ୍କ ସ୍ଥାନ ନେବେ । ଅତନୁ ଚକ୍ରବର୍ତ୍ତୀ ଗତ ମାର୍ଚ୍ଚ ମାସରେ କିଛି ନୈତିକ ଚିନ୍ତାଧାରା ଦର୍ଶାଇ ହଠାତ୍ ନିଜ ପଦରୁ ଇସ୍ତଫା ଦେଇଥିଲେ । ଅନ୍ୟପଟେ, HDFC ବ୍ୟାଙ୍କର ମ୍ୟାନେଜିଂ ଡାଇରେକ୍ଟର (ଏମଡି) ଏବଂ ସିଇଓ ଶଶିଧର ଜଗଦୀଶନଙ୍କ କାର୍ଯ୍ୟକାଳ ଆସନ୍ତା ୨୬ ଅକ୍ଟୋବର, ୨୦୨ ରେ ଶେଷ ହେବାକୁ ଯାଉଛି । ଆଇନଗତ ସମୀକ୍ଷା ଓ କ୍ଲିନ୍ ଚିଟ୍ ମିଳିବା ପରେ, ବୋର୍ଡ ପକ୍ଷରୁ ଜଗଦୀଶନଙ୍କୁ ତୃତୀୟ କାର୍ଯ୍ୟକାଳ ପାଇଁ ଆରବିଆଇ ନିକଟକୁ ସୁପାରିଶ କରାଯିବାର ସମ୍ଭାବନା ରହିଛି ।
HDFC ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବୋର୍ଡ ଅଫ୍ ଡିରେକ୍ଟର୍ସ ରାଜୀବ କୁମାରଙ୍କୁ ୪ ବର୍ଷ ପାଇଁ ବ୍ୟାଙ୍କର ଇଣ୍ଡିପେଣ୍ଡେଡ୍ ଡିରେକ୍ଟର ଭାବେ ନିଯୁକ୍ତି ଦେଇଛନ୍ତି । ଏହି ନିଯୁକ୍ତି ୩୦ ଜୁନ୍,ରୁ କାର୍ଯ୍ୟକାରୀ ହେବ । RBI ର ସବୁଜ ସଙ୍କେତ ମିଳିବା ପରେ ତାଙ୍କୁ ୩ ବର୍ଷ ପାଇଁ ବ୍ୟାଙ୍କର ପାର୍ଟ-ଟାଇମ୍ ଚେୟାରମ୍ୟାନ୍ କରାଯିବ । ସୂଚନାଯୋଗ୍ୟ ଯେ, ୧୯୮୪ ବ୍ୟାଚ୍ର ଏହି ପୂର୍ବତନ IAS ଅଫିସର ତଥା ପୂର୍ବତନ ଆର୍ଥିକ ସଚିବ ଦେଶର ୨୫ତମ ମୁଖ୍ୟ ନିର୍ବାଚନ କମିଶନର ଭାବେ କାର୍ଯ୍ୟ କରିସାରିଛନ୍ତି ।
Powered by Froala Editor