ଦ୍ୱିତୀୟ ବିବାହ କଲେ ତ୍ରିପୁରା ପୂର୍ବତନ ମୁଖ୍ୟମନ୍ତ୍ରୀ
ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ଏଥର ରାଜନୈତିକ ବିବାଦ ପାଇଁ ନୁହେଁ, ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଖବର ଶିରୋନାମାରେ ରହିଛନ୍ତି। ବିପ୍ଳବ କୁମାର ଦେବ କନ୍ନଡ଼ ଅଭିନେତ୍ରୀ ତ୍ରିବେଣୀ ରାଓଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ସେ ଅଭିନେତ୍ରୀ ତ୍ରିବେଣୀ ରାଓଙ୍କୁ ପତ୍ନୀ ଭାବେ ଗ୍ରହଣ କରିଛନ୍ତି। ଅଗରତାଲାରେ ଏକ ପଞ୍ଚତାରକା ହୋଟେଲରେ ବିବାହ ସମ୍ପନ୍ନ ହୋଇଛି।
ଏଥିରେ ଦୁଇ ପରିବାର ସଦସ୍ୟ ଛଡ଼ା କେତେକ ଭିଆଇପି ଯୋଗଦେଇଥିଲେ। ବିପ୍ଲବ କୁମାର ଦେବ ୨୦୧୮ରୁ ୨୦୨୨ ପର୍ୟ୍ୟନ୍ତ ତ୍ରିପୁରାର ୧୦ମ ମୁଖ୍ୟମନ୍ତ୍ରୀ ଥିଲେ। ସେ ରାଜ୍ୟରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାବ୍ୟତୀତ ସେ ହରିୟାଣା ବିଜେପିର ପ୍ରଭାରୀ ଭାବେ ରହିଥିଲେ।
ବିପ୍ଲବ କୁମାର ଦେବ ୨୦୧୮ରୁ ୨୦୨୨ ପର୍ୟ୍ୟନ୍ତ ତ୍ରିପୁରାର ୧୦ମ ମୁଖ୍ୟମନ୍ତ୍ରୀ ଥିଲେ। ସେ ୨୦୦୧ ମସିହାରେ ନୀତି ଦେବଙ୍କୁ ବିବାହ କରିଥିଲେ। ତାଙ୍କର ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି। ପରେ ଜାନୁଆରୀ ୨୦୨୫ରେ ଉଭୟେ ପାରସ୍ପର ସହମତିରେ ଛାଡ଼ପତ୍ର ଘୋଷଣା କରିଥିଲେ। ବିପ୍ଲବ କୁମାର ଦେବ ପ୍ରଥମ ପତ୍ନୀଙ୍କଠାରୁ ଛାଡ଼ପତ୍ର ପରେ ଦ୍ୱିତୀୟ ବିବାହ କରିଛନ୍ତି।
Powered by Froala Editor