ଅମରନାଥ ଯାତ୍ରା ପୂର୍ବରୁ ଆତଙ୍କବାଦୀ ଗିରଫ
ଜୁଲାଇ ୩ରୁ ଆରମ୍ଭ ହେବାକୁଥିବା ଅମରନାଥ ଯାତ୍ରା ପୂର୍ବରୁ ବଡ଼ ସଫଳତା ମିଳିଛି। ଜମ୍ମୁ କାଶ୍ମୀରର କଠୁଆ ଜିଲ୍ଲାରେ ସୁରକ୍ଷା ଏଜେନ୍ସିଗୁଡ଼ିକୁ ଏକ ବଡ଼ ସଫଳତା ମିଳିଛି। ପୁଲିସ ରାତି ସାରା ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇ ପାକିସ୍ତାନୀ ଆତଙ୍କବାଦୀଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରିଛି। ସୁରକ୍ଷା ଏଜେନ୍ସି ଅନୁସାରେ ଅମରନାଥ ଯାତ୍ରା ପୂର୍ବରୁ କରାଯାଇଥିବା ଏହି କାର୍ଯ୍ୟାନୁଷ୍ଠାନ ଆତଙ୍କବାଦୀଙ୍କ ସ୍ଥାନୀୟ ସମର୍ଥନ ନେଟୱାର୍କକୁ ଏକ ବଡ଼ ଝଟକା ଦେଇଛି। ତୀର୍ଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଏହା ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି।
ରିପୋର୍ଟ ଅନୁଯାୟୀ, ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ହାଜି ଲତିଫ୍।ତଦନ୍ତକାରୀଏଜେନ୍ସିଗୁଡ଼ିକ କହିଛନ୍ତି ଯେ, ହାଜି ଲତିଫ୍ ଗତ ଦୁଇ ଦଶନ୍ଧି ଧରି ସୀମା ପାର୍ ଆତଙ୍କବାଦୀଙ୍କୁ ସହାୟତା କରିଆସୁଛନ୍ତି। ତାଙ୍କ ବିରୋଧରେ ଭାରତରେ ଅନୁପ୍ରବେଶ କରାଇବା ଏବଂ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିବା ଅଭିଯୋଗ ରହିଛି। ସେ ୧୨ ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସହାୟତା ଯୋଗାଇ ଦେଇଥିବା ଅଭିଯୋଗ ଅଛି।
ସୂତ୍ର ଅନୁସାରେ, ହାଜି ଲତିଫ୍ ବହୁ ବର୍ଷ ଧରି ପାକିସ୍ତାନର ଗୁଇନ୍ଦା ସଂସ୍ଥା, ଆଇଏସଆଇର ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛନ୍ତି। ତାଙ୍କ ଉପରେ ସୀମାପାର ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ସହଜ କରିବା ଏବଂ ସେମାନଙ୍କର ନେଟୱାର୍କକୁ ସକ୍ରିୟ ରଖିବାର ଅଭିଯୋଗ ମଧ୍ୟ ଅଛି।
Powered by Froala Editor