ଆଧାର ଲିଙ୍କ୍ ନକଲେ ମିଳିବନି ପେନ୍ସନ୍
ଭୁବନେଶ୍ୱର: ୨୦୨୬-୨୭ରେ ‘ଏସ୍ଏନ୍ଏ-ସ୍ପର୍ଶ’ ପ୍ଲାଟଫର୍ମ ଜରିଆରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ(ଏନ୍ଏସ୍ଏପି) ହିତାଧିକାରୀଙ୍କୁ ପେନ୍ସନ୍ ପ୍ରଦାନ କରାଯାଉଛି। ପୋର୍ଟାଲର ରିପୋର୍ଟ ମୁତାବକ ୩,୩୫,୮୫୦ ଜଣ ହିତାଧିକାରୀ ଆକାଉଣ୍ଟ୍ ଜରିଆରେ ପେନସନ୍ ପାଉଛନ୍ତି। ମାତ୍ର ସେହି ହିତାଧିକାରୀମାନଙ୍କ ଆକାଉଣ୍ଟ୍ ସହିତ ଆଧାରକାର୍ଡ ମ୍ୟାପିଂ ହେଇନାହିଁ। ଫଳରେ ସେମାନଙ୍କୁ ଏସ୍ଏନ୍ଏ ସ୍ପର୍ଶ ପୋର୍ଟାଲ ଆଉ ଆକାଉଣ୍ଟ୍ ଜନିତ ପେମେଣ୍ଟ ବ୍ୟବସ୍ଥାକୁ ଗ୍ରହଣ କରିବ ନାହିଁ। ବହୁ ପେନସନ୍ଭୋଗୀ ଏପର୍ଯ୍ୟନ୍ତ ବ୍ୟାଙ୍କ ଯାଇ ଆଧାର ଲିଙ୍କ୍ ବା ଅପଡେଟ୍ କରିନାହାନ୍ତି।
ତେଣୁ ସବୁ ଜିଲାପାଳଙ୍କୁ ଚିଠି ଲେଖି ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ କହିଛନ୍ତି, ଯେଉଁମାନେ ମାସିକ ପେନସନ୍ ଆକାଉଣ୍ଟ ଜରିଆରେ ନେଉଛନ୍ତି ସେମାନଙ୍କ ମଧ୍ୟରୁ ଯେଉଁମାନେ ନିଜ ଆକାଉଣ୍ଟ ସହିତ ଆଧାର ଲିଙ୍କ୍ କରାଇନାହାନ୍ତି, ସେହି କାର୍ଯ୍ୟ ତୁରନ୍ତ କରାଇନିଅନ୍ତୁ। ଫଳରେ ସାମାଜିକ ସୁରକ୍ଷା ଅଧୀନରେ ପେନସନ୍ ସେମାନେ ପାଇପାରିବେ। ଜିଲା ସାମାଜିକ ସୁରକ୍ଷା ଅଫିସରଙ୍କୁ କହି ଯେଉଁମାନେ ଆଧାର ଲିଙ୍କ୍ କରାଇନାହାନ୍ତି ଏନ୍ଏସ୍ଏପି-ପିପିଏସ୍ ପୋର୍ଟାଲ ଜରିଆରେ ସେମାନଙ୍କୁ ଚିହ୍ନଟ କରାଯାଉ।
Powered by Froala Editor