ବର୍ଷାରେ ଭିଜିଲା ଟ୍ବିନସିଟି
ଭୁବନେଶ୍ବର: ବର୍ଷାରେ ଭିଜିଲା ଟ୍ବିନସିଟି । ସକାଳୁ ସକାଳୁ ଭୁବନେଶ୍ବର ଓ କଟକରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଏହାରି ଭିତରେ ଆଗକୁ ବର୍ଷାର ପରିମାଣ ଆହୁରି ବଢ଼ିପାରେ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । ଜୁନ ପହିଲାରୁ ମୌସୁମୀ ଅଧିକ ସକ୍ରିୟ ହେବା ସହ ବର୍ଷାରେ ପରିମାଣ ମଧ୍ୟ ବଢ଼ିବ । ଆସନ୍ତା ୭ ଦିନ ପର୍ଯ୍ୟନ୍ତ କିଛି ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି।
ରାୟଗଡ଼ା, କୋରାପୁଟ,ମୟୂରଭଞ୍ଜ, କନ୍ଧମାଳ, ଗଜପତି,କେନ୍ଦୁଝର ଏବଂ ମାଲକାନଗିରି ଜିଲାରେ ବର୍ଷା ସାଙ୍ଗକୁ ବଜ୍ରପାତ ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି ।
Powered by Froala Editor