ଜୁଲାଇ ୫ ସୁଦ୍ଧା ଦେଶର ଅବଶିଷ୍ଟ ରାଜ୍ୟରେ ପ୍ରବେଶ କରିପାରେ ମୌସୁମୀ
ନୂଆଦିଲ୍ଲୀ: ଦେଶରେ ମୌସୁମୀ ବର୍ଷାର ଅଗ୍ରଗତି ଗତ କିଛି ଦିନ ଧରି ମନ୍ଥର ହୋଇପଡ଼ିଛି। ଜୁନ୍ ୨୪ ସୁଦ୍ଧା ମୌସୁମୀ ୨୨ଟି ରାଜ୍ୟରେ ପହଞ୍ଚିଥିବାବେଳେ,ଗତ ପାଞ୍ଚ ଦିନ ମଧ୍ୟରେ ଏହାର ଗତି ଧୀର ହୋଇଛି। ଫଳରେ ମଧ୍ୟପ୍ରଦେଶ,ଗୁଜୁରାଟ ଓ ଉତ୍ତରପ୍ରଦେଶର ଅନେକ ଅଞ୍ଚଳକୁ ମୌସୁମୀ ଏପର୍ଯ୍ୟନ୍ତ ପହଞ୍ଚିପାରିନାହିଁ।ଭାରତୀୟ ପାଣିପାଗ କହିଛି ଯେ, ଜୁଲାଇ ୫ ସୁଦ୍ଧା ମୌସୁମୀ ଦେଶର ଅବଶିଷ୍ଟ ରାଜ୍ୟଗୁଡ଼ିକରେ ମଧ୍ୟ ପ୍ରବେଶ କରିପାରେ। ଏହି ସମୟରେ ମଧ୍ୟପ୍ରଦେଶ,ଉତ୍ତରପ୍ରଦେଶ,ରାଜସ୍ଥାନ,ହରିଆଣା ଏବଂ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ପ୍ରାକ୍-ମୌସୁମୀ ବର୍ଷା ଜାରି ରହିଛି।
ପାଣିପାଗ ବିଭାଗ ଆଜି ଆସାମ, ମେଘାଳୟ, ଦକ୍ଷିଣ ପଶ୍ଚିମବଙ୍ଗ ଏବଂ ସିକିମର କିଛି ଅଞ୍ଚଳ ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସତର୍କତା ଜାରି କରିଛି।ଏପଟେ, ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ରାଜ୍ୟରେ ଦୁର୍ଘଟଣା ମଧ୍ୟ ଘଟିଛି।
Powered by Froala Editor