ଲଞ୍ଚ ହେବ ଏଆଇ ୟୁପିଆଇ
ଭାରତରେ ଡିଜିଟାଲ୍ ପେମେଣ୍ଟରେ ପ୍ରତିଦିନ ୭୫୦ ନିୟୁତରୁ ଅଧିକ କାରବାର ହେଉଛି। ଏବେ, NPCI ଏମ୍ଡି ଏବଂ CEO ଦିଲୀପ ଆସ୍ବେ ଏକ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ରଖିଛନ୍ତି। ତାଙ୍କ ଅନୁସାରେ, AI 1 ବିଲିୟନ ଦୈନିକ କାରବାର ହାସଲ କରିବାରେ ଏବଂ ପରବର୍ତ୍ତୀ ୫୦୦ ନିୟୁତ ନୂତନ ଉପଭୋକ୍ତା ଯୋଡ଼ିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
ରିପୋର୍ଟ ଅନୁଯାୟୀ, ଫିନଟେକ୍ କମ୍ପାନୀଗୁଡ଼ିକ ପାଇଁ ସ୍ମଲ ଲାଙ୍ଗୁଏଜ୍ ମଡେଲ ନିର୍ମାଣ କରିବା ପାଇଁ ଏହା ଏକ ମହାନ ସୁଯୋଗ। ଭାରତ ପାଖରେ ପୂର୍ବରୁ ପ୍ରଚୁର ପରିମାଣର ତଥ୍ୟ ଅଛି। ବ୍ୟାଙ୍କ ଏବଂ ଫିନଟେକ୍ କମ୍ପାନୀଗୁଡ଼ିକ ଏହି ତଥ୍ୟକୁ AI ଉପକରଣ ବିକଶିତ କରିବା ପାଇଁ ବ୍ୟବହାର କରିପାରିବେ। ଉଦାହରଣ ସ୍ୱରୂପ, NPCIର FIMI ମଡେଲ ପୂର୍ବରୁ ଲକ୍ଷ ଲକ୍ଷ ଗ୍ରାହକଙ୍କ ପାଇଁ ପେମେଣ୍ଟ ସମସ୍ୟାକୁ ମୁହୂର୍ତ୍ତକ ମଧ୍ୟରେ ସମାଧାନ କରୁଛି।
ଦିଲୀପଙ୍କ ମତରେ, ଠକେଇ ରୋକିବା, ନକଲି ଆକାଉଣ୍ଟ ଚିହ୍ନଟ କରିବା ଏବଂ ପୂର୍ବରୁ ଥିବା ଉପଭୋକ୍ତାଙ୍କ ସୁରକ୍ଷା ପାଇଁ AI ପ୍ରଭାବଶାଳୀ ଭାବରେ ବ୍ୟବହାର କରାଯିବ। ଏହା ସହିତ ସେ ଏଆଇ ସାହାଯ୍ୟରେ ମର୍ଚେଣ୍ଟ ଓ ୟୁଜର୍ସଙ୍କୁ ସହଜରେ କ୍ରେଡିଯ୍ କିମ୍ବା ଲୋନ୍ର ସୁବିଧା ଦେବା କଥା କହିଛନ୍ତି। ରିପୋର୍ଟ ଅନୁସାରେ, ଅନବୋର୍ଡିଂକୁ ସହଜ କରିବା ପାଇଁ ଭାରତୀୟ ଭାଷା ଓ ଭଏସ୍ ଆଧାରିତ ସମାଧାନ ଉପରେ ତିଆରି କରାଯାଉଛି।
Powered by Froala Editor