Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, September 14, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବ୍ରେକ୍‌ଅପ୍ ପରେ ଗାଲଫ୍ରେଣ୍ଡକୁ ଟଙ୍କା ...

  • ବ୍ରିକ୍ସ ସମ୍ମିଳନୀରେ ରିଲ୍ସ କରି ...

  • ବ୍ରିକ୍ସ ସମ୍ମିଳନୀର ନିରାମିଷ ଖାଦ୍ୟକୁ ...

  • କୌଣସି ପରିସ୍ଥିତିରେ ଇରାନକୁ ଅଣୁ ଅସ୍ତ୍ର ...

  • ବ୍ରିକ୍ସ ଗାଲା ଡିନରରେ ଯୋଗ ଦେଲେନି ଚୀନ୍ ...

  • ମେଦିନୀପୁରରେ ଡିଆରଡିଓର ନୂଆ ମିସାଇଲ ...

  • ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

  • ୨୫ ଲକ୍ଷ ନୁହେଁ, କୋଟିଏ ଟଙ୍କାରେ ବିକ୍ରି ...

  • ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ କୁନି ପୁଅ

  • ଆଜିଠୁ ୨ ଦିନ ଚାଲିବ ୧୮ତମ ବ୍ରିକ୍ସ ...

ରାଜ୍ୟ
Home ›› ରାଜ୍ୟ ››ସାଂସଦ ଚିକିତ୍ସା ଶିବିର ଧୀରେ ଧୀରେ ହେବାକୁ ଲାଗିଛି ବେଶ୍ ଲୋକପ୍ରିୟ

ସାଂସଦ ଚିକିତ୍ସା ଶିବିର ଧୀରେ ଧୀରେ ହେବାକୁ ଲାଗିଛି ବେଶ୍ ଲୋକପ୍ରିୟ

2026-06-22 06:27:48
13342
Share:
Facebook
Twitter
E-Mail
WhatsApp
Telegram
ସାଂସଦ ଚିକିତ୍ସା ଶିବିର ଧୀରେ ଧୀରେ ହେବାକୁ ଲାଗିଛି ବେଶ୍ ଲୋକପ୍ରିୟ

ଭୁବନେଶ୍ୱର :- ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରୟାସ ରେ ତାଙ୍କ ସଂସଦୀୟ କ୍ଷେତ୍ରର ବିଭିନ୍ନ ଅଞ୍ଚଳରେ ଆରମ୍ଭ ହୋଇଥିବା ସାଂସଦ ଚିକିତ୍ସା ଶିବିର ଧୀରେ ଧୀରେ ହେବାକୁ ଲାଗିଛି ବେଶ୍ ଲୋକପ୍ରିୟ।ସେବା ଓ ବିକାଶ ର ମୂଳ ମନ୍ତ୍ର କୁ ପାଥେୟ କରି ରାଜନୀତି କରିବାକୁ ଗୁରୁତ୍ୱ ଦେଉଥିବା ନେଇ ପୁନର୍ବାର କହିବା ସହିତ, ବାଲିପାଟଣାରେ ଷଷ୍ଠ ସାଂସଦ ଚିକିତ୍ସା ଶିବିର ଆୟୋଜନ ଅବସରରେ ଏହା ତାଙ୍କୁ ଆତ୍ମ ସନ୍ତୋଷ ଦେଉଥିବା ନେଇ କହିଛନ୍ତି  ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏଥିସହିତ ଏଭଳି ଲୋକ ହିତକର କାମରେ ସରକାରଙ୍କ ଅକୁଣ୍ଠ ସହଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି ସାଂସଦ।
ଗତ ଜାନୁଆରୀ ୭ତାରିଖ ୨୦୨୬ ରେ ଦେଘୁଣିଆରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ପରେ ପ୍ରତ୍ୟେକ ମାସର ତୃତୀୟ ରବିବାର ରେ ,ବାଲିଅନ୍ତା, ଚନ୍ଦକା, କୁହୁଡ଼ି ଏବଂ ବୋଲଗଡ଼ରେ ସଫଳତାର ସହ ଚିକିତ୍ସା ଶିବିର ଆୟୋଜିତ ହୋଇଥିଲା।ଯେଉଁଠାରେ ହଜାର ହଜାର ଲୋକ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହିତ ମାଗଣା ଔଷଧ ପାଇ ଉପକୃତ ହୋଇଥିଲେ।ଚଳିତ ଜୁନ ମାସରେ ଏହି ଷଷ୍ଠ ସାଂସଦ ଚିକିତ୍ସା ଶିବିର ବାଲିପାଟଣା ବ୍ଲକ ଅନ୍ତର୍ଗତ ଭାପୁର ଗ୍ରାମ ପଞ୍ଚାୟତର ପି.ଏମ୍. ଶ୍ରୀ ବନମାଳୀପୁର ହାଇସ୍କୁଲ ପରିସରରେ ଆୟୋଜିତ ହୋଇଥିଲା। ଏହି ଶିବିରରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ।
ସାଂସଦ ଅପରାଜିତା ଷଡ଼ଙ୍ଗୀ ଆହୁରି କହିଥିଲେ, “ମୋର ସାଂସଦୀୟ କ୍ଷେତ୍ରରେ ବସବାସ କରୁଥିବା ଭାଇ, ଭଉଣୀ, ମା’ ଓ ମାଉସୀମାନେ କିପରି ସୁସ୍ଥ, ସଚେତନ ଏବଂ ନିରାମୟ ଜୀବନ ବିତାଇବେ, ତାହା ହିଁ ମୋର ପ୍ରମୁଖ ଲକ୍ଷ୍ୟ।” ସ୍ୱାସ୍ଥ୍ୟ ସେବାକୁ ଗାଁ ଗାଁରେ ପହଞ୍ଚାଇବା ଏବଂ ଲୋକଙ୍କୁ ନିଶୁଳ୍କ ଚିକିତ୍ସା ପରାମର୍ଶ ଓ ସେବା ଯୋଗାଇବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୋଲି ସେ ପ୍ରକାଶ କରିଥିଲେ। ଏହି ଷଷ୍ଠ ସାଂସଦ ଚିକିତ୍ସା ଶିବିର ରେ ମୋଟ ୬୯୧ ଜଣଙ୍କର ମେଡିସିନ ବିଭାଗ ,ଶିଶୁ ରୋଗ ବିଭାଗ ,ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ,କର୍ଣ୍ଣ, ନାସା ଓ କଣ୍ଠ ବିଭାଗ ,ଦନ୍ତ ଚିକିତ୍ସା ବିଭାଗ ,ଅସ୍ଥି ରୋଗ ବିଭାଗ ଓ ଚକ୍ଷୁ ରୋଗ ବିଭାଗ ଅଧିନରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହିତ ଆବଶ୍ୟକୀୟ ମାଗଣା ଔଷଧ ପ୍ରଦାନ କରାଯାଇଥିଲା।
ସାଂସଦ ଚିକିତ୍ସା ଶିବିରରେ ସମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ର, ବାଲିପାଟଣା ବ୍ଲକ୍‌ର ଚିକିତ୍ସା ଅଧିକାରୀ ଡାକ୍ତର ଶ୍ରୀକାନ୍ତ ବେହେରା ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ବନମାଳୀପୁରର ସମସ୍ତ ଅଧିକାରୀ ସହଯୋଗ କରିଥିଲେ।
ଏହି ଚିକିତ୍ସା ଶିବିରର ସଫଳ ଆୟୋଜନ ପାଇଁ ସାଂସଦଙ୍କ ପ୍ରତିନିଧି ବାବି ଚୌଧୁରୀ,ଜଟଣୀ ନିର୍ବାଚନ ମଣ୍ଡଳୀରେ ସାଂସଦଙ୍କ ପ୍ରତିନିଧି ଅଶୋକ ପଟ୍ଟନାୟକ,, ବନମାଳୀପୁର ପିଏମ୍‌ଶ୍ରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅର୍ଣ୍ଣବ କୁମାର ବେଉରା,ସାଂସଦଙ୍କ ପ୍ରତିନିଧି ତଥା ଖୋର୍ଦ୍ଧା ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ବିଦ୍ୟୁତ କୁମାର କାଣ୍ଡି, ଭାବପୁର ସରପଞ୍ଚ ଲିଲିପ୍ରିୟା ସାହୁ, ସାଂସଦ ଚିକିତ୍ସା ଶିବିରର ପ୍ରତିନିଧି ସୁଧୀର ପଣ୍ଡା, ବାଲିପାଟଣା ବ୍ଲକରେ ସାଂସଦଙ୍କ ପ୍ରତିନିଧି ଶଶିଭୂଷଣ ପାତ୍ର, ଶସ୍ମିତା ପଣ୍ଡା, ସୁଜାତା ସ୍ୱାଇଁ ଏବଂ ବିଣାପାଣି ପାତ୍ର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

Powered by Froala Editor

Tags Aparajita sarangi

Related articles Odisha News Lens 4.1

  • ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ କୁନି ପୁଅ
    ଦେଶ-ଦେଶାନ୍ତର

    ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ କୁନି ପୁଅ

    14074
    Sep 12, 2026
  • ବ୍ରେକ୍‌ଅପ୍ ପରେ ଗାଲଫ୍ରେଣ୍ଡକୁ ଟଙ୍କା ଫେରସ୍ତ ମାଗିଲେ ସିଇଓ
    ଦେଶ-ଦେଶାନ୍ତର

    ବ୍ରେକ୍‌ଅପ୍ ପରେ ଗାଲଫ୍ରେଣ୍ଡକୁ ଟଙ୍କା ଫେରସ୍ତ ମାଗିଲେ ସିଇଓ

    13787
    Sep 14, 2026
  • ୨୫ ଲକ୍ଷ ନୁହେଁ, କୋଟିଏ ଟଙ୍କାରେ ବିକ୍ରି ପାଇଁ ଡିଲ୍‌
    ଅପରାଧ

    ୨୫ ଲକ୍ଷ ନୁହେଁ, କୋଟିଏ ଟଙ୍କାରେ ବିକ୍ରି ପାଇଁ ଡିଲ୍‌

    15165
    Sep 12, 2026
  • ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !
    ବାଣିଜ୍ୟ

    ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

    14298
    Sep 12, 2026
  • ବ୍ରିକ୍ସ ସମ୍ମିଳନୀରେ ରିଲ୍ସ କରି କନେଷ୍ଟବଳ ହଟହଟା
    ଦେଶ-ଦେଶାନ୍ତର

    ବ୍ରିକ୍ସ ସମ୍ମିଳନୀରେ ରିଲ୍ସ କରି କନେଷ୍ଟବଳ ହଟହଟା

    14463
    Sep 14, 2026
  • ମେଦିନୀପୁରରେ ଡିଆରଡିଓର ନୂଆ ମିସାଇଲ ଟେଷ୍ଟିଂ ସେଣ୍ଟର
    ଦେଶ-ଦେଶାନ୍ତର

    ମେଦିନୀପୁରରେ ଡିଆରଡିଓର ନୂଆ ମିସାଇଲ ଟେଷ୍ଟିଂ ସେଣ୍ଟର

    14388
    Sep 12, 2026
  • ବ୍ରିକ୍ସ ସମ୍ମିଳନୀର ନିରାମିଷ ଖାଦ୍ୟକୁ ନେଇ ବିବାଦ
    ଦେଶ-ଦେଶାନ୍ତର

    ବ୍ରିକ୍ସ ସମ୍ମିଳନୀର ନିରାମିଷ ଖାଦ୍ୟକୁ ନେଇ ବିବାଦ

    14959
    Sep 14, 2026
  • ଆଜିଠୁ ୨ ଦିନ ଚାଲିବ ୧୮ତମ ବ୍ରିକ୍ସ ସମ୍ମିଳନୀ
    ଦେଶ-ଦେଶାନ୍ତର

    ଆଜିଠୁ ୨ ଦିନ ଚାଲିବ ୧୮ତମ ବ୍ରିକ୍ସ ସମ୍ମିଳନୀ

    14333
    Sep 12, 2026
  • କୌଣସି ପରିସ୍ଥିତିରେ ଇରାନକୁ ଅଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ: ଟ୍ରମ୍ପ
    ଦେଶ-ଦେଶାନ୍ତର

    କୌଣସି ପରିସ୍ଥିତିରେ ଇରାନକୁ ଅଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ: ଟ୍ରମ୍ପ

    14997
    Sep 13, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମେଦିନୀପୁରରେ ଡିଆରଡିଓର ନୂଆ ମିସାଇଲ ଟେଷ୍ଟିଂ ସେଣ୍ଟର

    14388
    Sep 12, 2026
  • ବାଣିଜ୍ୟ

    ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

    14298
    Sep 12, 2026
  • ଅପରାଧ

    ୨୫ ଲକ୍ଷ ନୁହେଁ, କୋଟିଏ ଟଙ୍କାରେ ବିକ୍ରି ପାଇଁ ଡିଲ୍‌

    15165
    Sep 12, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17093
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17770
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17761
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18165
    Sep 06, 2023

ବିଶେଷ

  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14360
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    16109
    Sep 09, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14645
    Sep 06, 2026
  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    13953
    Sep 03, 2026
  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    14761
    Aug 31, 2026

ବାଣିଜ୍ୟ

୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

୯ ଅକ୍ଟୋବରରୁ ଆରମ୍ଭ ହେବ ଫ୍ଲିପକାର୍ଟର Big Billion Days Sale । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ସୂଚନା ଅନୁସାରେ, Flipkart Big Billion Days Sale ୨୦୨୬ ଅକ୍ଟୋବର ୯ ତାରିଖରୁ ଆରମ୍ଭ ହୋଇପାରେ। ଜଣେ X ୟୁଜର ଫ୍ଲିପକାର୍ଟ ମୋବାଇଲ୍ ଆପ୍‌ର ଏକ ସ୍କ୍ରିନ୍‌ସଟ୍ ସେୟାର କରିଛନ୍ତି। ଏଥିରେ ବିଗ୍ ...

  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

    14310
    Sep 09, 2026
  • ସୁନା ଆମଦାନୀ ୩୦ ପ୍ରତିଶତ ହ୍ରାସ

    14075
    Sep 08, 2026
  • କମ୍ପାନୀ ସେକ୍ରେଟାରିଜ୍‌ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଯାପିତ

    14702
    Sep 08, 2026
  • ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଘାଟିତ

    15039
    Sep 06, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବ୍ରିକ୍ସ ସମ୍ମିଳନୀର ନିରାମିଷ ଖାଦ୍ୟକୁ ନେଇ ବିବାଦ

    14959
    Sep 14, 2026
  • ଆଜିଠୁ ୨ ଦିନ ଚାଲିବ ୧୮ତମ ବ୍ରିକ୍ସ ସମ୍ମିଳନୀ

    14333
    Sep 12, 2026
  • ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ କୁନି ପୁଅ

    14074
    Sep 12, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In