‘କାଲା ହିରନ୍’ ପ୍ରଯୋଜକଙ୍କୁ ନୋଟିସ୍ ଜାରି
ଖୁବ୍ ଶୀଘ୍ର ବଲିଉଡରେ ‘କାଲା ହିରଣ’ ରିଲିଜ ହେବାକୁ ଯାଉଛି। କୁହାଯାଉଛି ଏହା ସଲମାନ ଖାନଙ୍କ ଉପରେ ଆଧାରିତ। ଏହାର ଷ୍ଟୋରୀ ସୁପରଷ୍ଟାରଙ୍କ ବିବାଦୀୟ ୧୯୯୮ ବ୍ଲାକବକ୍ କେସର, ଯେଉଁଥିରେ ସଲମାନଙ୍କର ଚରିତ୍ର କାଶିଫ ଇକବାଲ କରୁଛନ୍ତି। ନିକଟରେ ଏହାର ଟ୍ରେଲର ସାମ୍ନାକୁ ଆସିଥିଲା , ଚଳଚ୍ଚିତ୍ରର ମୁକ୍ତିଲାଭ ଏବଂ ପ୍ରଚାର ଉପରେ ରୋକ୍ ଲଗାଇବା ପାଇଁ ବଲିଉଡ୍ ଅଭିନେତା ସଲମାନ ଖାନ କରିଥିବା ଏକ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି।
ଏହି ସିନେମାଟି ତାଙ୍କର ବ୍ୟକ୍ତିଗତ ଅଧିକାର (ପର୍ସନାଲିଟି ରାଇଟ୍ସ) ଉଲ୍ଲଂଘନ କରୁଛି ଏବଂ ତାଙ୍କ ସୁନାମ ନଷ୍ଟ କରୁଛି ବୋଲି ସଲମାନ ଅଭିଯୋଗ କରିଛନ୍ତି। ନିଜର ବ୍ୟକ୍ତିଗତ ଏବଂ ପ୍ରଚାର ସମ୍ବନ୍ଧୀୟ ଅଧିକାରର ସୁରକ୍ଷା ପାଇଁ ସଲମାନ ଖାନଙ୍କ ଦ୍ୱାରା ଦାୟର ହୋଇଥିବା ଏକ ବାଣିଜ୍ୟିକ ମାମଲାର ଶୁଣାଣି ବେଳେ ଜଷ୍ଟିସ୍ ନୀନା ବଂଶଲ କୃଷ୍ଣାଙ୍କ ଆଗରେ ଏହି ପ୍ରସଙ୍ଗ ଆସିଥିଲା।
ଶୁଣାଣି ସମୟରେ ସଲମାନଙ୍କ ପକ୍ଷରୁ ଓକିଲ ନିଜାମ ପାଶା କହିଥିଲେ ଯେ ଅଭିନେତାଙ୍କ ଚେହେରା, ପ୍ରତିଛବି ଏବଂ ତାଙ୍କ ପରିଚୟ ସହ ଜଡ଼ିତ ବ୍ୟକ୍ତିଗତ ଅଧିକାରକୁ ହାଇକୋର୍ଟ ପୂର୍ବରୁ ଏକ ନିର୍ଦ୍ଦେଶରେ ସ୍ୱୀକୃତି ଓ ସୁରକ୍ଷା ଦେଇସାରିଛନ୍ତି। ଏଭଳି ସୁରକ୍ଷା ସତ୍ତ୍ୱେ ମେ ୨୯ ତାରିଖରେ ମୁକ୍ତିଲାଭ କରିଥିବା ଏକ ପୋଷ୍ଟରରେ ସଲମାନଙ୍କ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କୁ ଦେଖାଯାଇଛି ।
ଫିଲ୍ମ ‘କାଲା ହରିଣ’ରେ ଗୋବିନ୍ଦା ନାମଦେବ ମଧ୍ୟ ଅଛନ୍ତି, ଯିଏକି ସଲମାନଙ୍କ ସହ ସୁପରହିଟ୍ ଫିଲ୍ମରେ କାମ କରିଥିଲେ। ନିକଟରେ ସେ ଏହି ଫିଲ୍ମରେ କାମ କରିବାକୁ ନେଇ ନିଜର ପକ୍ଷ ରଖିଥିଲେ। ଗୋବିନ୍ଦ ନାମଦେବଙ୍କ କହିବାନୁସାରେ, ତାଙ୍କୁ ମିଛ କହି ଫିଲ୍ମ ସୁଟ୍ କରାଯାଇ ଥିଲା। ଯଦି ତାଙ୍କୁ ଟିକିଏ ବି ଜଣାପଡି ଯାଇଥାନ୍ତା ଯେ, ଏଥିରେ ସଲମାନଙ୍କୁ ଭୁଲ ଉପାୟରେ ଉପସ୍ଥାପନ କରାଯାଛି, ତ ସେ ଏଥିରେ କେବେ କାମ କରି ନଥାନ୍ତେ । ଅଭିନେତା ସୁପରଷ୍ଟାରଙ୍କୁ ନିଜର ବନ୍ଧୁ ବୋଲି କହିଛନ୍ତି।
Powered by Froala Editor