ଦୟା ନଦୀ ଓ ଗାଙ୍ଗୁଆ ନାଳର ସଂଗମ ସ୍ଥଳରେ ବର୍ଜ୍ୟ ଜଳ ବିଶୋଧନ କେନ୍ଦ୍ର ନିର୍ମାଣ
ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୫ଟି ବିଭାଗର ୧୦ଟି ପ୍ରସ୍ତାବ ଅନୁମୋଦନ ମିଳିଛି । ଶିଳ୍ପ ବିଭାଗର ୨ଟି, ଗୃହ ଓ ନଗର ଉନ୍ନୟନ ବିଭାଗର ୪ ଟି, ଜଳ ସମ୍ପଦ ବିଭାଗର ୨ଟି, ରାଜସ୍ବ ଗୋଟିଏ, ପର୍ଯ୍ୟଟନ ବିଭାଗର ଗୋଟିଏ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ।
ଦୟା ନଦୀ ଓ ଗାଙ୍ଗୁଆ ନାଳର ସଂଗମ ସ୍ଥଳରେ ବର୍ଜ୍ୟ ଜଳ ବିଶୋଧନ କେନ୍ଦ୍ର ନିର୍ମାଣ ହେବ । ୧୦୦. ୮୯ କୋଟିର ଏହି ପ୍ରକଳ୍ପ ନିର୍ମାଣ ହେବ । ଏହି କାର୍ଯ୍ୟ ନିର୍ବାହ ପାଇଁ ଏମ୍/ଏସ ଇଷ୍ଟ ଇଣ୍ଡିଆ ଉଦ୍ୟୋଗ ଲିମିଟେଡ, ନୋଇଡାକୁ ଚୟନ କରାଯାଇଛି । ପ୍ରକଳ୍ପର ନିର୍ମାଣ ଚଳିତ ମାସ ଜୁନ ୧ରୁ ଆରମ୍ଭ ହୋଇ ୨୦୨୮ ମସିହା ମେ ୩୧ ସୁଦ୍ଧା ସମାପ୍ତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
Powered by Froala Editor