ଶୁଣ୍ଢରେ କଚାଡ଼ିଲା ହାତୀ, ମହିଳା ଗୁରୁତର
ଅନୁଗୋଳ : ଅନୁଗୋଳ ବନାଞ୍ଚଳ କରତପଟା ସେକ୍ସସନର ଜଗନ୍ନାଥପୁର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ମହିଳା ଜଣଙ୍କ ହେଲେ ଜଗନ୍ନାଥ ପୁର ଗ୍ରାମର ଧିରେନ ସାହୁଙ୍କ ସ୍ତ୍ରୀ ଜପ ସାହୁ (୬୩) ବୋଲି ଜଣାପଡ଼ିଛି। ସୂଚନା ଯେ, ଆଜି ଭୋର ୫ଟା ବେଳେ ଘର ଠାରୁ ଅଧା କିଲୋମିଟର ଦୂରରେ ଥିବା ଆମ୍ବ ତୋଟାକୁ ଆମ୍ବ ଗୋଟାଇବା ପାଇଁ ଜପ ଯାଇଥିଲେ। ଆମ୍ବ ଗୋଟାଇବା ବେଳେ ହାତୀକୁ ଦେଖି ଦୌଡ଼ିବା ବେଳେ ହାତୀଟି ଜପକୁ ଶୁଣ୍ଢରେ କଚାଡ଼ି ଦେଇଥିଲା। ଗାଁର କିଛି ଲୋକ ସେଠାରେ ଥିବା ବେଳେ ହୋହାଲ୍ଲା କରିବାରୁ ହାତୀଟି ଜଙ୍ଗଲକୁ ପଳାଇଥିଲା। ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବନ ବିଭାଗ ପହଁଞ୍ଚି ଜପଙ୍କୁ ଉଦ୍ଧାର କରି ବନ ବିଭାଗ ଗାଡି ଯୋଗେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ଜପଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗୁଥିବା ବେଳେ ବାମହାତଟି ଭାଙ୍ଗି ଥିବା ଜଣା ପଡ଼ିଛି।
Powered by Froala Editor