ସୁଜାତା ବିଜେଡିକୁ ଜଲଦି ଜଲଦି ଆସିଲେ ଅତ୍ୟନ୍ତ ଖୁସି ହେବୁ: ମନ୍ମଥ
ଭୁବନେଶ୍ୱର: ସୁଜାତା ପାଣ୍ଡିଆନ ବିଜୁ ଜନତା ଦଳକୁ ଆସୁଛନ୍ତି । ସୋମବାର ବିଜେଡି ନେତା ମନ୍ମଥ ରାଉତରାୟ ଏଭଳି ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ସୁଜାତା ବିଜେଡିକୁ ଆସୁଛନ୍ତି । ଏହା ଶତପ୍ରତିଶତ । କିନ୍ତୁ ଆମେ ଚାହୁଁଛୁ, ଯେତେ ଜଲଦି ସେ ଆସିବେ । ସୁଜାତା ବିଜେଡିକୁ ଜଲଦି ଜଲଦି ଆସିଲେ ଅତ୍ୟନ୍ତ ଖୁସି ହେବୁ । ତାଙ୍କୁ ରେଡ କାରପେଟରେ ସ୍ୱାଗତ କରିବୁ । ସେ ପଦବୀ ନେବେ ନାହିଁ କି ଉତ୍ତରାଧିକାରୀ ହେବେ ନାହିଁଁ । ସାଧାରଣ କର୍ମୀଭାବେ ସୁଜାତା ଓଡ଼ିଶାର ବିକାଶ ପାଇଁ କାମ କରିବେ ବୋଲି ବିଜେଡି ନେତା ମନ୍ମଥ ରାଉତରାୟ କହିଛନ୍ତି ।
ସେହିପରି ସେ କହିଛନ୍ତି ଯେ ସମସ୍ତଙ୍କ ଇଚ୍ଛା ସୁଜାତା ଆସନ୍ତୁ । ତାଙ୍କ ଜ୍ଞାନ ଏ ସରକାରଙ୍କୁ ଦୋହଲାଇ ଦେବ । ବିଜେଡିରେ ସୁଜାତାଙ୍କ ଏଣ୍ଟି୍ର ନେଇ ଦଳୀୟ ସଭାପତି ନବୀନ ପଟ୍ଟନାୟକ ରାଜି ଥିଲେ । କିନ୍ତୁ ସୁଜାତା ରାଜି ନଥିଲେ । ଏବେ ସୁଜାତା ରାଜି ହୋଇଯାଇଛନ୍ତି । ସୁଜାତା ବିଜେଡିକୁ ଆସିଲେ କିଛି ଅସନ୍ତୁଷ୍ଟ ହେବେ, କିନ୍ତୁ ବହୁ ଲୋକଙ୍କ ମନୋବଳ ବଢ଼ିବ ବୋଲି ବିଜେଡି ନେତା ମନ୍ମଥ ରାଉତରାୟ କହିଛନ୍ତି ।
ଅନ୍ୟପକ୍ଷରେ ବିଜେଡି ଡାକିଲା ବଡ଼ ବୈଠକ । ବୁଧବାର ବସିବ ବିଜୁ ଜନତା ଦଳର ଗୁରୁତ୍ବପୂର୍ଣ୍ଣ ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୈଠକର ଅଧ୍ୟକ୍ଷତା କରିବେ। ସମସ୍ତ ନେତାଙ୍କୁ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିଜେଡି ପକ୍ଷରୁ ଏକ ଗଣମାଧ୍ୟମ ବିଜ୍ଞପ୍ତି ପ୍ରକାଶ ପାଇଛି।
ବିଜେଡି ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଆସନ୍ତା ୧୦ ତାରିଖ ଅପରାହ୍ନ ୪ଟା ସମୟରେ ରାଜ୍ୟ ବିଜେଡି କାର୍ୟ୍ୟାଳୟ ଶଙ୍ଖଭବନରେ ଏକ ବୈଠକ ବସିବାକୁ ଯାଉଛି । ଯେଉଁଥିରେ ଗତ ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀ ଭାବେ ଲଢିଥିବା ନେତାମାନଙ୍କୁ ଡକାଯାଇଛି। ଏହି ବୈଠକରେ ଦଳୀୟ ସଭାପତି ସମସ୍ତ ନେତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଏବଂ ବିଚାରବିମର୍ଶ କରିବେ ।
ତେବେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଏହାପୂର୍ବରୁ ବିଜେଡିର ସବୁ ନେତାମାନଙ୍କୁ ରାଜଧାନୀକୁ ଡାକାରା ହୋଇଛି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ନିଜର ସଂଗଠନକୁ ଆହୁରି ସୁଦୃଢ କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
Powered by Froala Editor