ଆଜି ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତ
ଭୁବନେଶ୍ୱର: ଆଜି ବାରିପଦା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସପିଟାଲର ୬୫୦ ବେଡ୍ ବିଶିଷ୍ଟ ଆଧୁନିକତମ ଡାକ୍ତରଖାନାକୁ ଲୋକାର୍ପଣ କରିବେ ।
ସୂଚନା ଅନୁଯାୟୀ, ସୋମାବର ପୂର୍ବାହ୍ନ ୧୦.୪୫ ମିନିଟ ସମୟରେ ମୁଖ୍ୟମନ୍ତ୍ରୀ ବାରିପଦା ପୁଲିସ ପଡିଆର ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ। ୧୧ଟାରେ ସ୍ଥାନୀୟ କଲେଜ ପଡିଆ ସଭାସ୍ଥଳରେ ପହଞ୍ଚି ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ଏକ ସାଧାରଣ ସଭାରେ ଉଦବୋଧନ ଦେବେ । ଏହାସହ ଏଠାରେ ଭର୍ଚ୍ଚୁଆଲ ମୋଡରେ ଜିଲ୍ଲାର କିଛି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ଏହାପରେ ମଧ୍ୟାହ୍ନ ୧୨.୩୦ ଟା ସମୟରେ ଏଠାରୁ ସଡକ ପଥରେ ରଙ୍ଗମାଟିଆ ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସପିଟାଲ ପରିସରରେ ନୂତନ ଭାବେ ନିର୍ମାଣ ହୋଇଥିବା ୬୫୦ ଶଯ୍ୟା ବିଶିଷ୍ଟ ହସପିଟାଲକୁ ଉଦଘାଟନ କରିବେ ।
Powered by Froala Editor